bollywwof
ମୁମ୍ୱାଇ : ୭ ବର୍ଷର ଅପେକ୍ଷା ପରେ ନିର୍ଭୟାଙ୍କୁ ମିଳିଛି ନ୍ୟାୟ। ଆଜି ସକାଳ ୫ଟା ବାଜି ୩୦ ମିନିଟ୍ରେ ଚାରି ଦୋଷୀ ଅକ୍ଷୟ, ପବନ, ବିନୟ ଓ ମୁକେଶଙ୍କୁ ତିହାର ଜେଲ୍ର ଫାଶୀ ଦିଆଯାଇଛି। ଫାଶୀ ପରେ ସମଗ୍ର ଦେଶରେ ଖୁସିର ଲହରୀ ଦେଖିବାକୁ ମିଳିଛି। ନିର୍ଭଙ୍କା ମା’ ଆଶାଦେବୀ ମଧ୍ୟ ଝିଅକୁ ନ୍ୟାୟ ମିଳିଲା ବୋଲି କହି ଖୁସିବ୍ୟକ୍ତ କରିଛନ୍ତି।
୨୦୧୨ ମସିହାରେ ନିର୍ଭୟା ଗଣଦୁଃଷ୍କର୍ମ ସମୟରେ ବଲିଉଡ୍ ସେଲେବ୍ରିଟି ନିର୍ଭୟାଙ୍କୁ ନ୍ୟାୟ ମିଳିବା ସପକ୍ଷରେ ରହିଥିଲେ। ବର୍ତ୍ତମାନ ନିର୍ଭୟାଙ୍କୁ ନ୍ୟାୟ ମିଳିବା ପରେ ବଲିଉଡ୍ ସେଲେବ୍ରିଟିଙ୍କ କିଛି ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ଅଭିନେତ୍ରୀ ସୁସ୍ମିତା ସେନ୍ ଟ୍ୱିଟ୍ କରି ଲେଖିଛନ୍ତି, ‘ମୁଁ ନିର୍ଭୟାଙ୍କ ମା’ ଆଶାଦେବୀଙ୍କ ପ୍ରଶଂସା କରୁଛି। ତାଙ୍କର ଧର୍ଯ୍ୟ ଓ ସହନଶୀଳତା ପାଇଁ ନିର୍ଭାୟାଙ୍କୁ ନ୍ୟାୟ ମିଳିଛି।’
ରିତେଶ ଦେଶମୁଖ କହିଛନ୍ତି, ‘ନିର୍ଭୟାଙ୍କ ବାପାମା’, ସାଙ୍ଗସାଥୀ ଓ ପ୍ରିୟଜନଙ୍କୁ ମୁଁ ସମବେଦନା ଜଣାଉଛି। ବିଳମ୍ୱିତ ହେଲେ ମଧ୍ୟ ନ୍ୟାୟ ମିଳିଛି।’
ତାପସୀ ପନ୍ନୁ ଲେଖିଛନ୍ତି, ‘ଶେଷରେ ଏତେ ବର୍ଷ ପରେ ନିର୍ଭୟାଙ୍କ ମା’ ଓ ପରିବାର ଲୋକେ ଶାନ୍ତିରେ ଶୋଇପାରିବେ। ଲଢ଼େଇ ବହୁତ ଲମ୍ୱା ଓ ସଂଘର୍ଷପୂର୍ଣ୍ଣ ଥିଲା।’
ପ୍ରୀତି ଜିଣ୍ଟା ଲେଖିଛନ୍ତି, ‘ଯଦି ୨୦୧୨ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯାଇଥା’ନ୍ତା ତେବେ ନ୍ୟାୟିକ ବ୍ୟବସ୍ଥା ମହିଳାଙ୍କ ବିରୁଦ୍ଧରେ ହେଉଥିବା ଅପରାଧକୁ ରୋକି ଦେଇଥା’ନ୍ତା।’
ସେହିପରି ଋଷି କପୁର ଟ୍ୱିଟ କରି କହିଛନ୍ତି, ‘ଯେମିତି କର୍ମ ଫଳ ସେପରି ମିଳେ। ଏହା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଉଦାହରଣ। ବଳାତ୍କାର ଦଣ୍ଡ ମୃତ୍ୟୁ।’
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/bollywwof.jpg)