Advertisment

ଏବେ ‘ଛବିରାଣୀ’ଙ୍କ ଲୋମ ଟାଙ୍କୁରା କାହାଣୀ କହିବ ସିଲ୍‌ଭର୍‌ ସ୍କ୍ରିନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୮୦ ଦଶକର ଚର୍ଚ୍ଚିତ ଏବଂ ଲୋମ ଟାଙ୍କୁରା ‘ଛବିରାଣୀ’ ହତ୍ୟାକାଣ୍ଡର ସତ କାହାଣୀ ଦର୍ଶକ ସିଲ୍‌ଭର୍‌ ସ୍କ୍ରିନ୍‌ରେ ଦେଖିବାକୁ ପାଇବେ। ଏ ଘଟଣାକୁ ନେଇ ଓଡ଼ିଆରେ ଯେଉଁ ଫିଲ୍ମ ତିଆରି ହେଉଛି, ତା ନାଁ ରଖାଯାଇଛି ‘ଛବିରାଣୀ‘। ସେ ସମୟରେ ଛବିରାଣୀ ହତ୍ୟାକାଣ୍ଡ ଘଟଣା ପୂରା ଓଡ଼ିଶାକୁ ସ୍ତବ୍ଧ କରି ଦେଇଥିଲା। ସେତେବେଳେ ଓଡ଼ିଶା ଭଳି ଏକ ରାଜ୍ୟରେ ଜଣେ ସାଧାରଣ ନାରୀ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ସେତେବେଳେ ସେ ଗର୍ଭବତୀ […]

ଅଦ୍ୟତନ ହୋଇଛି
ଏବେ ‘ଛବିରାଣୀ’ଙ୍କ ଲୋମ ଟାଙ୍କୁରା କାହାଣୀ କହିବ ସିଲ୍‌ଭର୍‌ ସ୍କ୍ରିନ୍‌

chabirani

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୮୦ ଦଶକର ଚର୍ଚ୍ଚିତ ଏବଂ ଲୋମ ଟାଙ୍କୁରା ‘ଛବିରାଣୀ’ ହତ୍ୟାକାଣ୍ଡର ସତ କାହାଣୀ ଦର୍ଶକ ସିଲ୍‌ଭର୍‌ ସ୍କ୍ରିନ୍‌ରେ ଦେଖିବାକୁ ପାଇବେ। ଏ ଘଟଣାକୁ ନେଇ ଓଡ଼ିଆରେ ଯେଉଁ ଫିଲ୍ମ ତିଆରି ହେଉଛି, ତା ନାଁ ରଖାଯାଇଛି ‘ଛବିରାଣୀ‘।

Advertisment

ସେ ସମୟରେ ଛବିରାଣୀ ହତ୍ୟାକାଣ୍ଡ ଘଟଣା ପୂରା ଓଡ଼ିଶାକୁ ସ୍ତବ୍ଧ କରି ଦେଇଥିଲା। ସେତେବେଳେ ଓଡ଼ିଶା ଭଳି ଏକ ରାଜ୍ୟରେ ଜଣେ ସାଧାରଣ ନାରୀ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ସେତେବେଳେ ସେ ଗର୍ଭବତୀ ମଧ୍ୟ ଥିଲେ। ତାଙ୍କ ସ୍ୱାମୀ ସ୍ଥାନୀୟ ଅଞ୍ଚଳରେ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ। ସାରା ଦେଶରେ ବି ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ। ୨୦୦୬ରେ ଯେତେବେଳେ ଏହି ମାମଲାର ଚୂଡ଼ାନ୍ତ ରାୟ ଆସିଲା, ସେତେ ବେଳକୁ ୭ ଜଣ ଆସାମୀଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇସାରିଥିଲା।

ଆଉ ଏବେ ଏହା ଉପରେ ଫିଲ୍ମ ତିଆରି କରାଯାଉଛି। ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଛନ୍ତି ଅଭିନେତା ଅମନ୍‌ ଏବଂ ବଙ୍ଗୀୟ ଅଭିନେତ୍ରୀ ଚନ୍ଦ୍ରାଣୀ। ଏହି ଦୁଇ କଳାକାରଙ୍କ ସହ ଓଲିଉଡ୍‌ର ଆଗ ଧାଡ଼ିର କଳାକାର ସିନ୍ଧାନ୍ତ ଏବଂ ଅନୁ ଚୌଧୁରୀଙ୍କୁ ମଧ୍ୟ ଆପଣମାନେ ଏହି ଫିଲ୍ମରେ ଦେଖିବାକୁ ପାଇବେ।

Advertisment

ବବି ଇସ୍‌ଲାମ୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଦୀର୍ଘ ୩୫ ବର୍ଷ ତଳର ଏହି ଘଟଣା ଏବେ ମଧ୍ୟ ଆମ ସମାଜରେ ଘଟୁଛି। ଫିଲ୍ମର ସତ କାହାଣୀ ଆଜି ସମାଜକୁ ଏକ ବାର୍ତ୍ତା ଦେବ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe