Advertisment

ବାହା ହେଲେ ନେହା: ଦେଖନ୍ତୁ ବାହାଘରର କିଛି ଫଟୋ

ମୁମ୍ବାଇ: ଟେଲିଭିଜନ୍‌ର ମ୍ୟାଡମ୍‌ଜୀ ତଥା ‘ବିଗ୍‌ ବସ୍‌ ୧୨’ର ପ୍ରତିଯୋଗୀ ନେହା ପେଣ୍ଡସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତକାଲି ସେ ତାଙ୍କ ବୟଫ୍ରେଣ୍ଡ ଶାର୍ଦ୍ଦୁଳ ସିଂହ ବ୍ୟାସ୍‌ଙ୍କୁ ବିବାହ କରିଛନ୍ତି। ମରାଠୀ ରୀତିନୀତିରେ ସେମାନଙ୍କ ବାହାଘର ହୋଇଥିଲା। ବାହାଘର ପରେ ନେହା ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ନାଁ ବଦଳାଇ ନେହା ପେଣ୍ଡସେ ବ୍ୟାସ୍‌ କରିଦେଇଛନ୍ତି। ଅନ୍ୟପକ୍ଷରେ ସୋଶାଲ୍‌ ମିଡିଆରେ ତାଙ୍କ ବାହାଘରର ଫଟୋ ଓ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। https://www.instagram.com/p/B674EYAH0r7/?utm_source=ig_web_copy_link ଭାଇରାଲ୍‌ ଫଟୋଗୁଡ଼ିକରେ ନେହା ମରାଠୀ […]

author-image
Chinmayee Roy
ଅଦ୍ୟତନ ହୋଇଛି
ବାହା ହେଲେ ନେହା: ଦେଖନ୍ତୁ ବାହାଘରର କିଛି ଫଟୋ

neha

ମୁମ୍ବାଇ: ଟେଲିଭିଜନ୍‌ର ମ୍ୟାଡମ୍‌ଜୀ ତଥା ‘ବିଗ୍‌ ବସ୍‌ ୧୨’ର ପ୍ରତିଯୋଗୀ ନେହା ପେଣ୍ଡସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତକାଲି ସେ ତାଙ୍କ ବୟଫ୍ରେଣ୍ଡ ଶାର୍ଦ୍ଦୁଳ ସିଂହ ବ୍ୟାସ୍‌ଙ୍କୁ ବିବାହ କରିଛନ୍ତି। ମରାଠୀ ରୀତିନୀତିରେ ସେମାନଙ୍କ ବାହାଘର ହୋଇଥିଲା। ବାହାଘର ପରେ ନେହା ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ନାଁ ବଦଳାଇ ନେହା ପେଣ୍ଡସେ ବ୍ୟାସ୍‌ କରିଦେଇଛନ୍ତି। ଅନ୍ୟପକ୍ଷରେ ସୋଶାଲ୍‌ ମିଡିଆରେ ତାଙ୍କ ବାହାଘରର ଫଟୋ ଓ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

Advertisment

https://www.instagram.com/p/B674EYAH0r7/?utm_source=ig_web_copy_link

ଭାଇରାଲ୍‌ ଫଟୋଗୁଡ଼ିକରେ ନେହା ମରାଠୀ କନିଆ ବେଶରେ ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି। ବାହାଘରରେ ସେ ସେ ପେଷ୍ଟାଲ୍‌ ପିଙ୍କ କଲର୍‌ର ନଉୱାରି ଶାଢ଼ି ପିନ୍ଧିଥିଲେ। ଏଥିସହିତ ସେ ପାରମ୍ପରିକ ନୋଜ୍‌ ରିଙ୍ଗ୍, ଚନ୍ଦ୍ରାକାର ଟିକିଲି, ନୀଳ ରଙ୍ଗର ଚୁଡ଼ି ଓ ଗଭାରେ ଗଜରା ଲଗାଇ ବେଶ୍‌ ସୁନ୍ଦର ଲାଗୁଥିଲେ। ନେହାଙ୍କର ଏହି ମରାଠୀ ବ୍ରାଇଡାଲ୍‌ ଲୁକ୍‌ ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସୁଛି। ଶାର୍ଦ୍ଦୁଲ୍‌ ମଧ୍ୟ ପେଷ୍ଟାଲ୍‌ ପିଙ୍କୁ କଲରର ଆଉଟଫିଟ୍‌ ପିନ୍ଧିଥିଲେ। ବାହାଘରର ସମୟର ଏକ ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଛି, ଯେଉଁଥିରେ ନେହା ବେଶ୍‌ ଖୁସି ଦେଖାଯାଉଛନ୍ତି।

https://www.instagram.com/p/B68DBuuBopX/?utm_source=ig_web_copy_link

https://www.instagram.com/p/B676pRzBa3F/?utm_source=ig_web_copy_link

କିଛିଦିନ ତଳେ ନେହା ତାଙ୍କ ବାହାଘରରେ ପିନ୍ଧିବାକୁ ଥିବା ଆଉଟ୍‌ଫିଟ୍‌ ବିଷୟରେ କହିଥିଲେ। ସେ ସଙ୍ଗୀତ୍‌, ହଲଦୀ, ମେହେନ୍ଦୀ ଆଦି ଫଙ୍କସନ୍‌ରେ କ’ଣ ସବୁ ପିନ୍ଧିବେ, ସେ ବିଷୟରେ ସୂଚନା ଦେଇଥିଲେ। ନେହା ସଙ୍ଗୀତରେ ମଲ୍ଟି କଲର୍‌ର ଲେହେଙ୍ଗା ପିନ୍ଧିଥିଲେ। ସେହିଭଳି ଏବେ ତାଙ୍କ ନିର୍ବନ୍ଧ ବେଳର ଫଟୋ ମଧ୍ୟ ଆସିଛି।  ଏଥିରେ ସେ ଗ୍ରୀନ୍‌ କଲର୍‌ର ୱେଷ୍ଟର୍ନ ଗାଉନ୍‌ ପିନ୍ଧିଛନ୍ତି। ନେହାଙ୍କ ଏହି ଲୁକ୍‌ ଫ୍ୟାନ୍‌ଙ୍କୁ ବେଶ୍ ପସନ୍ଦ ଆସୁଛି। ଏହା ବ୍ୟତୀତ ସେ କହିଥିଲେ ଯେ ରିସେପ୍‌ସନ୍‌ରେ ଡିଜାଇନର୍‌ ସ୍ୱପ୍ନୀଲ ଶିନ୍ଦେଙ୍କ ଆଉଟଫିଟ୍‌ ପିନ୍ଧିବେ, ଯାହାକି ଇଲେକ୍ଟ୍ରିକ୍‌ ବ୍ଲୁ କଲର୍‌ର ଏକ ଲମ୍ୱା ଟେଲ୍‌ ଥିବା ଗାଉନ୍‌ ହେବ।

Advertisment

https://www.instagram.com/p/B679KP0jlXX/?utm_source=ig_web_copy_link

ସୂଚନାଯୋଗ୍ୟ, ନେହା ଓ ଶାର୍ଦ୍ଦୁଳଙ୍କ ବାହାଘର ପୁଣେରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେବଳ ଉଭୟଙ୍କ ପରିବାର ଲୋକଙ୍କ ସହିତ କିଛି ନିକଟତର ବନ୍ଧୁବାନ୍ଧବ ଉପସ୍ଥିତ ରହିଥିଲେ। କମେଡି ସିରିଏଲ୍‌ ‘ମେ ଆଇ କମ୍‌ ଇନ୍‌ ମ୍ୟାଡମ୍‌’ରୁ ଘରେ ଘରେ ପରିଚିତ ହୋଇଥିଲେ ନେହା। ଏହାପରେ ସେ ‘ବିଗ୍‌ ବସ୍‌ ୧୨’ରେ ସାମିଲ୍‌ ହୋଇ ଆହୁରି ଲୋକପ୍ରିତା ପାଇଥିଲେ। ଆଗକୁ ସେ ମରାଠୀ ଫିଲ୍ମ ‘ଜୁନ୍‌’ରେ ସିଦ୍ଧାର୍ଥ ମେନନ୍‌ଙ୍କ ସହ ନଜର ଆସିବେ।