/odisha-reporter/media/post_attachments/uploads/2018/09/neha23.jpg)
neha23
ମୁମ୍ବାଇ: ପ୍ରେମ କ’ଣ କେବେ ଲୁଚିରହେ? ତାହା ପୁଣି ସେଲିବ୍ରିଟିଙ୍କର। ସେମାନେ ପ୍ରଥମେ ପ୍ରଥମେ ଯେତେ ନା ନା କଲେ ବି ଶେଷରେ ମାନନ୍ତି। ସେମିତି କିଛି ଘଟିଛି ବଲିଉଡ୍ର ଚୁଲ୍ବୁଲି କଣ୍ଠଶିଳ୍ପୀ ନେହା କକ୍କର ଓ ଅଭିନେତା ହିମାଂଶଙ୍କ କ୍ଷେତ୍ରରେ।
ଆପଣମାନେ ତ ଜାଣିଥିବେ, ନେହା ଓ ଅଭିନେତା ହିମାଂଶ କୋହଲିଙ୍କ ମଧ୍ୟରେ ପ୍ରେମ ସଂପର୍କ ଅଛି। କିନ୍ତୁ ସେ ଦୁହେଁ ଏହାକୁ କେବେ ଖୋଲା ଖୋଲି ସ୍ୱୀକାର କରି ନଥିଲେ।
ହିମାଂଶ ଜଣେ ଭଲ ବନ୍ଧୁ କହି ନେହା ସବୁବେଳେ କଥା ଏଡ଼ାଇ ଯାଆନ୍ତି। ତେବେ ଏବେ ସବୁ ସ୍ପଷ୍ଟ ହୋଇଯାଇଛି। ଦୁହେଁ କେବଳ ଭଲ ବନ୍ଧୁ ନୁହଁନ୍ତି, ସେମାନେ ପରସ୍ପରକୁ ପ୍ରେମ ମଧ୍ୟ କରନ୍ତି।
[caption id="attachment_278697" align="alignnone" width="750"]
image credit-aajtak[/caption]
ସୋନି ଚ୍ୟାନେଲ୍ରେ ପ୍ରସାରିତ ହେଉଥିବା ‘ଇଣ୍ଡିଆନ୍ ଆଇଡଲ୍’ରେ ଆଜି ହିମାଂଶ ଅତିଥି ହୋଇ ଆସୁଛନ୍ତି। ଏହାର ଏକ ପ୍ରୋମୋ ଇଣ୍ଟରନେଟ୍ରେ ଉପଲବ୍ଧ ହୋଇଛି।
ଏଥିରେ ହିମାଂଶଙ୍କୁ ଦେଖି ନେହା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତା’ପରେ ନେହା ମଞ୍ଚ ଉପରକୁ ଯାଇ ଏକ ଗୀତ ଗାଇଛନ୍ତି। ଏହା ପରେ ହିମାଂଶ କହିଛନ୍ତି, ପ୍ରତ୍ୟେକ ସଂପର୍କ ବନ୍ଧୁତାରୁ ଆରମ୍ଭ ହୋଇଥାଏ। ବର୍ତ୍ତମାନ ତାଙ୍କର ଓ ମୋର ସଂପର୍କ ବନ୍ଧୁତାରୁ ଆଗକୁ ବଢ଼ିଯାଇଛି।
ହିମାଂଶ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ମଧ୍ୟ ଏକ ଫଟୋ ଗତକାଲି ଛାଡ଼ିଛନ୍ତି। ଫଟୋଟି ‘ଇଣ୍ଡିଆନ୍ ଆଇଡଲ୍’ ସେଟ୍ର। ଏଥିରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଛନ୍ତି।
ସୂଚନାଯୋଗ୍ୟ, ହିମାଂଶ ‘ୟାରିୟାଁ’, ‘ଜୀନା ଇସି କା ନାମ ହୈ’ ଓ ‘ସ୍ୱିଟି ୱେଡ୍ସ ଏନ୍ଆର୍ଆଇ’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
