ଯେତେବଳେ ପ୍ରିୟଙ୍କା ‘ମିସ୍‌ ୱାର୍ଲ୍‌ଡ୍‌’ ମୁକୁଟ ପିନ୍ଧିଲେ, ସେତେବେଳେ କ’ଣ କରୁଥିଲେ ଭାବୀ ସ୍ୱାମୀ ନିକି ଜୋନସ୍ ?

ଓଡ଼ିଶା ରିପୋର୍ଟର (ଭୁବନେଶ୍ୱର): ବଲିଉଡ୍‌ର ଦେଶୀ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବିଦେଶୀ ବାବୁ ନିକି ଜୋନସ୍‌ଙ୍କ ମଧ୍ୟରେ ନିର୍ବନ୍ଧ ସରିବା ପରେ ଉଭୟଙ୍କ  ବୟସର ବ୍ୟବଧାନକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି। ଏ ନେଇ ସୋଶାଲ୍‌ ମିଡିଆରେ ମଧ୍ୟ ଅନେକ ଫଟୋ ଦେଖିବାକୁ ମିଳୁଛି।

photo credit- m.punjabkesari.in

ପ୍ରିୟଙ୍କାଙ୍କ ଜନ୍ମ ୧୮ ଜୁଲାଇ ୧୯୮୨ ମସିହାରେ ହୋଇଥିବା ବେଳେ ନିକିଙ୍କ ଜନ୍ମ ୧୬ ଡିସେମ୍ବର ୧୯୯୨ରେ ହୋଇଛି। ଦୁଇଜଣଙ୍କ ମଧ୍ୟର ୧୦ ବର୍ଷର ବୟସର ବ୍ୟବଧାନ ରହିଛି।

photo credit m.punjabkesari.in

୨୦୦୦ ମସିହାରେ ପ୍ରିୟଙ୍କା ଯେତେବେଳେ ବିଶ୍ୱ ସୁନ୍ଦରୀ ( ମିସ୍‌ ୱାର୍ଲ୍‌ଡ୍) ହୋଇଥିଲେ, ସେତେବେଳେ ନିକି ସ୍କୁଲ୍‌ରେ ପଢୁଥିଲେ। ଏବେ କିନ୍ତୁ ନିକି ଆମେରିକାର ଜଣେ ଦକ୍ଷ ଅଭିନେତା ଓ ପ୍ରତିଷ୍ଠିତ ଗାୟକ ଭାବେ ବେଶ୍ ଜଣାଶୁଣା।

photo credit- m.punjabkesari.in

ସୋଶାଲ୍ ମିଡିଆରେ ଏହି ଯୋଡ଼ିଙ୍କର ଭାଇରାଲ୍‌ ହୋଇଥିବା କିଛି ଫଟୋ ସୋଶାଲ୍‌ ପ୍ଲାଟ୍‌ଫର୍ମ୍‌ରେ ଖୁବ୍‌ ଚର୍ଚ୍ଚା ସାଉଁଟିଛି।

photo credit- m.punjabkesari.in