Advertisment

ଆରମ୍ଭ ହେବ ସିରିଏଲ୍ ଶୁଟିଂ: ମାନିବାକୁ ପଡ଼ିବ ଏସବୁ ସର୍ତ୍ତ

ମୁମ୍ବାଇ: ସିରିଏଲ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ସେମାନଙ୍କୁ ସେମାନଙ୍କର ପ୍ରିୟ ସିରିଏଲର ନୂଆ ଏପିସୋଡ୍ ଦେଖିବାକୁ ମିଳିବ। ଲକଡାଉନ ଯୋଗୁ ସମସ୍ତ ଟିଭି ସିରିଏଲଗୁଡ଼ିକର ଶୁଟିଂ ଅନେକ ଦିନରୁ ବନ୍ଦ ହୋଇ ରହିଛି। ତେବେ ବର୍ତ୍ତମାନ ସିରିଏଲଗୁଡ଼ିକର ଶୁଟିଂ ଜୁନ୍ ଶେଷ ସୁଦ୍ଧା ଆରମ୍ଭ ହେବ ବୋଲି ଖବର ମିଳିଛି। ହେଲେ ଏସବୁ ପାଇଁ କିଛି ନୂଆ ଗାଇଡଲାଇନ୍ସ ମଧ୍ୟ ଜାରି କରାଯାଇଛି। ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଇମ୍ପ୍ଲୋଇଜ୍ (FWICE)ର […]

ଆରମ୍ଭ ହେବ ସିରିଏଲ୍ ଶୁଟିଂ: ମାନିବାକୁ ପଡ଼ିବ ଏସବୁ ସର୍ତ୍ତ

tv

Advertisment

ମୁମ୍ବାଇ: ସିରିଏଲ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ସେମାନଙ୍କୁ ସେମାନଙ୍କର ପ୍ରିୟ ସିରିଏଲର ନୂଆ ଏପିସୋଡ୍ ଦେଖିବାକୁ ମିଳିବ। ଲକଡାଉନ ଯୋଗୁ ସମସ୍ତ ଟିଭି ସିରିଏଲଗୁଡ଼ିକର ଶୁଟିଂ ଅନେକ ଦିନରୁ ବନ୍ଦ ହୋଇ ରହିଛି। ତେବେ ବର୍ତ୍ତମାନ ସିରିଏଲଗୁଡ଼ିକର ଶୁଟିଂ ଜୁନ୍ ଶେଷ ସୁଦ୍ଧା ଆରମ୍ଭ ହେବ ବୋଲି ଖବର ମିଳିଛି। ହେଲେ ଏସବୁ ପାଇଁ କିଛି ନୂଆ ଗାଇଡଲାଇନ୍ସ ମଧ୍ୟ ଜାରି କରାଯାଇଛି। ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଇମ୍ପ୍ଲୋଇଜ୍ (FWICE)ର ସଭାପତି ବି.ଏନ୍ ତିୱାରୀ କହିଛନ୍ତି ଯେ covid ୧୯ ଦୀର୍ଘ ସମୟ ଧରି ରହିବ ଏବଂ ଏହାର କୌଣସି ଟିକା ମଧ୍ୟ ବାହାରି ନାହିଁ। ତେଣୁ କାର୍ଯ୍ୟ ତ ଆରମ୍ଭ କରିବାକୁ ପଡ଼ିବ। ତେଣୁ ଇଣ୍ଡଷ୍ଟ୍ରିର ଦୈନିକ କର୍ମଚାରୀଙ୍କୁ ଧ୍ୟାନରେ ରଖି ସେ ପ୍ରଯୋଜକଙ୍କ ସାମ୍ନାରେ କିଛି ସର୍ତ୍ତ ରଖିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ସର୍ତ୍ତଗୁଡ଼ିକ କ’ଣ।

Advertisment

୧- ପ୍ରତ୍ୟେକ ବ୍ୟକ୍ତୁ ସେଟ୍ ଆସିବା ବେଳେ ନଜ ସହ ମାସ୍କ ଓ ସାନିଟାଇଜର୍ ବହନ କରିବେ। ଏହା ବ୍ୟତୀତ କିଏ ମାସ୍କ ପିନ୍ଧିଛି ଏବଂ କିଏ ନାହିଁ ତାହା ଯାଞ୍ଚ କରିବା ପାଇଁ ସେଟରେ ଜଣେ ସୁରକ୍ଷା କର୍ମୀଙ୍କୁ ରଖାଯିବ।

୨- ଯଦି covid 19 ହେତୁ କୌଣସି ଶ୍ରମିକଙ୍କର ମୃତ୍ୟୁ ହୁଏ, ତେବେ ଚ୍ୟାନେଲ୍ ଏବଂ ପ୍ରଯୋଜକମାନେ ସେହି ଶ୍ରମିକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବେ ଏବଂ ସେମାନଙ୍କର ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବେ। ପୂର୍ବରୁ ଦୁର୍ଘଟଣାଜନିତ ମୃତ୍ୟୁ ହେଲେ, ପ୍ରଯୋଜକମାନେ ୪୦ରୁ ୪୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଉଥିଲେ। କିନ୍ତୁ covid ୧୯ ପାଇଁ ସର୍ବନିମ୍ନ କ୍ଷତିପୂରଣ ୫୦ ଲକ୍ଷ ଟଙ୍କା ରଖାଯାଇଛି, କାରଣ ଏହା ଶ୍ରମିକମାନଙ୍କୁ ଆଶ୍ୱାସନା ଦେବ ଯେ ଯଦି ସେମାନଙ୍କର କିଛି ହୁଏ ତେବେ ପ୍ରଯୋଜକ ସେମାନଙ୍କ ପରିବାରକୁ ଦେଖିବେ। ଏବଂ ସେମାନେ ଏହି ଆତ୍ମବିଶ୍ୱାସ ସହିତ କାମ କରିବାକୁ ଆସିବେ।

Advertisment

୩- ସୁଟିଂ ସମୟରେ ୫୦ ପ୍ରତିଶତ ୟୁନିଟ୍ ସହିତ କାମ କରିବାକୁ ପଡ଼ିବ। ପ୍ରଯୋଜକମାନେ ଏହା ମଧ୍ୟ ନିଶ୍ଚିତ କରିବେ ଯେ ଅବଶିଷ୍ଟ ୫୦ ପ୍ରତିଶତ ୟୁନିଟ୍ ସିଫ୍ଟ ହିସାବରେ କାମ କରବେ। ଯାହାଫଳରେ ସମସ୍ତଙ୍କର ରୋଜଗାର ହେବ ଓ ସମସ୍ତଙ୍କ ପରିବାର ଚଳିପାରିବେ।

୪- ୫୦ ବର୍ଷରୁ ଅଧିକ ବୟସ୍କ ଶ୍ରମିକମାନଙ୍କୁ ବର୍ତ୍ତମାନ ତିନି ମାସ ଘରେ ରହିବାକୁ କୁହାଯାଇଛି। କାରଣ ସେମାନେ covid ୧୯ ଦ୍ୱାରା ଅଧିକ ବିପଦଗ୍ରସ୍ତ। ତିନିମାସ ପରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ପରେ ସେମାନେ କାମ କରିପାରିବେ।

୫- ହଲିଉଡ୍ ପରି ସବୁ ଶୁଟିଂ ସେଟ୍ ରେ ଜରୁରୀକାଳୀନ ପରିସ୍ଥିତି ପାଇଁ ଆମ୍ବୁଲାନ୍ସ ରହିବ। ଏହି ତିନି ମାସ ଆମ ପାଇଁ ଏକ ପ୍ରଶିକ୍ଷଣ ଅବଧି ହେବ। ଖୁବଶୀଘ୍ର ପ୍ରଡ୍ୟୁସର ବଡି, ଚ୍ୟାନେଲ୍ ଏବଂ ସମସ୍ତଙ୍କ ସହିତ ଏକ ଭର୍ଚୁଆଲ୍ ମିଟିଂ ହେବ ଏବଂ ଖୁବ୍ ଶୀଘ୍ର ଶୁଟିଂ ଆରମ୍ଭ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe