Advertisment

ନେହାଙ୍କ ସଙ୍ଗୀତ ଫଟୋ ଭାଇରାଲ୍

ମୁମ୍ବାଇ: ଟେଲିଭିଜନ୍‌ର ମ୍ୟାଡମ୍‌ଜି ଥା ବିଗ୍‌ ବସ୍‌ ୧୨ର ନେହା ପେଣ୍ଡସେ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ଅଭିନେତ୍ରୀ ଜାନୁଆରୀ ୫ରେ ନିଜ ବୟଫ୍ରେଣ୍ଡ ଶାର୍ଦ୍ଦୁଳ ସିଂହଙ୍କୁ ବିବାହ କରିବେ। ମୁମ୍ବାଇସ୍ଥିତ ତାଙ୍କ ଘରେ ପ୍ରିୱେଡିଂ ସେରିମନି ମଧ୍ୟ ଆରମ୍ଭ ହୋଗଲାଣି। ଯାହାର ଫଟୋ ସବୁ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। https://www.instagram.com/p/B65F6A5jldZ/?utm_source=ig_web_copy_link ନେହା ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ମେହେନ୍ଦି ଓ ସଙ୍ଗୀତ ସେରିମନିର ଫଟୋ ସବୁ ଶେଆର୍‌ କରିଛନ୍ତି।  ଏହି ଫଟୋରେ ସେ […]

ନେହାଙ୍କ ସଙ୍ଗୀତ ଫଟୋ ଭାଇରାଲ୍

neha

Advertisment

ମୁମ୍ବାଇ: ଟେଲିଭିଜନ୍‌ର ମ୍ୟାଡମ୍‌ଜି ଥା ବିଗ୍‌ ବସ୍‌ ୧୨ର ନେହା ପେଣ୍ଡସେ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ଅଭିନେତ୍ରୀ ଜାନୁଆରୀ ୫ରେ ନିଜ ବୟଫ୍ରେଣ୍ଡ ଶାର୍ଦ୍ଦୁଳ ସିଂହଙ୍କୁ ବିବାହ କରିବେ। ମୁମ୍ବାଇସ୍ଥିତ ତାଙ୍କ ଘରେ ପ୍ରିୱେଡିଂ ସେରିମନି ମଧ୍ୟ ଆରମ୍ଭ ହୋଗଲାଣି। ଯାହାର ଫଟୋ ସବୁ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

https://www.instagram.com/p/B65F6A5jldZ/?utm_source=ig_web_copy_link

ନେହା ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ମେହେନ୍ଦି ଓ ସଙ୍ଗୀତ ସେରିମନିର ଫଟୋ ସବୁ ଶେଆର୍‌ କରିଛନ୍ତି।  ଏହି ଫଟୋରେ ସେ ତାଙ୍କ ଭାବି ସ୍ୱାମୀଙ୍କ ସହ ନଜର ଆସିଛନ୍ତି। ନେହା ହାତରେ ମେହେନ୍ଦି ଓ ରଙ୍ଗିନ୍‌ ଲେହେଙ୍ଗାରେ ବେଶ୍ ସୁନ୍ଦର ଲାଗୁଛନ୍ତି। ତାଙ୍କ ଭାବିସ୍ୱାମୀ ଶାର୍ଦ୍ଦୁଳ ସିଂହ ମଧ୍ୟ ରଙ୍ଗିନ୍‌ ଆଉଟ୍‌ଫିଟ୍‌ ପିନ୍ଧିଛନ୍ତି। ଫଟୋରୁ ଜଣାପଡ଼ୁଛି ଯେ ଦୁହେଁ କଲର୍‌ କୋର୍ଡ଼ିନେଟ୍‌ କରି ଡ୍ରେସ୍‌ ପିନ୍ଧିଛନ୍ତି। ଫଟୋ ସହ ସୋଶାଲ୍‌ ମିଡିଆରେ ସଙ୍ଗୀତ୍‌ର କିଛି ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି। ଏଥିରେ ଦୁହେଁ ଏକାଠି ନାଚୁଥିବା ଦେଖିବାକୁ ମିଳିଛି। ଏମାନଙ୍କ ସଙ୍ଗୀତ୍‌ ଉତ୍ସବରେ ପଞ୍ଜାବୀ ସିଙ୍ଗର ସୁଖବୀର୍ ସିଂହ ଗୀତ ଗାଇଥିଲେ।

https://www.instagram.com/p/B64p_WgDrM5/?utm_source=ig_web_copy_link

ଏକ ସାକ୍ଷାତକାରରେ ନେହା କହିଥିଲେ ଯେ ବାହାଘରରେ ସେ ପେଷ୍ଟାଲ୍‌ କଲର୍‌ର ଏକ ନଉୱାରି ଶାଢ଼ୀ ପିନ୍ଧିବେ। ସାଧାରଣତଃ ଏହି ଶାଢ଼ୀ ମରାଠୀମାନେ ପିନ୍ଧନ୍ତି। ଏହା ବ୍ୟତୀତ ସେ ନିଜ ରିସେପ୍‌ଶନ୍‌ରେ ଡିଜାଇନର୍‌ ସ୍ୱପ୍ନୀଲ ଶିନ୍ଦେଙ୍କ ଆଉଟଫିଟ୍‌ ପିନ୍ଧିବେ। ଯାହାକି ଇଲେକ୍ଟ୍ରିକ୍‌ ବ୍ଲୁ କଲର୍‌ର ଏକ ଲମ୍ୱା ଟେଲ୍‌ ଥିବା ଗାଉନ୍‌।

Advertisment

https://www.instagram.com/p/B64ztFPHBhI/?utm_source=ig_web_copy_link

ସୂଚନାଯୋଗ୍ୟ, ନେହା ଓ ଶାର୍ଦ୍ଦୁଳଙ୍କ ବାହାଘର ମରାଠୀ ଶୈଳୀରେ ହେବ। ଏଥିରେ କେବଳ ତାଙ୍କ ପରିବାର ଓ କିଛି ନିକଟତର ବନ୍ଧୁ ସାମିଲ୍‌ ହେବେ।  ନେହା କମେଡି ସିରିଏଲ୍‌ ‘ମେ ଆଇ କମ୍‌ ଇନ୍‌ ମ୍ୟାଡମ୍‌’ରୁ ଘରେ ଘରେ ପରିଚିତ ହୋଇଥିଲେ। ଏହାପରେ ସେ ବିଗ୍‌ବସ୍‌ ୧୨ରେ ସାମିଲ୍‌ ହୋଇ ଆହୁରି ଲୋକପ୍ରିତା ପାଇଥିଲେ। ଆଗକୁ ସେ ମରାଠୀ ଫିଲ୍ମ ‘ଜୁନ୍‌’ରେ ସିଦ୍ଧାର୍ଥ ମେନନ୍‌ଙ୍କ ସହ ନଜର ଆସିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe