Advertisment

ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ… ଭାଙ୍ଗି ସବୁ ମୁହାଣ, ମୋ ଭିତରେ ବହିଯା… ଥରେ ଫେଣ୍ଟି ହେଲେ ତୋ ମିଠା ରଙ୍ଗ, ଦେହ ସାରା ଖେଳି ଯିବ ତରଙ୍ଗ… ଆଉ ଫେରି ପାରିବୁନି ଜୁଆର, ମୁଁ ଅବୁଝା…। ଏମିତି କିଛି ସୁନ୍ଦର ଧାଡ଼ିରୁ ଆରମ୍ଭ ହୋଇଛି ଗୀତ ‘ତୁ ଚଞ୍ଚଳ ନଈ’। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ମିଷ୍ଟର ମଜ୍‌ନୁ’ର ଏହି ରୋମାଣ୍ଟିକ୍‌ ଟ୍ରାକ୍‌କୁ ଦର୍ଶକ […]

ଅଦ୍ୟତନ ହୋଇଛି
ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ...

swoyam

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ... ଭାଙ୍ଗି ସବୁ ମୁହାଣ, ମୋ ଭିତରେ ବହିଯା... ଥରେ ଫେଣ୍ଟି ହେଲେ ତୋ ମିଠା ରଙ୍ଗ, ଦେହ ସାରା ଖେଳି ଯିବ ତରଙ୍ଗ... ଆଉ ଫେରି ପାରିବୁନି ଜୁଆର, ମୁଁ ଅବୁଝା...। ଏମିତି କିଛି ସୁନ୍ଦର ଧାଡ଼ିରୁ ଆରମ୍ଭ ହୋଇଛି ଗୀତ ‘ତୁ ଚଞ୍ଚଳ ନଈ’। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ମିଷ୍ଟର ମଜ୍‌ନୁ’ର ଏହି ରୋମାଣ୍ଟିକ୍‌ ଟ୍ରାକ୍‌କୁ ଦର୍ଶକ ମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଗୀତଟିକୁ ଗାଇଛନ୍ତି ସ୍ୱୟମ ପାଢ଼ୀ ଏବଂ ଅନ୍ତରା ଚକ୍ରବର୍ତ୍ତୀ। ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର।

Advertisment

ଏ ଗୀତଟିକୁ ଲେଖିଛନ୍ତି ବାପୁ ଗୋସ୍ୱାମୀ। ଗୀତଟିକୁ ଲେଖିବା ସମୟରେ ସେ ହିନ୍ଦୀ ଶବ୍ଦର କମ୍‌ ବ୍ୟବହାର ଉପରେ ଧ୍ୟାନ ଦେଇଥିଲେ। ପୂର୍ବରୁ ଯେମିତି ଓଡ଼ିଆ ଗୀତ ହେଉଥିଲା ସେମିତି ଏହି ଗୀତଟି ହୋଇଛି ଓ ଏଥିରେ କେବଳ ମଡର୍ଣ୍ଣ ଟଚ୍‌ ଦିଆଯାଇଛି ବୋଲି ଅଭିଜିତ୍‌ ମଜୁମ୍‌ଦାର କହିଛନ୍ତି। ସେ କହିଛନ୍ତି, ସବୁବେଳେ ଅଭିଯୋଗ ହେଉଛି ଯେ ଓଡ଼ିଆ ଗୀତରେ ଓଡ଼ିଆ ଶବ୍ଦ ସହିତ ହିନ୍ଦୀ ଏବଂ ଇଂଲିଶ୍ ଶବ୍ଦର ଅଧିକ ପ୍ରୟୋଗ କରାଯାଉଛି। ତେଣୁ ଏହି ଗୀତରେ କେବଳ ଓଡ଼ିଆ ଶବ୍ଦର ବ୍ୟବହାର କରାଯାଇଛି।

ଗୀତଟିର ଷ୍ଟୁଡିଓ ଭର୍ସନ୍ ଅପ୍‌ଲୋଡ୍‌ ହେବାର ଦୁଇ ଦିନ ମଧ୍ୟରେ ଏହାକୁ ୟୁଟ୍ୟୁବ୍‌ରେ ପାଖାପାଖି ଲକ୍ଷେ ପଚାଶ ହଜାର ଦର୍ଶକ ଦେଖି ସାରିଲେଣି।

Advertisment

ସୂଚନା ଅନୁଯାୟୀ, ‘ମିଷ୍ଟର ମଜ୍‌ନୁ’ ଫିଲ୍ମଟି ଦଶହରାରେ ରିଲିଜ୍‌ ହେବ। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭନୟ କରୁଛନ୍ତି ବାବୁସାନ୍‌, ଶୀତଲ୍, ସୁର୍ଯ୍ୟମୟୀ ଏବଂ ଦିବ୍ୟା। ଫିଲ୍ମରେ ୩ ଜଣ ନାୟିକା ଥିବାରୁ ଏହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe