Advertisment

‘ଦବଙ୍ଗ ୩’ରୁ ମଲାଇକା ଆଉଟ୍‌: ଏଣ୍ଟ୍ରି କଲେ ନୂଆ ମୁନ୍ନି

ମୁମ୍ବାଇ: ଖୁବ୍‌ଶୀଘ୍ର ସଲ୍‌ମାନ୍‌ ଖାନ୍‌ ନେଇ ଆସୁଛନ୍ତି ତାଙ୍କ ନୂଆ ଫିଲ୍ମ ‘ଦବଙ୍ଗ ୩’। ଫିଲ୍ମ ରିଲିଜ୍‌ ପୂର୍ବରୁ ସଲ୍‌ମାନ୍‌ ଏହାର ଗୋଟିଏ ପରେ ଗୋଟିଏ ଗୀତ ରିଲିଜ୍‌ କରି ସର୍‌ପ୍ରାଇଜ୍ ଦେଉଛନ୍ତି। ଏବେ ଫିଲ୍ମର ବହୁ ପ୍ରତୀକ୍ଷିତ ଆଇଟମ୍‌ ନମ୍ବର ରିଲିଜ୍‌ ହୋଇଯାଇଛି। ଆଉ ଏଥିରେ ମୁନ୍ନି ନୁହେଁ, ‘ମୁନ୍ନା ବଦନାମ୍‌’ ହୋଇଛନ୍ତି। ତେବେ ଏଥିରେ ମଲାଇକା ନୁହେଁ, ନୂଆ ମୁନ୍ନି ନଜର ଆସିଛନ୍ତି। ସୁପରହିଟ୍‌ ସିରିଜ୍‌ ‘ଦବଙ୍ଗ’ର ପୂର୍ବ ଦୁଇଟି ପାର୍ଟରେ ଜବରଦସ୍ତ ଆଇଟମ୍‌ […]

ଅଦ୍ୟତନ ହୋଇଛି
‘ଦବଙ୍ଗ ୩’ରୁ ମଲାଇକା ଆଉଟ୍‌: ଏଣ୍ଟ୍ରି କଲେ ନୂଆ ମୁନ୍ନି

munni

Advertisment

ମୁମ୍ବାଇ: ଖୁବ୍‌ଶୀଘ୍ର ସଲ୍‌ମାନ୍‌ ଖାନ୍‌ ନେଇ ଆସୁଛନ୍ତି ତାଙ୍କ ନୂଆ ଫିଲ୍ମ ‘ଦବଙ୍ଗ ୩’। ଫିଲ୍ମ ରିଲିଜ୍‌ ପୂର୍ବରୁ ସଲ୍‌ମାନ୍‌ ଏହାର ଗୋଟିଏ ପରେ ଗୋଟିଏ ଗୀତ ରିଲିଜ୍‌ କରି ସର୍‌ପ୍ରାଇଜ୍ ଦେଉଛନ୍ତି। ଏବେ ଫିଲ୍ମର ବହୁ ପ୍ରତୀକ୍ଷିତ ଆଇଟମ୍‌ ନମ୍ବର ରିଲିଜ୍‌ ହୋଇଯାଇଛି। ଆଉ ଏଥିରେ ମୁନ୍ନି ନୁହେଁ, ‘ମୁନ୍ନା ବଦନାମ୍‌’ ହୋଇଛନ୍ତି। ତେବେ ଏଥିରେ ମଲାଇକା ନୁହେଁ, ନୂଆ ମୁନ୍ନି ନଜର ଆସିଛନ୍ତି।

Advertisment

publive-imageସୁପରହିଟ୍‌ ସିରିଜ୍‌ ‘ଦବଙ୍ଗ’ର ପୂର୍ବ ଦୁଇଟି ପାର୍ଟରେ ଜବରଦସ୍ତ ଆଇଟମ୍‌ ନମ୍ବର ରହିଥିଲା। ପ୍ରଥମ ପାର୍ଟର ‘ମୁନ୍ନି ବଦନାମ୍‌ ହୁଇ’ ଗୀତରେ ମଲାଇକା ଅରୋରାଙ୍କ ଠୁମ୍‌କା ଅନେକ ଦିନ ପର୍ଯ୍ୟନ୍ତ ଦର୍ଶକଙ୍କ ମନରେ ରାଜ୍‌ କରିଥିଲା। ସେହିଭଳି ଦ୍ୱିତୀୟ ପାର୍ଟରେ ମଧ୍ୟ ଦୁଇ ଦୁଇଟି ଆଇଟମ୍‌ ଗୀତ ‘ଫେବିକଲ୍‌’ ଓ ‘ପାଣ୍ଡେ ଜି ସିଟି’ ହିଟ୍‌ ହୋଇଥିଲା। ‘ଫେବିକଲ୍‌’ରେ କରୀନାଙ୍କ ଜଲୱା ଦେଖିବାକୁ ମିଳିଥିବାବେଳେ ‘ପାଣ୍ଡେଜୀ ସିଟି’ରେ ପୁଣି ଥରେ ଦର୍ଶଙ୍କ ହୋସ୍‌ ଉଡ଼ାଇଥିଲେ ମଲାଇକା। ହେଲେ ‘ଦବଙ୍ଗ ୩’ରୁ ଆଉଟ୍‌ ହୋଇଯାଇଛନ୍ତି ମଲାଇକା। ଏହା ପଛର କାରଣ, ସଲ୍‌ମାନଙ୍କ ଭାଇ ଅରବାଜ୍‌ଙ୍କ ସହ ମଲାଇକାଙ୍କ ଡିଭୋର୍ସ ବୋଲି କୁହାଯାଉଛି।

publive-image ‘ଦବଙ୍ଗ ୩’ରୁ ମଲାଇକାଙ୍କୁ ଆଉଟ୍ କରାଯାଇ ନୂଆ ମୁନ୍ନିଙ୍କୁ ଏଣ୍ଟ୍ରି କରାଯାଇଛି। ‘ମୁନ୍ନା ବଦନାମ୍‌ ହୁଆ’ ଗୀତରେ ସଲମାନ୍‌ଙ୍କ ସହ ଠୁମ୍‌କା ଲଗାଇଛନ୍ତି ୱାରିନା ହୁସେନ୍‌। ଏଥିରେ ତାଙ୍କୁ ବୋଲ୍ଡ ଅନ୍ଦାଜ୍‌ ଦେଖିବାକୁ ମିଳିଛି। ଦର୍ଶକଙ୍କୁ ସଲମାନ୍‌ ଓ ୱାରିନାଙ୍କ ଡ୍ୟାନ୍ସ ବେଶ୍ ପସନ୍ଦ ଆସୁଛି। ସଲମାନ୍‌ଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ସହ ଫିଲ୍ମ ‘ଲଭ୍‌ ୟାତ୍ରୀ’ରେ ୱାରିନା ନଜର ଆସିଥିଲେ।

Advertisment

publive-imageଏହା ବ୍ୟତୀତ ଏହି ଗୀତର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ସଲ୍‌ମାନ୍‌ ଓ ଫିଲ୍ମର ନିର୍ଦ୍ଦେଶକ ପ୍ରଭୁ ଦେବାଙ୍କ ଯୁଗଳବନ୍ଦୀ। ଏ ଦୁହିଁଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ଦିୱାନା କରିଦେଇଛି। ଗୀତଟି ଏବେ ସୋଶାଲ୍‌ ମିଡିଆରେ ଟ୍ରେଣ୍ଡ କରୁଛି।

ସୂଚନାଯୋଗ୍ୟ, ଏହି ଗୀତଟିକୁ ଦାନିଶ ସାବରୀ ଲେଖିଥିବା ବେଳେ କମାଲ୍‌ ଖାନ୍‌, ମମତା ଶର୍ମା ଓ ବାଦ୍‌ଶାହ୍‌ ଗାଇଛନ୍ତି। ଏହାର ମ୍ୟୁଜିକ୍‌ ଦେଇଛନ୍ତି ସାଜିଦ୍‌-ୱାଜିଦ୍‌। ବୈଭବ୍‌ ମର୍ଚାଣ୍ଟ ଏହାର କୋରିଓଗ୍ରାଫି କରିଛନ୍ତି। 'ଦବଙ୍ଗ ୩' ଚଳିତ ମାସ ୨୦ ତାରିଖରେ ରିଲିଜ୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe