Advertisment

ପୁଅକୁ ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ, ତଥାପି ଶୁଟିଂ କରିବାକୁ ଯାଇଥିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଟକ, ଯାତ୍ରା ଅବା ଫିଲ୍ମ ହେଉ ସବୁଥିରେ ହାସ୍ୟ ଅଭିନେତାମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। କାହାକୁ ହସାଇବା ଓ ହସାଇ ହସାଇ ବାନ୍ଧିକି ରଖିବା ଏତେ ସହଜ କାମ ନୁହେଁ। ସମସ୍ତଙ୍କ ପାଖରେ ଏ କଳା ନଥାଏ। ପୁଣି ମନରେ ଯେତେ ଦୁଃଖ ଥିଲେ ବି ମଞ୍ଚରେ ବା ପରଦାରେ ସେମାନଙ୍କ ମୁହଁରେ ତା’ର ତିଳେ ମାତ୍ର ପ୍ରଭାବ ଦେଖିବାକୁ ମିଳେ ନାହିଁ। ହାସ୍ୟ ଅଭିନେତାଙ୍କ କଥା ଓ ଅଭିନୟରେ ଲୋକେ ଏତେ ମଜି ଯା’ନ୍ତି […]

ଅଦ୍ୟତନ ହୋଇଛି
ପୁଅକୁ ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ, ତଥାପି ଶୁଟିଂ କରିବାକୁ ଯାଇଥିଲେ

123

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଟକ, ଯାତ୍ରା ଅବା ଫିଲ୍ମ ହେଉ ସବୁଥିରେ ହାସ୍ୟ ଅଭିନେତାମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। କାହାକୁ ହସାଇବା ଓ ହସାଇ ହସାଇ ବାନ୍ଧିକି ରଖିବା ଏତେ ସହଜ କାମ ନୁହେଁ। ସମସ୍ତଙ୍କ ପାଖରେ ଏ କଳା ନଥାଏ। ପୁଣି ମନରେ ଯେତେ ଦୁଃଖ ଥିଲେ ବି ମଞ୍ଚରେ ବା ପରଦାରେ ସେମାନଙ୍କ ମୁହଁରେ ତା’ର ତିଳେ ମାତ୍ର ପ୍ରଭାବ ଦେଖିବାକୁ ମିଳେ ନାହିଁ। ହାସ୍ୟ ଅଭିନେତାଙ୍କ କଥା ଓ ଅଭିନୟରେ ଲୋକେ ଏତେ ମଜି ଯା’ନ୍ତି ଯେ ସେମାନଙ୍କ ଦୁଃଖ ଓ ଯନ୍ତ୍ରଣା ବିଷୟରେ ଟିକେ ବି ସଙ୍କେତ ପା’ନ୍ତି ନାହିଁ। ଦୁଃଖ, ଯନ୍ତ୍ରଣାକୁ ମନରେ ଚାପି ଲୋକଙ୍କୁ ହସାଇବାରେ ମାହିର ସେମିତି ଜଣେ କଳାକାର ହେଉଛନ୍ତି ବ୍ରଜ ସିଂହ। ସମସ୍ତେ ତାଙ୍କୁ ବ୍ରଜ ନାମରେ ଜାଣନ୍ତି।

Advertisment

ତାଙ୍କ ଜୀବନରେ ବି ଏମିତି ଏକ ମୁହୂର୍ତ୍ତ ଆସିଥିଲା ଯେତେବେଳେ ସେ ଖୁବ୍ ଦୁଃଖରେ ଥାଇ ବି ଫିଲ୍ମ ଶୁଟିଂ କରିଥିଲେ। ଏ ଘଟଣା ତାଙ୍କ ପୁଅ ଜନ୍ମ ବେଳର। ସନ୍ତାନ ପ୍ରାପ୍ତି ଯୋଗୁ ସେ ଖୁସି ହେବା ସହିତ ଦୁଃଖୀ ବି ହୋଇଥିଲେ। କାରଣ ତାଙ୍କ ପୁଅ ମାନସିକ ସ୍ତରରେ ଦିବ୍ୟାଙ୍ଗ  ହୋଇ ଜନ୍ମ ହୋଇଥିଲେ। ଏହା ଜାଣିବା ପରେ ସେ ଭାଙ୍ଗି ପଡ଼ିଥିଲେ। ସେ ସମୟରେ ବ୍ରଜ ଏକ ଫିଲ୍ମରେ କାମ କରୁଥିଲେ। ସେହିଦିନ ମଧ୍ୟ ଶୁଟିଂ ଥିଲା। ସେ ସବୁ ଯନ୍ତ୍ରଣାକୁ ହୃଦୟରେ ଚାପି ଶୁଟିଂ ସେଟ୍‌କୁ ଯାଇଥିଲେ। ସେଠାରେ କିନ୍ତୁ ତାଙ୍କୁ ଦେଖି ସେ ଦୁଃଖୀ ଥିବା କେହି ଜାଣି ପାରି ନଥିଲେ। ସେ ଅନ୍ୟଦିନଗୁଡ଼ିକରେ ଯେମିତି ଶୁଟିଂ କରନ୍ତି ଠିକ୍ ସେମିତି କଲେ। ସେ ଏତେ ହସଖୁସିରେ ଶୁଟିଂରେ ସାମିଲ ହୋଇଥିଲେ ଯେ ତାଙ୍କ ଦୁଃଖ ବିଷୟରେ କେହି ସାମନ୍ୟତମ ଆଭାସ ପାଇ ନଥିଲେ।

୧୯୮୬ରେ ରିଲିଜ୍‌ ହୋଇଥିବା ‘ଜୋର ଯାର ମୁଲକ ତାର’ ଫିଲ୍ମ ମାଧ୍ୟମରେ ବ୍ରଜ ସିଂହ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଉଭୟ ବଡ଼ ଓ ଛୋଟ ପରଦାରେ ସେ କାମ କରୁଛନ୍ତି। ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଧାରାବାହିକ ‘ଦୁର୍ଗା’ରେ ସେ ଏକ ସିରିଏସ୍‌ ଚରିତ୍ରରେ ଅଭିନୟ କରୁଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe