Advertisment

ସୁଶାନ୍ତଙ୍କ ମାମଲାରେ ମୁମ୍ବାଇ ପୁଲିସ୍ ଉପରେ ସନ୍ଦେହ କଲେ ନିର୍ଭୟାଙ୍କ ଓକିଲ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେରୁ ଅଧିକ ସମୟ ହେଇଗଲାଣି। ଏବେ ବି ତାଙ୍କ ଆତ୍ମହତ୍ୟାର କାରଣ ରହସ୍ୟ ଘେରରେ ରହିଛି। ସୁଶାନ୍ତଙ୍କ ପରିବାର, କିଛି ନିକଟତର ବନ୍ଧୁ ଓ ଫ୍ୟାନ୍‌ମାନେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରୁଛନ୍ତି। ତେବେ ଏଥିମଧ୍ୟରେ ନିର୍ଭୟାଙ୍କ ଓକିଲ ସୀମା ସମୃଦ୍ଧି ମଧ୍ୟ ସାମିଲ୍ ଅଛନ୍ତି। ନିକଟରେ ସେ ନରେନ୍ଦ୍ର ମୋଦୀଙ୍କୁ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ଅନୁରୋଧ କରିଥିଲେ। 14 जून को […]

ଅଦ୍ୟତନ ହୋଇଛି
ସୁଶାନ୍ତଙ୍କ ମାମଲାରେ ମୁମ୍ବାଇ ପୁଲିସ୍ ଉପରେ ସନ୍ଦେହ କଲେ ନିର୍ଭୟାଙ୍କ ଓକିଲ

nirbhaya-lawyer

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେରୁ ଅଧିକ ସମୟ ହେଇଗଲାଣି। ଏବେ ବି ତାଙ୍କ ଆତ୍ମହତ୍ୟାର କାରଣ ରହସ୍ୟ ଘେରରେ ରହିଛି। ସୁଶାନ୍ତଙ୍କ ପରିବାର, କିଛି ନିକଟତର ବନ୍ଧୁ ଓ ଫ୍ୟାନ୍‌ମାନେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରୁଛନ୍ତି। ତେବେ ଏଥିମଧ୍ୟରେ ନିର୍ଭୟାଙ୍କ ଓକିଲ ସୀମା ସମୃଦ୍ଧି ମଧ୍ୟ ସାମିଲ୍ ଅଛନ୍ତି। ନିକଟରେ ସେ ନରେନ୍ଦ୍ର ମୋଦୀଙ୍କୁ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ଅନୁରୋଧ କରିଥିଲେ।

Advertisment

https://twitter.com/Seemasamridhi/status/1284886301343248384?s=20

ବର୍ତ୍ତମାନ ଓକିଲ ସୀମା ଏହି ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୁଲିସ୍‌କୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ୍ କରି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ସେ ଲେଖିଛନ୍ତି 'ଜୁନ୍ ୧୪ରେ ହିଁ ସନ୍ଧେହ ହୋଇଥିଲା ଯେ ଏହା ଆତ୍ମହତ୍ୟା ନୁହେଁ। ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଦେଖି ଏହା ପ୍ରାୟୋଜିତ ହତ୍ୟା ଭଳି ମନେ ହେଉଥିଲା। ତାଙ୍କ ବେକରେ ଥିବା ଚିହ୍ନ, କେଉଁଆଡ଼ୁ ବି ଫାଶୀ ଦେବାର ଚିହ୍ନ ପରି ମନେ ହେଉ ନଥିଲା, ସୁଇସାଇଡ୍ ନୋଟ୍ ବି ମିଳିନଥିଲା, ତେବେ ମୁମ୍ବାଇ ପୁଲିସ୍ ବିନା ଅନୁସନ୍ଧାନରେ ଏହାକୁ ଆତ୍ମହତ୍ୟା କାହିଁକି କହିଲା?’’

publive-imageସୀମାଙ୍କ ଏହି ପୋଷ୍ଟ ଏବେ ଭାଇରାଲ୍ ହେଉଛି। ସମସ୍ତେ ଏଥିରେ କମେଣ୍ଟ ଦେଉଛନ୍ତି ଯେ ହଁ ଏହା ଏକ ଯୋଜନାବଦ୍ଧ ହତ୍ୟା। ଲୋକମାନେ କହିଛନ୍ତି ଯେ ସେ ନିଜ ଜୀବନ କେବେ ବି ନେଇପାରିବେ ନାହିଁ। ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ପୋଷ୍ଟ ପାଇଁ ଲୋକମାନେ ସୀମାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

Advertisment

କିଛିଦିନ ପୂର୍ବରୁ ସୀମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟୁଇଟ୍ କରି ଲେଖିଥିଲେ, 'ମାନ୍ୟବର ପ୍ରଧାନମନ୍ତ୍ରୀ, ସୁଶାନ୍ତ ସିଂହଙ୍କ ମୃତ୍ୟୁର ସତ୍ୟତା ଜାଣିବା ପାଇଁ ଆମର ସମସ୍ତ ଅଧିକାର ଅଛି। ମାତ୍ର ଏକ ମାସରୁ ଅଧିକ ସମୟ ପରେ ମଧ୍ୟ ମୁମ୍ବାଇ ପୁଲିସ୍ ସତ ବାହାର କରିବାରେ ବିଫଳ ହୋଇଛି। ଆମ ପ୍ରିୟ ହିରୋଙ୍କ ମାମଲା ସିବିଆଇକୁ ଦେବାକୁ ‌ଆପଣକୁ ଅନୁରୋଧ।’

https://twitter.com/Seemasamridhi/status/1284027842968223744?s=20

ସୂଚନାଯୋଗ୍ୟ, ୧୪ ଜୁନରେ ମୁମ୍ବାଇସ୍ଥିତ ବାସଭବନରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଏହି ଘଟଣାକୁ ମୁମ୍ବାଇ ପୁଲିସ ତଦନ୍ତ କରୁଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ୩୨ଜଣଙ୍କର ବୟାନ ରେକର୍ଡ଼ କରିସାରିଛି। ତେବେ ପ୍ରାଥମିକ ଯାଞ୍ଚ ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ଆସ୍ଫିକ୍ସିଆ ବା ଶ୍ୱାସରୁଦ୍ଧ ହେବା କାରଣରୁ ହୋଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe