Advertisment

ଗିରଫ ହେବେ ରେମୋ !

ଲକ୍ଷ୍ନୌ: ବଲିଉଡ୍‌ର ଅନ୍ୟତମ ଜଣାଶୁଣା କୋରିଓଗ୍ରାଫର୍‌ ତଥା ଫିଲ୍ମ ନିର୍ଦ୍ଦେଶକ ରେମୋ ଡି’ସୌଜାଙ୍କ ବିରୋଧରେ ଗାଜିଆବାଦ ଜିଲ୍ଲା କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ସେ ଜଣେ ବ୍ୟକ୍ତିଙ୍କୁ ୫ କୋଟି ଟଙ୍କା ଠକି ଥିବା ଅଭିଯୋଗ ହୋଇଛି। ଏହି ମାମଲାର ଶୁଣାଣି ବେଳେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଗାଜିଆବାଦର ସିହାନୀ ଗେଟ୍ ଥାନା ଅଞ୍ଚଳର ସତ୍ୟେନ୍ଦ୍ର ତ୍ୟାଗୀ ୨୦୧୩ ମସିହାରେ ମୁମ୍ବାଇରେ ରେମୋଙ୍କୁ ଭେଟିଥିଲେ। ସେତେବେଳେ ରେମୋ ତାଙ୍କୁ […]

ଗିରଫ ହେବେ ରେମୋ !

remo

Advertisment

ଲକ୍ଷ୍ନୌ: ବଲିଉଡ୍‌ର ଅନ୍ୟତମ ଜଣାଶୁଣା କୋରିଓଗ୍ରାଫର୍‌ ତଥା ଫିଲ୍ମ ନିର୍ଦ୍ଦେଶକ ରେମୋ ଡି’ସୌଜାଙ୍କ ବିରୋଧରେ ଗାଜିଆବାଦ ଜିଲ୍ଲା କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ସେ ଜଣେ ବ୍ୟକ୍ତିଙ୍କୁ ୫ କୋଟି ଟଙ୍କା ଠକି ଥିବା ଅଭିଯୋଗ ହୋଇଛି। ଏହି ମାମଲାର ଶୁଣାଣି ବେଳେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଅଭିଯୋଗ ଅନୁଯାୟୀ, ଗାଜିଆବାଦର ସିହାନୀ ଗେଟ୍ ଥାନା ଅଞ୍ଚଳର ସତ୍ୟେନ୍ଦ୍ର ତ୍ୟାଗୀ ୨୦୧୩ ମସିହାରେ ମୁମ୍ବାଇରେ ରେମୋଙ୍କୁ ଭେଟିଥିଲେ। ସେତେବେଳେ ରେମୋ ତାଙ୍କୁ ’ଅମର... ମଷ୍ଟ୍ ଡାଏ’ ଫିଲ୍ମରେ ଟଙ୍କା ଖଟାଇବାକୁ କହିଥିଲେ। ତାଙ୍କ କଥା ମାନି ସତ୍ୟେନ୍ଦ୍ର ୫ କୋଟି ଟଙ୍କା ନିବେଶ କରିଥିଲେ। ତେବେ ପରେ ରେମୋ ଆଉ ଏହି ଟଙ୍କା ସତ୍ୟେନ୍ଦ୍ରଙ୍କୁ ଫେରାଇ ନଥିଲେ। ଏପରିକି ଟଙ୍କା ମାଗିବାରୁ ରେମୋ ଲୋକ ଲଗାଇ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ବି କରାଇଥିଲେ।

https://twitter.com/ANINewsUP/status/1186974328769798144

୨୦୧୬ ମସିହାରେ ସତ୍ୟେନ୍ଦ୍ର ଏ ଘଟଣା ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରେମୋଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଶୁଣାଣି ବେଳେ କୋର୍ଟରେ ହାଜର ହେବାକୁ ରେମୋଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେ ଏହାକୁ ଅମାନ୍ୟ କରିଥିଲେ ଏବଂ ଶୁଣାଣି ବେଳେ କୋର୍ଟରେ ଅନୁପସ୍ଥିତ ରହିଥିଲେ।  ଫଳରେ କୋର୍ଟ କ୍ଷୁବ୍ଧ ହୋଇ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ସୂଚନା ଅନୁଯାୟୀ, ରେମୋଙ୍କୁ ଗିରଫ କରିବା ପାଇଁ ଗାଜିଆବାଦ ପୁଲିସ୍‌ର ଏକ ଟିମ୍ ଖୁବ୍‌ଶୀଘ୍ର ମୁମ୍ବାଇ ଯିବ।

Advertisment

ସୂଚନାଯୋଗ୍ୟ ‘ଅମର..ମଷ୍ଟ ଡାଏ’ ଫିଲ୍ମର ପ୍ରଯୋଜକ ଥିଲେ ନିଜେ ରେମୋ ଡି’ସୌଜା। ଏହାର ନିର୍ଦ୍ଦେଶନା ଦେଇଥିଲେ ପରମ୍ ଗିଲ୍। ରେମୋ ‘ଏବିସିଡି’ ଓ ‘ରେସ୍‌ ୩’ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ବେଳେ ନୃତ୍ୟ ଭିତ୍ତିକ ରିଆଲିଟି ଶୋ’ ‘ଡାନ୍ସ ଇଣ୍ଡିଆ ଡାନ୍ସ’ରେ ଜଜ୍‌ ମଧ୍ୟ ରହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe