Advertisment

‘କସୌଟି ଜିନ୍ଦେଗି କି ୨’ରେ ନୂଆ କଳାକାରଙ୍କ ଏଣ୍ଟ୍ରି

ମୁମ୍ବାଇ: ଏକ୍‌ତା କପୁର୍‌ଙ୍କ ହିଟ୍‌ ସିରିଏଲ୍‌ ‘କସୌଟି ଜିନ୍ଦେଗି କି ୨’ରେ ଏବେ ଚାଲିଛି ଜବରଦସ୍ତ ଡ୍ରାମା। ପ୍ରେରଣାଙ୍କୁ ଅନୁରାଗ ମାରିବାକୁ ଚେଷ୍ଟା କରିବା ପରେ ଏବେ ପ୍ରେରଣା ମିଷ୍ଟର ବଜାଜ୍‌ଙ୍କ ପାଖରେ ରହୁଛନ୍ତି। ଆଉ ସେ ଅନୁରାଗଙ୍କଠୁ ବଦଲା ନେବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ତେବେ ଲଭ୍‌ ବର୍ଡ୍ସଙ୍କ ଭିତରେ ଆରମ୍ଭ ହୋଇଥିବା ଏହି ହେଟ୍‌ ଓ ରିଭେଞ୍ଜ ଷ୍ଟୋରୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ଏଥିମଧ୍ୟରେ ଖବର ଆସିଛି ଯେ ଶୋ’ରେ ଆଉଜଣେ […]

‘କସୌଟି ଜିନ୍ଦେଗି କି ୨’ରେ ନୂଆ କଳାକାରଙ୍କ ଏଣ୍ଟ୍ରି

kasuti

Advertisment

ମୁମ୍ବାଇ: ଏକ୍‌ତା କପୁର୍‌ଙ୍କ ହିଟ୍‌ ସିରିଏଲ୍‌ ‘କସୌଟି ଜିନ୍ଦେଗି କି ୨’ରେ ଏବେ ଚାଲିଛି ଜବରଦସ୍ତ ଡ୍ରାମା। ପ୍ରେରଣାଙ୍କୁ ଅନୁରାଗ ମାରିବାକୁ ଚେଷ୍ଟା କରିବା ପରେ ଏବେ ପ୍ରେରଣା ମିଷ୍ଟର ବଜାଜ୍‌ଙ୍କ ପାଖରେ ରହୁଛନ୍ତି। ଆଉ ସେ ଅନୁରାଗଙ୍କଠୁ ବଦଲା ନେବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ତେବେ ଲଭ୍‌ ବର୍ଡ୍ସଙ୍କ ଭିତରେ ଆରମ୍ଭ ହୋଇଥିବା ଏହି ହେଟ୍‌ ଓ ରିଭେଞ୍ଜ ଷ୍ଟୋରୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ଏଥିମଧ୍ୟରେ ଖବର ଆସିଛି ଯେ ଶୋ’ରେ ଆଉଜଣେ ନୂଆ କଳାକାରଙ୍କ ଏଣ୍ଟ୍ରି ହେବାକୁ ଯାଉଛି।

Advertisment

https://www.instagram.com/p/B9YM9qXp8tw/?utm_source=ig_web_copy_link

ସୂଚନା ମୁତାବକ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଦିବ୍ୟଦୃଷ୍ଟି ଫେମ୍‌ ପାରୁଲ ଚୌଧୁରୀ। ସେ ନିଜେ ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ସେ ‘କସୌଟି ଜିନ୍ଦେଗି କି ୨’ରେ ଅନୁରାଗଙ୍କ ବଡ଼ ଭଉଣୀ ରାକ୍ଷୀ ହୋଇ ଏଣ୍ଟ୍ରି କରିବେ, ଯିଏ କି କାନାଡ଼ାରେ ରହୁଥିଲେ। ଏନେଇ ପାରୁଲ କହିଛନ୍ତି ଯେ କିଛିଦିନ ହେବ ତାଙ୍କ ଶୋ’ ଦିବ୍ୟଦୃଷ୍ଟି ସରିଛି। ଏହାପରେ ସେ କେରଳରେ ଛୁଟି ମନାଉଥିଲେ। ତେବେ ଏହି ସମୟରେ ତାଙ୍କୁ ବାଲାଜି ଟେଲି ଫିଲ୍ମସ ତରଫରୁ ଏହି ରୋଲ୍‌ ପାଇଁ ଫୋନ୍‌ କଲ୍‌ ଆସିଥିଲା। ପୂର୍ବ ଅଡିଶନ୍‌ ଆଧାରରେ ଏବେ ତାଙ୍କୁ ବିନା ଅଡିଶନ୍‌ ଓ ଲୁକ୍‌ଟେଷ୍ଟରେ ଚୟନ କରାଯାଇଛି।

https://www.instagram.com/p/BwAI75hDmyt/?utm_source=ig_web_copy_link

ପାରୁଲ୍‌, ପିୟା ଅଲ୍‌ବେଲା, ତେରେ ମେରେ ସପ୍‌ନେ ଓ ଆଜ କି ହାଉସ୍‌ ୱାଇଫ୍‌ ଭଳି ଶୋ’ରେ କମ କରିଛନ୍ତି। ତେବେ ‘କସୌଟି’ରେ ସେ ନେଗେଟିଭ୍‌ ରୋଲ୍‌ରେ ନଜର ଆସିବେ କି ପଜେଟିଭ୍‌ ରୋଲ୍‌ରେ, ସେ ବିଷୟରେ କିଛି ଜଣାପଡ଼ିନାହିଁ। ହେଲେ ଅଧିକାଂଶ ସିରିଏଲ୍‌ରେ ସେ ନେଗେଟିଭ୍ ରୋଲ୍‌ରେ ହିଁ ଅଭିନୟ କରିଥିବାରୁ ଏବେ ଅନୁମାନ କରାଯାଉଛି ଯେ ଏଥିରେ ବି ସେ ନେଗେଟିଭ୍ ରୋଲ୍‌ କରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe