Advertisment

ଡ୍ରେସ୍ ବଦଳରେ ତକିଆ ପିନ୍ଧିଲେ ନେହା

ମୁମ୍ବାଇ: ଲୋକପ୍ରିୟ ବଲିଉଡ୍ ଗାୟିକା ନେହା କକ୍କର ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ୍। ସେ ସବୁବେଳେ ଫ୍ୟାନମାନଙ୍କ ପାଇଁ କିଛି ନା କିଛି ନୂଆ କରିବାରେ ଲାଗିଥାନ୍ତି। ଏଥର ମଧ୍ୟ ସେ କିଛି ହଟକେ କରି ଦେଖାଇଛନ୍ତି। କ୍ୱାରେଣ୍ଟାଇନ୍ ସମୟରେ ସୋଶାଲ ମିଡିଆରେ ଚାଲିଥିବା ଚ୍ୟାଲେଞ୍ଜ ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ନେହା। ଏନେଇ ତାଙ୍କୁ ଅନେକ ପ୍ରତିକ୍ରିୟା ମିଳୁଛି। ନେହା ବସ୍ତ୍ର ବଦଳରେ ଏକ ତକିଆ ପିନ୍ଧି ସୋଶାଲ ମିଡିଆରେ ଭିଡିଓ ଶେୟାର କରିଛନ୍ତି। ତେବେ କଥାଟି […]

ଅଦ୍ୟତନ ହୋଇଛି
ଡ୍ରେସ୍ ବଦଳରେ ତକିଆ ପିନ୍ଧିଲେ ନେହା

Neha kakkr

Advertisment

ମୁମ୍ବାଇ: ଲୋକପ୍ରିୟ ବଲିଉଡ୍ ଗାୟିକା ନେହା କକ୍କର ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ୍। ସେ ସବୁବେଳେ ଫ୍ୟାନମାନଙ୍କ ପାଇଁ କିଛି ନା କିଛି ନୂଆ କରିବାରେ ଲାଗିଥାନ୍ତି। ଏଥର ମଧ୍ୟ ସେ କିଛି ହଟକେ କରି ଦେଖାଇଛନ୍ତି। କ୍ୱାରେଣ୍ଟାଇନ୍ ସମୟରେ ସୋଶାଲ ମିଡିଆରେ ଚାଲିଥିବା ଚ୍ୟାଲେଞ୍ଜ ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ନେହା। ଏନେଇ ତାଙ୍କୁ ଅନେକ ପ୍ରତିକ୍ରିୟା ମିଳୁଛି।

Advertisment

ନେହା ବସ୍ତ୍ର ବଦଳରେ ଏକ ତକିଆ ପିନ୍ଧି ସୋଶାଲ ମିଡିଆରେ ଭିଡିଓ ଶେୟାର କରିଛନ୍ତି। ତେବେ କଥାଟି ଟିକେ ଅଡ଼ୁଆ ଲାଗୁଥିଲେ ବି ଏହା ସତ। ନେହା କୌଣସି ଡିଜାଇନର ଡ୍ରେସ ପିନ୍ଧି ନାହାନ୍ତି, ବରଂ ଏକ ତକିଆ ପିନ୍ଧିଛନ୍ତି।

https://www.instagram.com/p/B_ML5iTj-sx/?utm_source=ig_web_copy_link

ପ୍ରକୃତ କଥା ହେଲା, ନେହା ‘ପିଲୋ ଚ୍ୟାଲେଞ୍ଜ’କୁ ଆକସେପ୍ଟ କରିଛନ୍ତି। ଏହା ଏବେ ସୋଶାଲ ମିଡିଆରେ ଏହା ଖୁବ୍ ଟ୍ରେଣ୍ଡ କରୁଛି। ଏହି ଚ୍ୟାଲେଞ୍ଜ ପାଇଁ ନେହା ଦେହରେ କପଡ଼ା ବଦଳରେ ପିଲୋ ପିନ୍ଧିଛନ୍ତି ଏବଂ ଅଣ୍ଟାରେ ଏକ ବେଲ୍ଟ ବାନ୍ଧିଛନ୍ତି। ଭିଡିଓଟି ନେହା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।

Advertisment

https://www.instagram.com/p/B-3_wO9D6S3/?utm_source=ig_web_copy_link

ଏ ପର୍ଯ୍ୟନ୍ତ ଏହାକୁ ୨୫ଲକ୍ଷରୁ ଅଧିକ ଲୋକ ଦେଖି ସାରିଲାଣି। ନେହାଙ୍କ ଏହି ଭିଡିଓ ଫ୍ୟାନମାନଙ୍କୁ ଏତେ ପସନ୍ଦ ଆସିଛି ଯେ, କେହି ତାଙ୍କୁ ‘ଡଲ’ ବୋଲି କହିଛି ତ ଆଉ କିଏ ‘ଟ୍ୟାଲେଣ୍ଟର ଦୋକାନ’ ବୋଲି କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe