Advertisment

ରାଗିଗଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ରବିବାର ଫେକ୍‌ ନ୍ୟୁଜ୍‌କୁ ନେଇ ଏକ ଟ୍ୱିଟ୍‌ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଟ୍ୱିଟରେ ଅକ୍ଷୟ ଲେଖିଛନ୍ତି, ଲକଡାଉନ୍‌ ସମୟରେ ତାଙ୍କ ଭଉଣୀ ଅଳକା ଭାଟିଆ ଓ ଭାଣିଜୀଙ୍କୁ ଆଣିବା ପାଇଁ ସେ କୌଣସି ସ୍ୱତନ୍ତ୍ର ପ୍ଲେନ୍‌ର ବ୍ୟବସ୍ଥା କରିନଥିଲେ। ଅକ୍ଷୟ କୁମାର ଲକଡାଉନ ସମୟରେ ଭଉଣୀ ଓ ତାଙ୍କ ଦୁଇ ପିଲାଙ୍କୁ ଆଣିବା ପାଇଁ ଏକ ସ୍ୱତନ୍ତ୍ର ପ୍ଲେନ୍‌ ବୁକ୍‌ କରିଥିଲେ ବୋଲି ଖବର ପ୍ରକାଶ ପାଇଥିଲା। […]

ଅଦ୍ୟତନ ହୋଇଛି
ରାଗିଗଲେ ଅକ୍ଷୟ କୁମାର

a222

Advertisment

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ରବିବାର ଫେକ୍‌ ନ୍ୟୁଜ୍‌କୁ ନେଇ ଏକ ଟ୍ୱିଟ୍‌ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଟ୍ୱିଟରେ ଅକ୍ଷୟ ଲେଖିଛନ୍ତି, ଲକଡାଉନ୍‌ ସମୟରେ ତାଙ୍କ ଭଉଣୀ ଅଳକା ଭାଟିଆ ଓ ଭାଣିଜୀଙ୍କୁ ଆଣିବା ପାଇଁ ସେ କୌଣସି ସ୍ୱତନ୍ତ୍ର ପ୍ଲେନ୍‌ର ବ୍ୟବସ୍ଥା କରିନଥିଲେ।

Advertisment

ଅକ୍ଷୟ କୁମାର ଲକଡାଉନ ସମୟରେ ଭଉଣୀ ଓ ତାଙ୍କ ଦୁଇ ପିଲାଙ୍କୁ ଆଣିବା ପାଇଁ ଏକ ସ୍ୱତନ୍ତ୍ର ପ୍ଲେନ୍‌ ବୁକ୍‌ କରିଥିଲେ ବୋଲି ଖବର ପ୍ରକାଶ ପାଇଥିଲା। କିନ୍ତୁ ଏହାକୁ ଖଣ୍ଡନ କରି ଅକ୍ଷୟ କହିଛନ୍ତି, ମୋ ଭଉଣୀର ଗୋଟିଏ ହିଁ ପିଲା। ରିପୋର୍ଟରେ ଦୁଇଟି ବୋଲି ଲେଖାଯାଇଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନ୍ୟୁଜରେ ସମ୍ପୂର୍ଣ୍ଣ ଭୁଲ୍‌ ତଥ୍ୟ ପ୍ରକାଶ ପାଇଛି।

ଏପରି ମିଛ ଖବର ଦେଉଥିବା ଗଣମାଧ୍ୟମ ବିରୁଦ୍ଧରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି।

Advertisment

କେବଳ ଏହି ଖବର ନୁହେଁ, ଅନ୍ୟ ଏକ ଖବରରେ ଅକ୍ଷୟ କାଷ୍ଟ କରିଥିବା ମ୍ୟୁଜିକ୍‌ ଭିଜିଓ ‘ଫିଲହାଲ୍‌’ର ଦ୍ୱିତୀୟ ଭର୍ସନ୍‌ ‘ଫିଲ୍‌ହାଲ୍‌ ୨’ ଖୁବ୍‌ଶୀଘ୍ର ଫ୍ୟାନ୍ସଙ୍କୁ ଭେଟିଦେବେ ବୋଲି ଖବର ପ୍ରକାଶ ପାଇଥିଲା। ସୋଶାଲ ମିଡିଆରେ ଏ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ଅନ୍ୟ ଏକ ଟ୍ୱିଟରେ ଅକ୍ଷୟ ଲେଖିଛନ୍ତି- କରୋନା ସମୟରେ ଅନେକ ଫେକ୍‌ ନ୍ୟୁଜ୍‌ ଶୁଣିଥିଲି, ଏବେ ଫେକ୍‌ କାଷ୍ଟିଂ ମଧ୍ୟ ହେଉଛି ବୋଲି ଜାଣିବାକୁ ପାଇଲି।’

‘ଫିଲ୍‌ହାଲ୍’ ଟିମ୍‌ ପକ୍ଷରୁ ଅକ୍ଷୟ ଫ୍ୟାନ୍ସଙ୍କୁ ଏହି ସୂଚନା ଦିଆଯାଇଛି ଯେ ଫିଲ୍‌ହାଲ୍‌ର କୌଣସି ଦ୍ୱିତୀୟ ଭର୍ସନ କାଷ୍ଟ ହୋଇନାହିଁ। ଏପରି ମିଛ ଖବରକୁ ବିଶ୍ୱାସ କରନ୍ତୁ ନାହିଁ।
ଶେଷଥର ପାଇଁ ଅକ୍ଷୟ କୁମାରଙ୍କୁ ଅଭିନେତ୍ରୀ କରିନା କପୁର, କିଆରା ଆଡ୍‌ଭାନୀ ଓ ଅଭିନେତା ଦିଲ୍‌ଜିତ୍‌ ଦୋସଞ୍ଜଙ୍କ ସହିତ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ରେ ଦେଖିବାକୁ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe