ହିରୋଇନ୍ ହେବାକୁ ନେଇ ଏମିତି ସର୍ତ୍ତ ରଖିଛନ୍ତି ନେହା

ମୁମ୍ବାଇ: ଚର୍ଚ୍ଚାରେ କେମିତି ରହିବେ, ଏ ବିଷୟ ନେହା କକ୍କରଙ୍କୁ ଭଲ ଭାବେ ଜଣା। କେବେ ନିଜ ବୟଫ୍ରେଣ୍ଡଙ୍କୁ ନେଇ ତ କେବେ ବିବାହ ଗୁଜବକୁ  ନେଇ, ଆଉ କିଛି ନ ହେଲେ ଆଖିରୁ ଲୁହ ଝରେଇ ମାନେ କଥା କଥାରେ କାନ୍ଦି ବଲିଉଡ୍‌ର ଏହି ଲୋକପ୍ରିୟ ଗାୟିକା ଜଣକ ବେଶ ଚର୍ଚ୍ଚା ସାଉଁଟିଥାନ୍ତି। କେବଳ ଏତିକି ନୁହେଁ, ସୋଶାଲ ମିଡିଆରେ ମଧ୍ୟ ନେହାଙ୍କ ପପୁଲାରିଟି ରହିଛି। ସମୟ ସମୟରେ ତାଙ୍କ ସୋଶାଲ ମିଡିଆ ଅପ୍‌ଡେଟ୍ ଫ୍ୟାନମାନଙ୍କ […]

neha kakkar

neha kakkar

Pragnya Choudhury
  • Published: Tuesday, 17 March 2020
  • Updated: 17 March 2020, 04:46 PM IST

Sports

Latest News

ମୁମ୍ବାଇ: ଚର୍ଚ୍ଚାରେ କେମିତି ରହିବେ, ଏ ବିଷୟ ନେହା କକ୍କରଙ୍କୁ ଭଲ ଭାବେ ଜଣା। କେବେ ନିଜ ବୟଫ୍ରେଣ୍ଡଙ୍କୁ ନେଇ ତ କେବେ ବିବାହ ଗୁଜବକୁ  ନେଇ, ଆଉ କିଛି ନ ହେଲେ ଆଖିରୁ ଲୁହ ଝରେଇ ମାନେ କଥା କଥାରେ କାନ୍ଦି ବଲିଉଡ୍‌ର ଏହି ଲୋକପ୍ରିୟ ଗାୟିକା ଜଣକ ବେଶ ଚର୍ଚ୍ଚା ସାଉଁଟିଥାନ୍ତି। କେବଳ ଏତିକି ନୁହେଁ, ସୋଶାଲ ମିଡିଆରେ ମଧ୍ୟ ନେହାଙ୍କ ପପୁଲାରିଟି ରହିଛି। ସମୟ ସମୟରେ ତାଙ୍କ ସୋଶାଲ ମିଡିଆ ଅପ୍‌ଡେଟ୍ ଫ୍ୟାନମାନଙ୍କ ଧ୍ୟାନ ଆକର୍ଷଣ କରିଥାଏ। ତେବେ ଏହାରି ଭିତରେ ଏକ ସାକ୍ଷାତ୍‌କାର ସମୟରେ ନେହା କିଛି ଏପରି କହିଛନ୍ତି, ଯାହାକୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି।

https://www.instagram.com/p/B8f6lIAnCt9/?utm_source=ig_web_copy_link

ପ୍ରକୃତରେ ନେହା ବଲିଉଡ୍‌ରେ ଏଣ୍ଟ୍ରି କରିବା ନେଇ ଏକ ସର୍ତ୍ତ ରଖିଛନ୍ତି। ସେ କହିଛନ୍ତି ସର୍ତ୍ତ ପୂରଣ କରିପାରିଲେ ହିଁ ସେ ଫିଲ୍ମ କରିବେ ନ ହେଲେ କରିବେନି। ସେ କହିଛନ୍ତି, ଆଜି ଯାଏ ବଲିଉଡ୍‌ର ଅନେକ ଗାୟକ ଫିଲ୍ମ ଦୁନିଆରେ ପାଦ ରଖିଛନ୍ତି ଓ ଅଭିନୟ ଆରମ୍ଭ କରିଛନ୍ତି। ହେଲେ କେହି ମଧ୍ୟ ସଫଳତା ପାଇ ପାରିନାହାନ୍ତି। ଏଣୁ ମୁଁ ଯଦି ଫିଲ୍ମ କରିବି, ମୁଁ ପୂରା ଧ୍ୟାନ ରଖିବି ଯେ ଫିଲ୍ମଟି କିପରି ହିଟ୍ ହେବ। କେବଳ ଫିଲ୍ମ ହିଟ୍ ହେବାର ସମ୍ଭାବନା ଥିଲେ ହିଁ ମୁଁ ଫିଲ୍ମ କରିବି ବୋଲି ନେହା କହିଛନ୍ତି।

https://www.instagram.com/p/B9ORd8KHG6K/?utm_source=ig_web_copy_link

ନେହା ପୁଣି କହିଛନ୍ତି, କେବଳ ଫିଲ୍ମ କରିବାର ଅଛି ବୋଲି ମୁଁ କେବେ ବି ଫିଲ୍ମ କରିବିନି। ଯେତେବେଳେ ମୁଁ ଅନୁଭବ କରିବି ଯେ, ଏହି ଫିଲ୍ମଟି ହିଟ୍ ହୋଇପାରିବ। ବାସ୍ ସେତିକି ବେଳେ ମୁଁ ଅଭିନୟ ଦୁନିଆରେ ପାଦ ରଖିବି। ତେବେ ନେହାଙ୍କ ପୂର୍ବରୁ ଅନେକ ବଲିଉଡ୍ ଗାୟକ ଅଭିନୟ ‍କ୍ଷେତ୍ରରେ ପାଦ ରଖିସାରିଛନ୍ତି। ସେମାନଙ୍କ ମଧ୍ୟରେ ଲୋକପ୍ରିୟ ଗାୟକ ସୋନୁ ନିଗମ, ହିମେଶ ରେଶମିଆ ଓ ମିକା ସିଂ ମଧ୍ୟ ରହିଛନ୍ତି। ତେବେ ନେହାଙ୍କ ଏହି ଖୁଲାସା ପରେ ଫ୍ୟାନ୍‌ମାନେ ତାଙ୍କୁ ମଧ୍ୟ ସିଲଭର୍ ସ୍କ୍ରିନରେ ଦେଖିବାକୁ ଅପେକ୍ଷା କଲେଣି।

https://www.instagram.com/p/B9vh4fShnRh/?utm_source=ig_web_copy_link

ନିକଟରେ ନେହାଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏଥିରେ ସେ ଟିକ୍‌ଟକ୍ ଷ୍ଟାର୍‌ ରିୟାଜ୍‌ଙ୍କୁ ଜୋରଦାର ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଥିଲା। ଭିଡିଓରେ ତାଙ୍କ ଭାଇ ଟୋନି କକ୍କର ଓ ବିଗ୍ ବସ୍ ଫେମ୍ ମାହିରା ଶର୍ମା ମଧ୍ୟ ଥିଲେ। ଶେଷରେ ସମସ୍ତେ ‘ଗୋଆ ୱାଲି ବିଚ୍..’ ଗୀତରେ ନାଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story