Advertisment

ଜାନୁଆରୀ ୨ରୁ ତରଙ୍ଗ ପ୍ଲସ୍‌ରେ ନୂଆ ୱେବ୍ ସିରିଜ୍ ‘ଚିଟ୍‌ ଫଣ୍ଡ’ର ଷ୍ଟ୍ରିମିଂ

ୱେବ୍ ସିରିଜ୍ ’ଚିଟ୍ ଫଣ୍ଡ’ର କାହାଣୀ ରଞ୍ଜନ ଶତପଥୀ ଲେଖିଥିବା ବେଳେ ନିର୍ଦ୍ଦେଶକ ମୟଙ୍କ ଶତପଥୀ ଚିତ୍ରନାଟ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Cheat Fund

Cheat Fund

ଜାନୁଆରୀ ୨ ତାରିଖରେ ତରଙ୍ଗ ପ୍ଲସ୍‌ରେ ଷ୍ଟ୍ରିମିଂ ହେବ ଏହାର ନୂଆ ୱେବ୍ ସିରିଜ୍ ‘ଚିଟ୍ ଫଣ୍ଡ’। ମୟଙ୍କ ଶତପଥୀଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ୱେବ୍‌ ସିରିଜ୍‌ର କାହାଣୀ ଚିଟ୍‌ ଫଣ୍ଡ ଦୁର୍ନୀତି ଉପରେ ପର୍ଯ୍ୟବସିତ, ଯେଉଁଥିରେ ଓଡ଼ିଶାର ବହୁ ଲୋକଙ୍କର ଟଙ୍କା ବୁଡ଼ିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ସତ୍ୟ ଘଟଣା ଉପରେ ଆଧାରିତ ଏଭଳି ଏକ କାହାଣୀକୁ ନବ ବର୍ଷରେ ୱେବ୍‌ ସରିଜ୍ ଜରିଆରେ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି ଓଟିଟି ପ୍ଲାଟ୍ ଫର୍ମ ତରଙ୍ଗ ପ୍ଲସ୍।

Advertisment

ୱେବ୍ ସିରିଜ୍ ’ଚିଟ୍ ଫଣ୍ଡ’ର କାହାଣୀ ରଞ୍ଜନ ଶତପଥୀ ଲେଖିଥିବା ବେଳେ ନିର୍ଦ୍ଦେଶକ ମୟଙ୍କ ଶତପଥୀ ଚିତ୍ରନାଟ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି। ଅଭିଷେକ ଦାସ ଏହାର ସଂଳାପ ଲେଖିଥିବା ବେଳେ ପିଣ୍ଟୁ ନାୟକ ଓ ଆଦି ସ୍ୱୟଂଶୁ ଏଡିଟିଂ କରିଛନ୍ତି।

ଲକ୍ଷ୍ମୀଧର ପଟ୍ଟନାୟକ ଏହି ୱେବ୍ ସିରିଜ୍‌ର ପ୍ରଯୋଜକ ରହିଥିବା ବେଳେ ଏଥିରେ ସାର୍ଥକ, ମୀରା, ବୀରଞ୍ଚି ନାୟକ, ଶ୍ୱେତଧା, କଲ୍ୟାଣ, ଉମାକାନ୍ତ ସାହୁ, ସୌମ୍ୟ ରଞ୍ଜନ ଜେନା, ସାରଦା, ସିଦ୍ଧି, ସୌରଭ ମହାପାତ୍ର, ଅଜୟ ଆଚାର୍ଯ୍ୟ, ତଥାଗତ, ଦିଲ୍ଲୀପ, ଅଶୋକ, ମାନସ, ଜୟ, ସୁଶୀଲ ମିଶ୍ର, ପ୍ରଦୀପ ଦେବତା, ସନ୍ତୋଷ ରଞ୍ଜନ ନାୟକ, ସମ୍ବିତ, ସତ୍ୟଜୀତ, ଏହସାନ ରାଜା, ସିଲୁ, ସିଜାନ ମହାପାତ୍ର ଓ ଚନ୍ଦନ ଭେଦୁଲା ପ୍ରମୁଖ ଅଭିନୟ କରିଛନ୍ତି।

Advertisment

ନୂଆ ୱେବ୍ ସିରିଜ୍ ‘ଚିଟ୍ ଫଣ୍ଡ’ର ଟ୍ରେଲର ଆଜି ରିଲିଜ୍ ହୋଇଯାଇଛି।

ଫିଲ୍ମର କାହାଣୀ ସଂକ୍ଷେପରେ

ଗାଁର ଜଣେ ଗରିବ ଯୁବକ କ୍ଷମତାଶାଳୀ ହୋଇଯାଇଛନ୍ତି ଓ ଓଡ଼ିଶାର ସବୁଠୁ ବଡ଼ ଆର୍ଥିକ ଘୋଟାଲରେ ଫସି ଯାଇଛନ୍ତି। ଜଣେ ଛୋଟ ବ୍ୟବସାୟୀରୁ ‘ଅର୍ଥ ମନ୍ତ୍ର’ର ନିର୍ଦ୍ଦେଶକ ହୋଇଯାଇଛନ୍ତି। ତାଙ୍କ କମ୍ପାନୀ ଏକ ବୈଧ ନିବେଶକ ଫାର୍ମରୁ କିପରି ବ୍ୟାପକ ଚିଟ୍ ଫଣ୍ଡ ଦୁର୍ନୀତିର ଅଂଶ ହୋଇଛି, ତା’ର ସେ ସାକ୍ଷୀ ହୋଇଛନ୍ତି। ଏହି ଦୁର୍ନୀତିରେ ହଜାର ହଜାର ଗରିବ ନିବେଶକ ସେମାନଙ୍କର ଜୀବନ ଯାକର ସଞ୍ଚୟ ହରାଇଛନ୍ତି। ଏହା ଦେଖି ତାଙ୍କର ବିବେକ ତାଙ୍କୁ ବାଧ୍ୟ କରିଛି ସିବିଆଇ ଖବରଦାତା ପାଲଟିବାକୁ। ସେ ତାଙ୍କ ଜୀବନକୁ ବିପଦରେ ପକାଇଛନ୍ତି ଓଡ଼ିଶାକୁ ଦୋହଲାଇ ଦେଇଥିବା ୧୦ ହଜାର କୋଟି ଟଙ୍କାର ଠକେଇ ପର୍ଦ୍ଦାଫାସ କରିବାକୁ।

Tarang Plus Cheat Fund