Advertisment

ରିଲିଜ୍‌ ହେଲା 'ଲଭ୍‌ ଆଜ୍‌ କଲ୍‌'ର ନୂଆ ଗୀତ

ସାରା ଅଲ୍ଲୀ ଖାନ୍ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ଅପକମିଂ ଫିଲ୍ମ ‘ଲଭ୍ ଆଜ୍ କଲ୍‌’ର ଏକ ନୂଆ ଗୀତ ‘ହାଁ ମେଁ ଗଲତ୍’ ରିଲିଜ୍ ହୋଇଛିା ଏହି ଗୀତରେ ସାରା ଓ କାର୍ତ୍ତିକଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛ, ଯାହାକୁ ବେଶ ପସନ୍ଦ କରିଛନ୍ତ ଦର୍ଶକ। https://www.instagram.com/p/B7XnEK-pkVz/?utm_source=ig_web_copy_link ଏକ ଟିନ୍‌ଏଜ୍‌ ଲଭ ଷ୍ଟୋରୀକୁ ନେଇ ଫିଲ୍ମର କାହାଣୀ ରହିଛି। ଭାଲେଟାଇନ୍ସ ଡେ ତଥା ଫେବୃୟାରୀ ୧୪ରେ ଫିଲ୍ମଟି ପରଦାକୁ ଆସିବ। ସାରା ଓ କାର୍ତ୍ତିକଙ୍କ ବ୍ୟତୀତ ଫିଲ୍ମରେ […]

author-image
Chinmayee Roy
ରିଲିଜ୍‌ ହେଲା 'ଲଭ୍‌ ଆଜ୍‌ କଲ୍‌'ର ନୂଆ ଗୀତ

love-aaj-kal

ସାରା ଅଲ୍ଲୀ ଖାନ୍ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ଅପକମିଂ ଫିଲ୍ମ ‘ଲଭ୍ ଆଜ୍ କଲ୍‌’ର ଏକ ନୂଆ ଗୀତ ‘ହାଁ ମେଁ ଗଲତ୍’ ରିଲିଜ୍ ହୋଇଛିା ଏହି ଗୀତରେ ସାରା ଓ କାର୍ତ୍ତିକଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛ, ଯାହାକୁ ବେଶ ପସନ୍ଦ କରିଛନ୍ତ ଦର୍ଶକ।

Advertisment

https://www.instagram.com/p/B7XnEK-pkVz/?utm_source=ig_web_copy_link

ଏକ ଟିନ୍‌ଏଜ୍‌ ଲଭ ଷ୍ଟୋରୀକୁ ନେଇ ଫିଲ୍ମର କାହାଣୀ ରହିଛି। ଭାଲେଟାଇନ୍ସ ଡେ ତଥା ଫେବୃୟାରୀ ୧୪ରେ ଫିଲ୍ମଟି ପରଦାକୁ ଆସିବ। ସାରା ଓ କାର୍ତ୍ତିକଙ୍କ ବ୍ୟତୀତ ଫିଲ୍ମରେ ରଣଦୀପ ହୁଡ୍ଡା ଏବଂ ଆରୁଷି ଶର୍ମା ପ୍ରମୁଖ ଭୂମିକାରେ ନଜର ଆସିବେ। ୨୦୦୯ରେ ରିଲିଜ ହୋଇଥିବା ଫିଲ୍ମ ‘ଲଭ ଆଜ୍ କଲ୍‌ର’ ଏହା ସିକୁଏଲ୍‌। ଫିଲ୍ମରେ ସୈଫ ଅଲ୍ଲୀ ଖାନ୍ ଏବଂ ଦୀପିକା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।  ଅଲ୍ଲୀ ଓ ଦିନେଶ ଭିଜନ୍ ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି।

https://www.instagram.com/p/B75Te05JQAu/?utm_source=ig_web_copy_link

ନିକଟରେ ସୈଫ୍ ଏହି ଫିଲ୍ମର ଟ୍ରେଲର୍‌କୁ ନାପସନ୍ଦ କରିଥିବା କଥା ଗଣମାଧ୍ୟମରେ କହିଥିଲେ। ନିଜ ଝିଅ ଏଥିରେ ଅଭିନୟ କରୁଥିଲେ ବି ସେ ଫିଲ୍ମ ବିଷୟରେ କହିବାକୁ ପଛାଇନଥିଲେ।  ତାଙ୍କ ଫିଲ୍ମ ତୁଳନାରେ ସାରାଙ୍କ ଫିଲ୍ମର ଟ୍ରେଲର୍ ଖୁବ୍ ଦୁର୍ବଳ ହୋଇଛି ବୋଲି ସେ କହିଥିଲେ। ଏହା ବ୍ୟତୀତ ସେ ଇମ୍‌ତି୍ଆଜ୍‌ଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। ତା’ସହିତ ଏହି ଫିଲ୍ମ ପାଇଁ ଝିଆ ସାରାଙ୍କୁ ସେ ଶୁଭକାମନା ମଧ୍ୟ ଜଣାଇଥିଲେ। ତେବେ ନୂଆ ‘ଲଭ୍ ଆଜ୍ କଲ୍’ ଦର୍ଶକଙ୍କ ମନକୁ ଜିଣି ପାରିବ କି ନାହିଁ, ତାହା ରିଲିଜ୍ ପରେ ହିଁ ଜଣାପଡ଼ିବ।

Advertisment