Advertisment

ଭଂଶାଲୀଙ୍କ ଫିଲ୍ମରେ ନୂଆ ଯୋଡ଼ି

ମୁମ୍ବାଇ: ଫିଲ୍ମ ‘ଇନ୍‌ଶାଆଲ୍ଲାହ’ ବନ୍ଦ ହେବା ପରେ ସଞ୍ଜୟ ଲୀଲା ଭଂଶାଲୀ ଆଉ ଏକ ଫିଲ୍ମ ତିଆରି କରିବା ପାଇଁ ଲାଗି ପଡ଼ିଲେଣି। ସୂଚନା ଅନୁଯାୟୀ, ଫିଲ୍ମଟିର ନାଁ ହେଉଛି ‘ଗଙ୍ଗୁବାଈ’। ଏଥିରେ ସେ ଏକ ନୂଆ ଯୋଡ଼ିକୁ ପରଦା ଉପରକୁ ଆଣିବା ପାଇଁ ଯୋଜନା କରୁଛନ୍ତି। ଏହି ଫିଲ୍ମରେ ଆଲିଆ ଭଟ୍ଟ ଓ କାର୍ତ୍ତିକ୍‌ ଆର୍ଯ୍ୟନ୍‌ଙ୍କୁ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଫିଲ୍ମ ‘ପ୍ୟାର୍‌ କା ପଞ୍ଚନାମା’(୨୦୧୧)ରେ ଡେବ୍ୟୁ କରିଥିବା କାର୍ତ୍ତିକଙ୍କର ଏହା ପ୍ରଥମ ଫିଲ୍ମ […]

ଅଦ୍ୟତନ ହୋଇଛି
ଭଂଶାଲୀଙ୍କ ଫିଲ୍ମରେ ନୂଆ ଯୋଡ଼ି

sanjaylilabhansali

Advertisment

ମୁମ୍ବାଇ: ଫିଲ୍ମ ‘ଇନ୍‌ଶାଆଲ୍ଲାହ’ ବନ୍ଦ ହେବା ପରେ ସଞ୍ଜୟ ଲୀଲା ଭଂଶାଲୀ ଆଉ ଏକ ଫିଲ୍ମ ତିଆରି କରିବା ପାଇଁ ଲାଗି ପଡ଼ିଲେଣି। ସୂଚନା ଅନୁଯାୟୀ, ଫିଲ୍ମଟିର ନାଁ ହେଉଛି ‘ଗଙ୍ଗୁବାଈ’। ଏଥିରେ ସେ ଏକ ନୂଆ ଯୋଡ଼ିକୁ ପରଦା ଉପରକୁ ଆଣିବା ପାଇଁ ଯୋଜନା କରୁଛନ୍ତି।

Advertisment

ଏହି ଫିଲ୍ମରେ ଆଲିଆ ଭଟ୍ଟ ଓ କାର୍ତ୍ତିକ୍‌ ଆର୍ଯ୍ୟନ୍‌ଙ୍କୁ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଫିଲ୍ମ ‘ପ୍ୟାର୍‌ କା ପଞ୍ଚନାମା’(୨୦୧୧)ରେ ଡେବ୍ୟୁ କରିଥିବା କାର୍ତ୍ତିକଙ୍କର ଏହା ପ୍ରଥମ ଫିଲ୍ମ ହେବ ଯେଉଁଥିରେ ସେ ଜଣେ ଆଗଧାଡ଼ି ଅଭିନେତ୍ରୀଙ୍କ ସହ କାମ କରିବେ। ଯଦି ଏହି ଖବର ସତ ହୁଏ ତେବେ ‘ଗଙ୍ଗୁବାଈ’ ଉଭୟ ଆଲିଆ ଓ କାର୍ତ୍ତିକ୍‌ଙ୍କର ଭଂଶାଲୀଙ୍କ ସହ ପ୍ରଥମ ଫିଲ୍ମ ହେବ।

publive-imageସୂଚନାଯୋଗ୍ୟ, ‘ଗଙ୍ଗୁବାଈ’ ଲେଖକ ହୁସେନ୍‌ ଜୈଦିଙ୍କ ବହି ‘ମାଫିଆ କ୍ୱିନ୍ସ ଅଫ୍‌ ମୁମ୍ବାଇ’ର ଏକ ଅଧ୍ୟାୟ ଉପରେ ଆଧାରିତ। ଫିଲ୍ମରେ କମାଠିପୁରର ମୁଖିଆ ଗଙ୍ଗୁବାଈ କୋଠେବାଲି ନାମକ ଜଣେ ମହିଳାଙ୍କ କାହାଣୀ ଦେଖାଯିବ। ପୂର୍ବରୁ ଖବର ମିଳିଥିଲା ଯେ ଏହି ଫିଲ୍ମରେ ଭଂଶାଲୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେବାକୁ ଚାହୁଁଥିଲେ। ହେଲେ କୌଣସି କାରଣରୁ ପ୍ରିୟଙ୍କା ଏହି ଫିଲ୍ମରେ କାମ କରିବାକୁ ମନାକଲେ।

Advertisment

https://www.instagram.com/p/B2kT1nOFpvJ/?utm_source=ig_web_copy_link

ଆଲିଆ ବର୍ତ୍ତମାନ ନିଜ ପିତା ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡ଼କ-୨’ରେ କାମ କରୁଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ଆଦିତ୍ୟ ରୟ କପୁର, ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହା ବ୍ୟତୀତ ସେ କରଣ ଜୋହରଙ୍କ ‘ବ୍ରହ୍ମାସ୍ତ୍ର’ରେ ବୟଫ୍ରେଣ୍ଡ ରଣବୀର କପୁରଙ୍କ ସହ ନଜର ଆସିବେ।

https://www.instagram.com/p/B21KiEKFKmc/?utm_source=ig_web_copy_link

ସେହିପରି କାର୍ତ୍ତିକ ମଧ୍ୟ ନିଜ ଅପ୍‌କମିଂ ଫିଲ୍ମ ‘ପତି ପତ୍ନୀ ଔର୍ ୱ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ଅନନ୍ୟା ପାଣ୍ଡେ ଓ ଭୂମି ପେଡନେକର ଅଭିନୟ କରୁଛନ୍ତି। ଏହା ବ୍ୟତୀତ ସେ ଇମ୍‌ତିଆଜ୍‌ ଅଲ୍ଲୀଙ୍କ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌-୨’ରେ ସାରା ଅଲ୍ଲୀ ଖାନ୍‌ଙ୍କ ସହ ନଜର ଆସିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe