Advertisment

‘କସୌଟୀ'ରେ ନୂଆ ଟ୍ୱିଷ୍ଟ: ହିରୋ ହେବେ ଭିଲେନ୍

ମୁମ୍ବାଇ: ଏକ୍‌ତା କପୁରଙ୍କ ଲୋକପ୍ରିୟ ସିରିଏଲ୍‌ ‘କସୌଟୀ ଜିନ୍ଦେଗୀ କୀ’ରେ ଏବେ ଆସିବାକୁ ଯାଉଛି ଏକ ବଡ଼ ଟ୍ୱିଷ୍ଟ। ଶୋ’ର ନୂଆ ପ୍ରୋମୋରୁ ଏହା ଜଣାପଡ଼ିଛି। ଏହି ପ୍ରୋମୋ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ଏଥିରେ ଅନୁରାଗ ଓ ପ୍ରେରଣାଙ୍କ ପ୍ରେମ କାହାଣୀରେ ପ୍ରତାରଣାର ରଙ୍ଗ ଦେଖିବାକୁ ମିଳିଛି। ଶୋ’ର ହିରୋ ଅନୁରାଗ ଭିଲେନ୍ ପାଲଟି ଯାଇଛନ୍ତି। https://www.instagram.com/p/B8_ekdiAkar/?utm_source=ig_web_copy_link ପ୍ରୋମୋରେ ଅନୁରାଗଙ୍କୁ ପ୍ରେରଣା କହୁଛନ୍ତି,“ଏହା ହିଁ ସତ ଭଲପାଇବା। ଆମେ ଅଲଗା ହେଲୁ। ହେଲେ ଭାଗ୍ୟ ଆମକୁ […]

ଅଦ୍ୟତନ ହୋଇଛି
‘କସୌଟୀ'ରେ ନୂଆ ଟ୍ୱିଷ୍ଟ: ହିରୋ ହେବେ ଭିଲେନ୍

kasauti

Advertisment

ମୁମ୍ବାଇ: ଏକ୍‌ତା କପୁରଙ୍କ ଲୋକପ୍ରିୟ ସିରିଏଲ୍‌ ‘କସୌଟୀ ଜିନ୍ଦେଗୀ କୀ’ରେ ଏବେ ଆସିବାକୁ ଯାଉଛି ଏକ ବଡ଼ ଟ୍ୱିଷ୍ଟ। ଶୋ’ର ନୂଆ ପ୍ରୋମୋରୁ ଏହା ଜଣାପଡ଼ିଛି। ଏହି ପ୍ରୋମୋ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ଏଥିରେ ଅନୁରାଗ ଓ ପ୍ରେରଣାଙ୍କ ପ୍ରେମ କାହାଣୀରେ ପ୍ରତାରଣାର ରଙ୍ଗ ଦେଖିବାକୁ ମିଳିଛି। ଶୋ’ର ହିରୋ ଅନୁରାଗ ଭିଲେନ୍ ପାଲଟି ଯାଇଛନ୍ତି।

Advertisment

https://www.instagram.com/p/B8_ekdiAkar/?utm_source=ig_web_copy_link

ପ୍ରୋମୋରେ ଅନୁରାଗଙ୍କୁ ପ୍ରେରଣା କହୁଛନ୍ତି,“ଏହା ହିଁ ସତ ଭଲପାଇବା। ଆମେ ଅଲଗା ହେଲୁ। ହେଲେ ଭାଗ୍ୟ ଆମକୁ ପୁଣିଥରେ ଏକାଠି କରିଦେଲା।”

ଏହାପରେ ଅନୁରାଗ ତାଙ୍କୁ ପଚାରୁଛନ୍ତି, “ତୁମେ ମୋତେ କେତେ ଭଲପାଅ?” ଏହାର ଉତ୍ତରରେ ପ୍ରେରଣା କହୁଛନ୍ତି ଯେ ସେ ତାଙ୍କୁ ବହୁତ ଭଲ ପା’ନ୍ତି।

Advertisment

ଆଉ ତା’ପରେ ଅନୁରାଗ ପଚାରୁଛନ୍ତି, “ମୋ ପାଇଁ ମରିପାରିବ?” ପ୍ରେରଣା ଟିକେ ଆଶ୍ଚର୍ଯ୍ୟ ହୋଇ ହଁ କହୁଛନ୍ତି। ବାସ୍‌ ଏହାପରେ ଅନୁରାଗ୍‌ ତାଙ୍କୁ ଛାତରୁ ତଳକୁ ଧକ୍କା ଦେଇଛନ୍ତି।

https://www.instagram.com/p/B8-6qCMhSaA/?utm_source=ig_web_copy_link

ଏହି ପ୍ରୋମୋଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ପ୍ରେରଣାଙ୍କୁ ଜୀବନଠୁ ଅଧିକ ଭଲପାଉଥିବା ଅନୁରାଗ ଯେ ଏମିତି କରିପାରିବେ କେହି ବିଶ୍ୱାସ କରି ପାରୁନାହାନ୍ତି। ସୂଚନା ଅନୁଯାୟୀ, ନିର୍ମାତା ଶୋ’ରେ  ଲିପ୍‌ ପିରିୟଡ଼ ଆଣିବାକୁ ଯୋଜନା କରୁଛନ୍ତି। ଏଥିସହ ଶୋ’ରେ କିଛି ନୂଆ ଓ ପୂରୁଣା କଳାକାରଙ୍କର ମଧ୍ୟ ଏଣ୍ଟ୍ରି ହେବ। କୁହାଯାଉଛି, ମିଷ୍ଟର ବଜାଜ୍ ପୁଣିଥରେ ଏଣ୍ଟ୍ରି କରିପାରନ୍ତି ଏହି ଶୋ’ରେ।

ଏକ ସାକ୍ଷାତକାରରେ ଶୋ’ର ପ୍ରଯୋଜକ ଏକ୍‌ତା କପୁର କହିଛନ୍ତି ଯେ ଅନୁରାଗ ଓ ପ୍ରେରଣା ଟେଲିଭିଜନ୍‌ର ସବୁଠୁ ଲୋକପ୍ରୟ ଯୋଡ଼ି। ହେଲେ ଏବେ ଦର୍ଶକ ପ୍ରେମରେ ଧୋକା ଦେଖିବେ। ତେବେ ଶୋ’ରୁ ପ୍ରେରଣାଙ୍କ ସଫର୍‌ ଶେଷ ହେବ କି ଆଗକୁ କିଛି ନୂଆ ଟ୍ୱିଷ୍ଟ ଆସିବ, ତାହା ଦେଖିବା ବେଶ୍ ମଜାଦାର୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe