Advertisment

ବାହା ହେଉଛନ୍ତି ନେହା

ମୁମ୍ବାଇ: ଟେଲିଭିଜନ୍‌ର ମ୍ୟାଡମ୍‌ଜି ଥା ବିଗ୍‌ ବସ୍‌ ୧୨ର ନେହା ପେଣ୍ଡସେ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁଯାଉଛନ୍ତି। ଏହି ଅଭିନେତ୍ରୀ ଜାନୁଆରୀ ୫ରେ ନିଜ ବୟଫ୍ରେଣ୍ଡ ଶାର୍ଦୁଳ ସିଂହଙ୍କୁ ବିବାହ କରିବେ। ମୁମ୍ବାଇସ୍ଥିତ ତାଙ୍କ ଘରେ ପ୍ରିୱେଡିଂ ସେରିମନି ମଧ୍ୟ ଆରମ୍ଭ ହୋଗଲାଣି। ଯାହାର ଫଟୋ ସବୁ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ନେହା ନିଜ ଇନ୍‌ଷ୍ଟାରେ ବାହାଘର ପୂର୍ବରୁ ହେଉଥିବା ଗୃହମୁଖ ପୂଜାର ଫଟୋ ଶେଆର୍‌ କରିଛନ୍ତି। ଫଟୋରେ ସେ ଟ୍ରାଡିଶନାଲ୍‌ ମରାଠି ବେଶରେ […]

author-image
Chinmayee Roy
ବାହା ହେଉଛନ୍ତି ନେହା

nehap

ମୁମ୍ବାଇ: ଟେଲିଭିଜନ୍‌ର ମ୍ୟାଡମ୍‌ଜି ଥା ବିଗ୍‌ ବସ୍‌ ୧୨ର ନେହା ପେଣ୍ଡସେ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁଯାଉଛନ୍ତି। ଏହି ଅଭିନେତ୍ରୀ ଜାନୁଆରୀ ୫ରେ ନିଜ ବୟଫ୍ରେଣ୍ଡ ଶାର୍ଦୁଳ ସିଂହଙ୍କୁ ବିବାହ କରିବେ। ମୁମ୍ବାଇସ୍ଥିତ ତାଙ୍କ ଘରେ ପ୍ରିୱେଡିଂ ସେରିମନି ମଧ୍ୟ ଆରମ୍ଭ ହୋଗଲାଣି। ଯାହାର ଫଟୋ ସବୁ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

publive-imageନେହା ନିଜ ଇନ୍‌ଷ୍ଟାରେ ବାହାଘର ପୂର୍ବରୁ ହେଉଥିବା ଗୃହମୁଖ ପୂଜାର ଫଟୋ ଶେଆର୍‌ କରିଛନ୍ତି। ଫଟୋରେ ସେ ଟ୍ରାଡିଶନାଲ୍‌ ମରାଠି ବେଶରେ ଏକଦମ୍‌ ଜବରଦସ୍ତ ଲାଗୁଛନ୍ତି। ନେହା ନିଜ ବାହାଘରକୁ ନେଇ କହିଛନ୍ତି, ‘ମୁଁ ମୋ ମନର ମଣିଷଙ୍କୁ ବିବାହ କରୁଥିବାରୁ ବହୁତ ଖୁସି ଅଛି। ସେ ବହୁତ ଭଲ ମଣିଷ। ତାଙ୍କ ସୁନ୍ଦର ପରିବାରରେ ମୁଁ ନିଜର ନୂଆ ଜୀବନ ଆରମ୍ଭ କରିବାକୁ ବହୁତ ଉତ୍ସାହିତ ଅଛି। ଏହି ନୂଆ ଅନୁଭବ ମୋ ପାଇଁ ସବୁଠୁ ଖାସ୍‌। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ଏହି ଅବସରକୁ ଆହୁରି ସୁନ୍ଦର କରିଦେଇଛନ୍ତି।’

publive-imageସୂଚନାଯୋଗ୍ୟ, ନେହା ପୁଣେରେ ବିବାହ କରିବେ। ତାଙ୍କର ବାହାଘରର ସବୁ ଫଙ୍କସନ୍‌ ମେହେନ୍ଦି, ସଙ୍ଗୀତ, ହଲଦୀ, ରସମ୍‌ ୩ ଦିନ ଧରି ବେଶ୍ ଧୂମ୍‌ଧାମ୍‌ରେ ସେଲେବ୍ରେଟ କରାଯିବ। ଏଥିରେ କେବଳ ତାଙ୍କ ପରିବାର ଓ କିଛି ନକଟତର ବନ୍ଧୁ ସାମିଲ୍‌ ହେବେ।  ନେହା କମେଡି ସିରିଏଲ୍‌ ‘ମେ ଆଇ କମ୍‌ ଇନ୍‌ ମ୍ୟାଡମ୍‌’ରୁ ଘରେ ଘରେ ପରିଚିତ ହୋଇଥିଲେ। ଏହାପରେ ସେ ବିଗ୍‌ବସ୍‌ ୧୨ରେ ସାମିଲ୍‌ ହୋଇ ଆହୁରି ଲୋକପ୍ରିତା ପାଇଥିଲେ।

Advertisment