Advertisment

ଏମିତି କରିବେ ବୋଲି ମନ ବଳାଉଛନ୍ତି ନିକ୍‌ଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍‌ !

ମୁମ୍ବାଇ:  ହଲିଉଡ୍‌ ଷ୍ଟାର ନିକ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଇତି ମଧ୍ୟରେ ଉଭୟଙ୍କ ନିର୍ବନ୍ଧ ମଧ୍ୟ ସରିଛି। ଖାଲି ଯାହା ବାକି ଅଛି ପାଣିଗ୍ରହଣ। ଆଉ ଏହି ବିବାହ ପରେ ହଲିଉଡ୍‌-ବଲିଉଡ୍‌ର ମହାମିଳନ ହେବ ବୋଲି କୁହାଯାଉଛି।   ହେଲେ ଏତିକି ବେଳେ ଶୁଣିବାକୁ ମିଳୁଛି କି, ନିକ୍‌ଙ୍କ ଏକ୍ସ ଗଲଫ୍ରେଣ୍ଡ୍‌ କୁଆଡେ ବଲିଉଡ୍‌ ମୁହଁ ହେଲେଣି। ଆପଣ ଭାବୁଥିବେ ସିଏ ଏଠି କ’ଣ କରିବେ? ଆଜ୍ଞା ହଁ କଥାଟା ସତ। ନିକ୍‌ଙ୍କ […]

ଅଦ୍ୟତନ ହୋଇଛି
ଏମିତି କରିବେ ବୋଲି ମନ ବଳାଉଛନ୍ତି ନିକ୍‌ଙ୍କ ଏକ୍ସ ଗର୍ଲଫ୍ରେଣ୍ଡ୍‌ !

selena

Advertisment

ମୁମ୍ବାଇ:  ହଲିଉଡ୍‌ ଷ୍ଟାର ନିକ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଇତି ମଧ୍ୟରେ ଉଭୟଙ୍କ ନିର୍ବନ୍ଧ ମଧ୍ୟ ସରିଛି। ଖାଲି ଯାହା ବାକି ଅଛି ପାଣିଗ୍ରହଣ। ଆଉ ଏହି ବିବାହ ପରେ ହଲିଉଡ୍‌-ବଲିଉଡ୍‌ର ମହାମିଳନ ହେବ ବୋଲି କୁହାଯାଉଛି।

Advertisment

ହେଲେ ଏତିକି ବେଳେ ଶୁଣିବାକୁ ମିଳୁଛି କି, ନିକ୍‌ଙ୍କ ଏକ୍ସ ଗଲଫ୍ରେଣ୍ଡ୍‌ କୁଆଡେ ବଲିଉଡ୍‌ ମୁହଁ ହେଲେଣି। ଆପଣ ଭାବୁଥିବେ ସିଏ ଏଠି କ’ଣ କରିବେ?

ଆଜ୍ଞା ହଁ କଥାଟା ସତ। ନିକ୍‌ଙ୍କ ଏକ୍ସ ଗଲଫ୍ରେଣ୍ଡ୍‌ ତଥା ହଲିଉଡ୍‌ର ପ୍ରସିଦ୍ଧ ଗାୟିକା ଓ ଅଭିନେତ୍ରୀ ସେଲେନା ବଲିଉଡ୍‌ରେ ଡେବ୍ୟୁ କରିବେ। ବଲିଉଡ୍‌ ଫିଲ୍ମରେ ସେ ଗୀତ ଗାଇ ଆମ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି।

Advertisment

publive-image

ନିକଟରେ ତାଙ୍କୁ ଏକ ଶୋ’ରେ ପଚରା ଯାଇଥିଲା, ସେ ବଲିଉଡ୍‌ ଫିଲ୍ମରେ ଗୀତ ଗାଇବାକୁ ନେଇ କ’ଣ ଭାବନ୍ତି। ଏହାର ଉତ୍ତର ଦେଇ ସେ କହିଥିଲେ, ‘‘ମୋତେ ଏଭଳି ପ୍ରଶ୍ନ କେବେ ପଚରା ଯାଇ ନ ଥିଲା। ତେବେ ଆଜି ଯଦି ପଚରା ଯାଇଛି, ତେବେ ମୁଁ ହଁ ବୋଲି କହିବି। ମୋତେ ଲାଗୁଛି ବଲିଉଡ୍‌ ଫିଲ୍ମରେ କାମ କରିବା ମୋ ପାଇଁ ଏକ ଭଲ ଅନୁଭବ ରହିବ।

ସେଲେନା ନିଜ କ୍ୟାରିୟର୍‌ ବ୍ୟତୀତ  ନିଜ ପର୍ସନାଲ୍‌ ଲାଇଫ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ରୁହନ୍ତି।  ନିଜର ପ୍ରଥମ ବୟଫ୍ରେଣ୍ଡ୍‌ଙ୍କ ସହ ବ୍ରେକ୍‌ଅପ୍‌ ପରେ ସେଲେନା ଡିଜେ ଜେଡ୍‌ଙ୍କୁ ଡେଟ୍‌ କରୁଥିବାର ଖବର ଆସିଥିଲା। ଏହା ଛଡ଼ା ତାଙ୍କ ଆଫେୟାର୍‌ ନିକ୍‌ ଜୋନସ୍‌ଙ୍କ ସହ ବି ଥିଲା।  କିନ୍ତୁ ଦୁହିଁଙ୍କ ସମ୍ପର୍କ ବେଶୀ ଦିନ ପର୍ଯ୍ୟନ୍ତ ଚାଲି ନ ଥିଲା। ଦୁହେଁ ଅଲଗା ହୋଇଯାଇଥିଲେ।

ଗୋମେଜ୍‌ର ଡିଜ୍‌ନେ ଶୋ’  ‘‘ ଭିଜର୍ଡ୍‌ ଅଫ୍‌ ୱେଭର୍ଲି ପ୍ଲେସ୍‌’ରୁ ତାଙ୍କୁ ଚାଇଲ୍ଡ୍‌ ଆର୍ଟିଷ୍ଟ୍‌ ଭାବେ ଲୋକପ୍ରିୟତା ମିଳିଥିଲା।  ତାଙ୍କର ‘କମ୍‌ ଆଣ୍ଡ୍‌ ଗେଟ୍‌ ଇଟ୍‌’, ‘ବେଡ୍‌ ଲାୟର’, ‘ବ୍ୟାକ୍‌ ଟୁ ୟୁ’ ଭଳି ଗୀତ ଖୁବ୍‌ ଲୋକପ୍ରିୟ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe