Advertisment

ଶୀତୁଆ ରାତିରେ ତାତି ବଢ଼ାଇଲେ ନିଶା; ମଞ୍ଚରେ କଲେ ତତଲା ଡ୍ୟାନ୍ସ

ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍‌ ଭିଡ ଜମିଥିଲା।

Nisha

Nisha

Advertisment

ଶୀତୁଆ ରାତିରେ ତାତି ବଢ଼ାଇଲେ ହଟ୍‌ ଆଣ୍ଡ ଆଇଟମ୍‌ ଡ୍ୟାନ୍ସର ନିଶା ମହାରଣା। ସରକାରଙ୍କ ଗାଇଡ୍‌ଲାଇନ୍‌ ଫାଇଡ୍‌ଲାଇନ୍‌ କିଛି ମାନିଲେ ନାହିଁ। ଖୋଲମ୍‌ ଖୋଲା ମଞ୍ଚରେ କଲେ ତତଲା ଡ୍ୟାନ୍ସ। ଆଉ ତାଙ୍କର ହଟ୍‌ ଆନ୍ଦାଜ ଦେଖିବା ପାଇଁ ବାୟା ହୋଇଥିଲେ ଯାତ୍ରା ପ୍ରେମୀ। କିଏ ତାଙ୍କ ହସ୍ତ ସ୍ପର୍ଶ ପାଇବା ପାଇଁ ମଞ୍ଚ ପାଖକୁ ଦୌଡ଼ି ଆସୁଥିଲା ତ ଆଉ କିଏ ନିଶାଙ୍କ ଆନ୍ଦାଜରେ ପ୍ରିତ ହୋଇ ଟଙ୍କା ଉପହାର ଦେଉଥିଲା। ଏପରି ଚିତ୍ରଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁର ଜିଲ୍ଲାରେ।

Advertisment

ବିନିକା ଥାନା ଫୁଲମୁଠି ଗାଁ ନିକଟସ୍ଥ ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍‌ ଭିଡ ଜମିଥିଲା। ତେବେ ଚତୁର୍ଥ ଓ ପଞ୍ଚମ ରାତି ପାଇଁ ଆଇଟମ୍‌ ଡ୍ୟାନ୍ସର ନିଶାଙ୍କୁ ଯାତ୍ରା ଆୟୋଜକ। ଆଉ ନିଶା ଯାତ୍ରାପ୍ରେମୀଙ୍କୁ ନିରାଶ କରିନଥିଲେ। ଶୀତୁଆ ରାତିରେ ଭରପୂର ତାତି ଯୋଗାଇଥିଲେ।

ନାଟକ ପୂର୍ବରୁ ଆରମ୍ଭ ହୋଇଥିଲା ଡ୍ୟାନ୍ସ ପ୍ରୋଗ୍ରାମ୍‌। ଏକ୍‌ଦମ୍‌ ହଟ୍‌ ଆନ୍ଦାଜରେ ମଞ୍ଚକୁ ଆସିଥିଲେ ନିଶା। ଶୀତୁଆ ରାତିରେ ନିଶାଙ୍କ ନଙ୍ଗୁଳି ଦେହ ସାଙ୍ଗକୁ ଦୋଅର୍ଥ ବୋଧକ ଶବ୍ଦ ଯାତ୍ରା ପ୍ରେମୀଙ୍କ ମନକୁ ରୋମାଞ୍ଚିତ କରିଥିଲା। ହୋ-ହଲାରେ କମ୍ପିଥିଲା କ୍ୟାମ୍ପ। ମଞ୍ଚରେ ନିଶା କ’ଣ ନାଚିଲେ, କିଛି ଜଣାପଡ଼ିଲା ନାହିଁ। କିନ୍ତୁ ତାଙ୍କ ଅର୍ଦ୍ଧ ନଙ୍ଗୁଳି ଦେହ ଦେଖିବା ମଞ୍ଚ ଚାରି ପାଖରେ ଲାଗିଥିଲା ଅସମ୍ଭାଳ ଭିଡ। ତାହାରି ଭିତରେ ନିଶା କାହା ମୁଣ୍ଡରେ ହାତ ମାରୁଥିଲେ ତ ଆଉ ଗାଲରେ। ଆଉ ନିଶାଙ୍କ ଝଲକ ଟିକେ ପାଇବା ପାଇଁ କିଏ ଟଙ୍କା ଫିଙ୍ଗୁଥିଲା ତ ଆଉ ଫ୍ଲାଇଂ କିସ୍‌ ଦେଉଥିଲା।

Advertisment

ଇଏତ ଗଲା ଚତୁର୍ଥ ରାତିର କଥା। ପଞ୍ଚମ ରାତି ପାଇଁ ପୁଣି ଥରେ ନିଶା ମହାରଣାଙ୍କୁ ଡାକିଥିଲେ। ହେଲେ ନିରାଶ କଲେ ଦର୍ଶକ। ଆଉ ଆସିଲେ ନାହିଁ। କିନ୍ତୁ ନିଶା ଚିରା ଚରିତ ଢ଼ଙ୍ଗରେ ଅର୍ଦ୍ଧ ନଙ୍ଗୁଳି ଦେହ ଦେଖାଇ ମଞ୍ଚରୁ ବିଦାୟ ନେଇଥିଲେ। ନିଶାଙ୍କ ଏହି ଅଶ୍ଲୀଳ ନାଚକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Entertainment Jatra Artiste
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe