Advertisment

ବାହାଘର ପରେ ଏମିତି ଦିଶୁଛନ୍ତି ଭାରତୀ

ମୁମ୍ବାଇ: କମେଡିଆନ୍ ଭାରତୀ ସିଂହଙ୍କର ବାହାଘର ପରେ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ଭରତୀ ସ୍ୱାମୀ ହର୍ଷ ଲିମ୍ବିଚିଆଙ୍କ ସହ ଗର୍ଜିଅସ୍‌ ଲୁକ୍‌ରେ ନଜର ଆସିଛନ୍ତି। ଗତ ନଭେମ୍ବର ୨୭ ତାରିଖରୁ ତାଙ୍କ ବିବାହ ମହୋତ୍ସବ ୬ ଦିନ ଧରି ଚାଲିଥିଲା। ରବିବାର ଗୋଆସ୍ଥିତ ମର୍କୁଇସ୍ ବିଚ୍ ରିସୋର୍ଟରେ ଦୁହିଁଙ୍କର ହିନ୍ଦୁ ପରମ୍ପରାରେ ବିବାହ ହୋଇଥିଲା। କଥାରେ ଅଛି ବାହାଘର ପରେ ସବୁ ଝିଅଙ୍କ ସୌନ୍ଦର୍ଯ୍ୟ ଦୁଇଗୁଣ ବଢ଼ିଯାଏ। ଭାରତୀ ମଧ୍ୟ ନବ ବିବାହିତ। […]

author-image
Rakesh Mallick
ଅଦ୍ୟତନ ହୋଇଛି
ବାହାଘର ପରେ ଏମିତି ଦିଶୁଛନ୍ତି ଭାରତୀ

bharti-singh4_151262

publive-imageମୁମ୍ବାଇ: କମେଡିଆନ୍ ଭାରତୀ ସିଂହଙ୍କର ବାହାଘର ପରେ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ଭରତୀ ସ୍ୱାମୀ ହର୍ଷ ଲିମ୍ବିଚିଆଙ୍କ ସହ ଗର୍ଜିଅସ୍‌ ଲୁକ୍‌ରେ ନଜର ଆସିଛନ୍ତି। ଗତ ନଭେମ୍ବର ୨୭ ତାରିଖରୁ ତାଙ୍କ ବିବାହ ମହୋତ୍ସବ ୬ ଦିନ ଧରି ଚାଲିଥିଲା। ରବିବାର ଗୋଆସ୍ଥିତ ମର୍କୁଇସ୍ ବିଚ୍ ରିସୋର୍ଟରେ ଦୁହିଁଙ୍କର ହିନ୍ଦୁ ପରମ୍ପରାରେ ବିବାହ ହୋଇଥିଲା।

Advertisment

publive-imageକଥାରେ ଅଛି ବାହାଘର ପରେ ସବୁ ଝିଅଙ୍କ ସୌନ୍ଦର୍ଯ୍ୟ ଦୁଇଗୁଣ ବଢ଼ିଯାଏ। ଭାରତୀ ମଧ୍ୟ ନବ ବିବାହିତ। ବୋହୂ ରୂପରେ ସେ ଏବ ବେଶ୍ ସୁନ୍ଦର ଦେଖାଯାଉଛନ୍ତି। ଏହି ଫଟୋରେ ସେ ଏକ ଗୋଲାପି ରଙ୍ଗର ସୋଲ୍ଡର୍ କଟ୍ ଗାଉନ ପିନ୍ଧିଛନ୍ତି। ତାଙ୍କ ଗଳାର ମଙ୍ଗଳସୂତ୍ର, ହାତର ଚୂଡ଼ି ଓ ମଥାର ସିନ୍ଦୁର ତାଙ୍କ ରୂପକୁ ଆହୁରୀ ବଢ଼ାଇ ଦେଉଛି।

publive-imageଏହି ଫଟୋଟି ଭାରତୀ ଓ ହର୍ଷ ଗୋଆରୁ ତାଙ୍କ ହନିମୁନ ସାରି ମୁମ୍ବାଇ ଏୟାରପୋର୍ଟକୁ ଫେରୁଥିବା ବେଳର। ଦୁଇଜଣ ଗତକାଲି ହନିମୁନ୍ ସାରି ଫେରିଛନ୍ତି। ଦୁଇଜଣ ହନିମୁନ୍‌ରେ ଇୟୂରୋପ ଯିବାକୁ ପ୍ଲାନ୍ କରିଥିଲେ। ହେଲେ କୌଣସି କାମ ଯୋଗୁଁ ତାଙ୍କୁ ଏହି ପ୍ଲାନ୍ କ୍ୟାନସଲ୍ କରିବାକୁ ପଡ଼ିଥିଲା।

Advertisment
Bharti Singh