ବରକନ୍ୟା ବେଶରେ ତିରୁପତିରେ ପହଞ୍ଚିଲେ ଦୀପ୍‌-ବୀର୍‌

ମୁମ୍ୱାଇ : ବଲିଉଡ୍‌ର ସବୁଠାରୁ ସୁନ୍ଦର ଯୋଡ଼ି ରଣବୀର ଓ ଦୀପିକା ଆଜି ତାଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ଦୁହେଁ ଏପରି ବିଶେଷ ଦିନକୁ ସ୍ୱତନ୍ତ୍ର କରିବା ପାଇଁ ପରିବାର ସହିତ ତିରୁପତି ମନ୍ଦିରକୁ ଯାଇ ଆଶୀର୍ବାଦ ନେଇଛନ୍ତି। https://www.instagram.com/p/B41Wz4bAVK0/?utm_source=ig_web_copy_link ତିରୁପତି ମନ୍ଦିର ଦର୍ଶନ କରୁଥିବା ସମୟରେ ଦୀପ-ବୀର୍‌ଙ୍କର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଫଟୋରେ ଦୁହିଁଙ୍କୁ ବରକନ୍ୟା ବେଶରେ ଦେଖିବାକୁ ମିଳିଛି। ନୂଆ ବଧୂଙ୍କ ପରି […]

depu

Puspanjali Panda
  • Published: Thursday, 14 November 2019
  • , Updated: 14 November 2019, 05:50 PM IST

ମୁମ୍ୱାଇ : ବଲିଉଡ୍‌ର ସବୁଠାରୁ ସୁନ୍ଦର ଯୋଡ଼ି ରଣବୀର ଓ ଦୀପିକା ଆଜି ତାଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ଦୁହେଁ ଏପରି ବିଶେଷ ଦିନକୁ ସ୍ୱତନ୍ତ୍ର କରିବା ପାଇଁ ପରିବାର ସହିତ ତିରୁପତି ମନ୍ଦିରକୁ ଯାଇ ଆଶୀର୍ବାଦ ନେଇଛନ୍ତି।

https://www.instagram.com/p/B41Wz4bAVK0/?utm_source=ig_web_copy_link

ତିରୁପତି ମନ୍ଦିର ଦର୍ଶନ କରୁଥିବା ସମୟରେ ଦୀପ-ବୀର୍‌ଙ୍କର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଫଟୋରେ ଦୁହିଁଙ୍କୁ ବରକନ୍ୟା ବେଶରେ ଦେଖିବାକୁ ମିଳିଛି। ନୂଆ ବଧୂଙ୍କ ପରି ଦୀପିକା ଲାଲ ଶାଢ଼ୀ ଓ ଗହଣା ପିନ୍ଧିଥିବାବେଳେ ରଣବୀର୍‌ ଗୋଲ୍‌ଡେନ୍ କଲର୍‌ର ଶେରୱାନୀ ପିନ୍ଧିଛନ୍ତି। ଏସବୁ ମଧ୍ୟରେ ଦୀପିକାଙ୍କ ମଥାରେ ଥିବା ସିନ୍ଦୂର ତାଙ୍କୁ ଆହୁରି ଆକର୍ଷଣୀୟ କରିଛି।

https://www.instagram.com/p/B41Sl8jBGrh/?utm_source=ig_web_copy_link

ତିରୁପତିରେ ଦର୍ଶନ କରିବା ପରେ ଦୁହେଁ ପଦ୍ମାବତୀ ମନ୍ଦିରରେ ପହଞ୍ଚିଥିଲେ ଏବଂ ପରେ ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରର ଦର୍ଶନ କରିବେ ବୋଲି ଜଣାପଡ଼ିଛି।

ଦୀପିକା ଓ ରଣବୀର ଗତବର୍ଷ ନଭେମ୍ୱର ୧୪ ତାରିଖରେ ଇଟାଲୀର ଲେକ୍‌ କୋମୋରେ ବିବାହ କରିଥିଲେ। ଦୁହିଁଙ୍କ ବିବାହ ସିନ୍ଧି ଓ କୋଙ୍କଣୀ ପ୍ରଥା ଓ ପରମ୍ପରା ଅନୁସାରେ କରାଯାଇଥିଲା।

Related story