Advertisment

ଫିଲ୍ମ, ସିରିଏଲ ଶୁଟିଂ ପାଇଁ ପ୍ରସ୍ତୁତ ହେଲା ଗାଇଡଲାଇନ୍ସ

ମୁମ୍ବାଇ: କରୋନା ମହାମାରୀ ବ୍ୟାପିବା ଫଳରେ ସମଗ୍ର ଦେଶକୁ ଲକଡାଉନ୍ କରିଦିଆଯାଇଛି। ଫଳରେ ସବୁ କାରବାର ବନ୍ଦ ରହିଛି। ଫିଲ୍ମ ଓ ଟେଲିଭିଜନ ଇଣ୍ଡଷ୍ଟ୍ରିର କାମ ମଧ୍ୟ ପୂରା ଠପ୍। ତେବେ ବର୍ତ୍ତମାନ ଶୁଟିଂ ଆରମ୍ଭ କରିବାକୁ ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ (FWICE) ଯୋଜନା କରୁଛି। ହେଲେ ଶୁଟିଂ ସେଟର ପରିବେଶ ଆଉ ଆଗ ଭଳି ସମାନ ରହିବ ନାହିଁ। ବର୍ତ୍ତମାନ ସେଟର ଦୃଶ୍ୟଗୁଡ଼ିକରେ ପରିବର୍ତ୍ତନ ଦେଖାଯିବ। ସୂଚନା ଅନୁଯାୟୀ, FWICE ଏକ […]

ଅଦ୍ୟତନ ହୋଇଛି
ଫିଲ୍ମ, ସିରିଏଲ ଶୁଟିଂ ପାଇଁ ପ୍ରସ୍ତୁତ ହେଲା ଗାଇଡଲାଇନ୍ସ

SHOOTING

Advertisment

ମୁମ୍ବାଇ: କରୋନା ମହାମାରୀ ବ୍ୟାପିବା ଫଳରେ ସମଗ୍ର ଦେଶକୁ ଲକଡାଉନ୍ କରିଦିଆଯାଇଛି। ଫଳରେ ସବୁ କାରବାର ବନ୍ଦ ରହିଛି। ଫିଲ୍ମ ଓ ଟେଲିଭିଜନ ଇଣ୍ଡଷ୍ଟ୍ରିର କାମ ମଧ୍ୟ ପୂରା ଠପ୍। ତେବେ ବର୍ତ୍ତମାନ ଶୁଟିଂ ଆରମ୍ଭ କରିବାକୁ ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ (FWICE) ଯୋଜନା କରୁଛି। ହେଲେ ଶୁଟିଂ ସେଟର ପରିବେଶ ଆଉ ଆଗ ଭଳି ସମାନ ରହିବ ନାହିଁ। ବର୍ତ୍ତମାନ ସେଟର ଦୃଶ୍ୟଗୁଡ଼ିକରେ ପରିବର୍ତ୍ତନ ଦେଖାଯିବ।

Advertisment

ସୂଚନା ଅନୁଯାୟୀ, FWICE ଏକ ଭର୍ଚୁଆଲ୍ ମିଟିଂ କରିଛି। ଏଥିରେ ଶୁଟିଂ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶାବଳୀ ଉପରେ ଆଲୋଚନା କରାଯାଇଛି। ସୁରକ୍ଷା ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ଫିଲ୍ମ ତଥା ସିରିଏଲ୍ ଶୁଟିଂ କିପରି ଆରମ୍ଭ କରିହେବ, ସେ ନେଇ ଏହି ଭର୍ଚୁଆଲ୍ ମିଟିଂରେ ଆଲୋଚନା ହୋଇଛି। ତେବେ ଜୁଲାଇ ପୂର୍ବରୁ କୌଣସି ଫିଲ୍ମ କିମ୍ବା ଶୋ’ର ଶୁଟିଂ ଆରମ୍ଭ ହେବ ନାହିଁ। FWICEର ମୁଖ୍ୟ ବି.ଏନ୍ ତିୱାରୀ କହିଛନ୍ତି, 'ଜୁଲାଇରୁ ଶୁଟିଂ ଆରମ୍ଭ ହୋଇପାରେ। ଶୁଟ ପାଇଁ ଆମେ ଆମର କୌଣସି କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରିବୁ ନାହିଁ।' FWICE ସଚିବ ଅଶୋକ ଦୁବେ କହିଛନ୍ତି ଯେ, ବୈଠକରେ ଶୁଟିଂ ସେଟରେ କାର୍ଯ୍ୟ କରୁଥିବା ଲୋକଙ୍କ ଜୀବନକୁ ବୀମାଭୁକ୍ତ କରିବା ପ୍ରସଙ୍ଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଶୁଟିଂ ପାଇଁ ଆଲୋଚନା ହୋଇଥିବା ଗାଇଡଲାଇନ୍ସ

  • ସମସ୍ତ କଳାକାର ନିଜ ଘରୁ ମେକଅପ୍ ଏବଂ ଷ୍ଟାଇଲିଂ କରିବେ ଏବଂ ସେଟରେ କେବଳ ଜଣେ କର୍ମଚାରୀଙ୍କ ସହିତ ଆସିବେ।
  • ଚଳଚ୍ଚିତ୍ରର ନିର୍ମାତାମାନେ ୧୨ ଘଣ୍ଟିଆ ଶୁଟିଂ ସମୟରେ ସେଟରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ସଦସ୍ୟଙ୍କୁ ଚାରୋଟି ଲେଖାଏଁ ମାସ୍କ ପ୍ରଦାନ କରିବେ।
  • ଯେଉଁମାନଙ୍କ ବୟସ ୬୦ ବର୍ଷରୁ ଅଧିକ, ଶୁଟିଂ ଆରମ୍ଭ ହେବା ପରେ ୩ ମାସ ଯାଏଁ ସେମାନଙ୍କୁ ସେଟରେ କାମ କରିବାକୁ ଦିଆଯିବ ନାହିଁ।
  • ପ୍ରତ୍ୟେକ ଶୁଟିଂ ସେଟରେ ଡାକ୍ତର, ନର୍ସ ଏବଂ ସୁପରଭାଇଜର ନିଯୁକ୍ତ ରହିବା ଆବଶ୍ୟକ।
Advertisment

ବୈଠକରେ ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପଲୋଇଜ୍ (FWICE) ଓ ସିନେ ଏବଂ ଟିଭି ଆର୍ଟିଷ୍ଟ ଆସୋସିଏସନ୍ (CINTAA)ର ଅଧିକାରୀମାନେ ଯୋଗ ଦେଇଥିଲେ। ତେବେ, ପ୍ରଡ୍ୟୁସର ଗିଲ୍ଡ ଅଫ୍ ଇଣ୍ଡିଆ ମଧ୍ୟ ଆଉ କିଛି ନିର୍ଦ୍ଦେଶାବଳୀ ଉପରେ କାମ କରୁଛି, ଯାହା ଶୀଘ୍ର ଆର୍ଟିଷ୍ଟମାନଙ୍କୁ ଜଣାଇ ଦିଆଯିବ।

FWICE ସଭାପତି ବି.ଏନ୍ ତିୱାରୀ କହିଛନ୍ତି ଯେ, ଏହି ନିୟମଗୁଡ଼ିକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଶ୍ରମ ମନ୍ତ୍ରଣାଳୟ, ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ସେମାନେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ଗାଇଡଲାଇନ୍ ଅନୁଯାୟୀ, ସମସ୍ତ ପ୍ରଯୋଜକ ଏବଂ ନିର୍ଦ୍ଦେଶକମାନଙ୍କୁ ସେମାନଙ୍କ ସେଟରେ କିଛି ନିୟମ ଅନୁସରଣ କରିବାକୁ ହେବ। ପ୍ରତ୍ୟେକ କଳାକାର ଏବଂ କ୍ରୁ ମେମ୍ବର ଯିଏ ବି ସେଟରେ ପହଞ୍ଚିବେ ପ୍ରଥମେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ତାଙ୍କ ଶରୀରର ତାପମାତ୍ରା ମଧ୍ୟ ଯାଞ୍ଚ କରାଯିବ। ଏହି ପ୍ରକ୍ରିୟା ପ୍ରତିଦିନ ପୁନରାବୃତ୍ତି ହେବ। ଯଦି ପରିସ୍ଥିତି ଖରାପ ହୁଏ ତେବେ ଡାକ୍ତର ଏବଂ ନର୍ସଙ୍କୁ ପ୍ରତିଦିନ ସେଟରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯିବ। ଏହି ନିୟମ ଶୁଟିଂର ପ୍ରଥମ ତିନି ମାସ ପାଇଁ ବଳବତ୍ତର ରହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe