/odisha-reporter/media/post_attachments/uploads/2016/10/neil-sm-.jpg)
neil-sm
ମୁମ୍ବାଇ: ବଲିଉଡ୍ କଳାକାର ନୀତିନ ମୁକେଶ ତାଙ୍କ ବାନ୍ଧବୀ ରୁକ୍ମଣୀ ଶହାୟଙ୍କ ପାଇଁ କରୱାଚୌଥ କରିବେ ବୋଲି କହିଛନ୍ତି। ସେ କହିଛନ୍ତି, “ରୁକ୍ମଣୀ ପରମ୍ପରାକୁ ମାନନ୍ତି। ମୁଁ ତାଙ୍କୁ ବ୍ରତ କରିବାରେ ସାହାଯ୍ୟ କରିବାକୁ ଚାହୁଁଛି।”
Advertisment
ଖବର ଅନୂଯାୟୀ ନୀଲ୍ ଦକ୍ଷିଣ ମୁମ୍ବାଇ ସ୍ଥିତ ଘରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ କରିବେ। ବିବାହ ଦିନ ସେ ତାଙ୍କ ବାନ୍ଧବୀଙ୍କୁ ହାତ ତିଆରି କୁନ୍ଦନ ଓ ଚୁଡ଼ି ଉପହାର ଦେବେ।
ଦଶହରା ଅବସରରେ ନୀଲ ମୁମ୍ବାଇର ରୁକ୍ମଣୀ ଶହାୟଙ୍କ ସହ ନିର୍ବନ୍ଧ କରିଥିଲେ। ନୀଲଙ୍କ ନିର୍ବନ୍ଧ ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଖୁବ ଶୀଘ୍ର ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
