Advertisment

ରିଲିଜ୍‌ ହେଲା ‘ନୋ ଟାଇମ୍‌ ଟୁ ଡାଏ’ର ପୋଷ୍ଟର

ଲସ୍‌ ଏଞ୍ଜେଲସ୍‌ : ଜେମ୍‌ସ ବଣ୍ଡ୍‌ ଫିଲ୍ମ ଫ୍ରାଞ୍ଚାଇଜ୍‌ର ୨୫ତମ ଫିଲ୍ମ ‘ନୋ ଟାଇମ୍ ଟୁ ଡାଏ’ର ପୋଷ୍ଟର ରିଲିଜ୍‌ ହୋଇଛି। ଏଥିରେ ହଲିଉଡ୍‌ର ସୁପର୍‌ଷ୍ଟାର୍‌ ଅଭିନେତା ଡାନିଏଲ୍‌ କ୍ରେଗ୍‌ଙ୍କୁ ‘ବଣ୍ଡ୍‌ ଲୁକ୍‌’ରେ ଦେଖିବାକୁ ମିଳିଛି। ପୋଷ୍ଟରରେ ସେ ଖୁବ୍ ସ୍ମାର୍ଟ ଦେଖା ଯାଉଛନ୍ତି। ଏକ ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ଡାନିଏଲ୍‌ ପୁଣି ଥରେ ଆଇକନିକ୍‌ ସିକ୍ରେଟ୍‌ ସର୍ଭିସ୍‌ ଏଜେଣ୍ଟ ଭୂମିକାରେ ଅଭିନୟ କରିବେ। Celebrate #JamesBondDay with the first poster for #NoTimeToDie […]

author-image
Puspanjali Panda
ରିଲିଜ୍‌ ହେଲା ‘ନୋ ଟାଇମ୍‌ ଟୁ ଡାଏ’ର ପୋଷ୍ଟର

m2

ଲସ୍‌ ଏଞ୍ଜେଲସ୍‌ : ଜେମ୍‌ସ ବଣ୍ଡ୍‌ ଫିଲ୍ମ ଫ୍ରାଞ୍ଚାଇଜ୍‌ର ୨୫ତମ ଫିଲ୍ମ ‘ନୋ ଟାଇମ୍ ଟୁ ଡାଏ’ର ପୋଷ୍ଟର ରିଲିଜ୍‌ ହୋଇଛି। ଏଥିରେ ହଲିଉଡ୍‌ର ସୁପର୍‌ଷ୍ଟାର୍‌ ଅଭିନେତା ଡାନିଏଲ୍‌ କ୍ରେଗ୍‌ଙ୍କୁ ‘ବଣ୍ଡ୍‌ ଲୁକ୍‌’ରେ ଦେଖିବାକୁ ମିଳିଛି। ପୋଷ୍ଟରରେ ସେ ଖୁବ୍ ସ୍ମାର୍ଟ ଦେଖା ଯାଉଛନ୍ତି। ଏକ ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ଡାନିଏଲ୍‌ ପୁଣି ଥରେ ଆଇକନିକ୍‌ ସିକ୍ରେଟ୍‌ ସର୍ଭିସ୍‌ ଏଜେଣ୍ଟ ଭୂମିକାରେ ଅଭିନୟ କରିବେ।

Advertisment

https://twitter.com/007/status/1180437726987874304

ଏହି ଫିଲ୍ମଟି ୨୦୨୦ ଏପ୍ରିଲ୍‌ ମାସରେ ରିଲିଜ୍ ହେବ । ଇଂଲଣ୍ଡରେ ଏହା ଏପ୍ରିଲ୍‌ ୩ରେ ଓ ଆମେରିକାରେ ଏପ୍ରିଲ ୮ ତାରିଖରେ ରିଲିଜ୍ ହେବ।

https://twitter.com/007/status/1180573370552684545

ସୂଚନା ଅନୁଯାୟୀ, ଏହି ଫିଲ୍ମରେ ରାମୀ ମଲେକ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି। ସେ ଏ ବର୍ଷ ଫ୍ରେଡୀ ମରକ୍ୟୁରୀ ଚରିତ୍ରରେ ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ଓସ୍କାର ପାଇଛନ୍ତି।

Advertisment

କ୍ୟାରୀ ଜୋଜି ଫୁଗୁନାଗା ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି।  ଜେମ୍ସ ବଣ୍ଡଙ୍କ ଫ୍ୟାନ୍‌ ଏହି ଫିଲ୍ମକୁ ନେଇ ବହୁତ ଆଶାବାଦୀ ଅଛନ୍ତି।