Advertisment

ବୋହୂ ରାଧିକାଙ୍କୁ କ’ଣ ଉପହାରରେ ଦେଲେ ନୀତା ଅମ୍ବାନୀ?

ନୀତା ଅମ୍ବାନୀ ନିକଟରେ ଘରର ସାନ ବୋହୂ ହୋଇଥିବା ରାଧିକା ମର୍ଚ୍ଚାଣ୍ଟଙ୍କୁ ଆଖି ଲାଖି ଗଲା ଭଳି ଉପହାର ଦେଇଛନ୍ତି।

Radhika

Radhika

Advertisment

ନୀତା ଅମ୍ବାନୀ ନିକଟରେ ଘରର ସାନ ବୋହୂ ହୋଇଥିବା ରାଧିକା ମର୍ଚ୍ଚାଣ୍ଟଙ୍କୁ ଆଖି ଲାଖି ଗଲା ଭଳି ଉପହାର ଦେଇଛନ୍ତି। ନୂଆ କରି ଘରର ଅତିଥି ହୋଇଥିବା ରାଧିକାଙ୍କୁ ଶାଶୂ ନୀତା ଉପହାରରେ ଦେଇଛି ଗୋଟିଏ ରାଜକୀୟ ଭିଲା।

Advertisment

ଦୁବାଇରେ ଥିବା ଏହି ଭିଲାର ଦାମ ୬୪୦ କୋଟି ଟଙ୍କା। ଦୁବାଇର ସବୁଠାରୁ ଦାମୀ ଅଞ୍ଚଳ କୁହାଯାଉଥିବା ପାଲମା ଜୁମେଇରାରେ ଭିଲାଟି ରହିଛି। ସମୁଦ୍ର କୂଳକୁ ଲାଗି ରହିଥିବା ଭିଲାର ଚାହିଦା ଦୁବାଇରେ ବେଶ ଅଧିକ।

ତଥାପି ନୀତା ଅମ୍ବାନୀ ବୋହୂ ରାଧିକାଙ୍କୁ ଉପହାରରେ ୬୪୦ କୋଟି ଟଙ୍କାର ଘର ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭିଲାର ଇଣ୍ଟେରିୟର ଅତୁଳନୀୟ ହୋଇଥିବା ବେଳେ ଘରୋଇ ବିଚ୍‌ର ୭୦ ମିଟର ଅଞ୍ଚଳକୁ ମଧ୍ୟ ସ୍ୱତନ୍ତ୍ର ଭାବେ ରାଧିକା ବ୍ୟବହାର କରିପାରିବେ।

Advertisment

ଭିଲାରେ ୧୦ଟି ଅତ୍ୟାଧୁନିକ ବେଡରୁମ ରହିଛି। ଭିତରେ ଇଟାଲିଆନ ମାର୍ବଲ ପଡ଼ିଛି। ବିଭିନ୍ନ ପ୍ରକାରର ଆର୍ଟ କାନ୍ଥରେ ତିଆରି କରାଯାଇ ଏହାକୁ ଆକର୍ଷୀୟ କରାଯାଇଛି। ଏହାର ଡାଇନିଂ ରୁମ ମଧ୍ୟ ଖୁବବଡ଼। ପାରିବାରିକ କାର୍ଯ୍ୟକ୍ରମ ପାଇଁ ଡାଇନିଂ ଅଞ୍ଚଳର ପରିଧିକୁ ମଧ୍ୟ ବୃଦ୍ଧି କରାଯିବା ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଭିଲାରେ ସୁଇମିଂ ପୁଲ ସହ ଜିମର ବ୍ୟବସ୍ଥା ରହିଛି।

ରାଧିକା ଓ ଅନନ୍ତ ଜୁଲାଇ ୧୨ ତାରିଖରେ ବିବାହ କରିଥିଲେ। ବାହାଘରର ପ୍ରାୟ ୨ ମାସ ପୂରିବା ପରେ ବୋହୂଙ୍କୁ ନୀତା ଗୋଟିଏ ଭିଲା ଉପହାରରେ ଦେଇଛନ୍ତି।

Anant Ambani Radhika Marchant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe