Advertisment

ମତୁଆଲା କଲା ନୋରାଙ୍କ ନାଚ

ମୁମ୍ୱାଇ :  ନିଜର ଧମାକେଦାର ଡ୍ୟାନ୍ସ ପାଇଁ ବଲିଉଡରେ ଏବେ ବେଶ୍‌ ଲୋକପ୍ରିୟ ହୋଇଛନ୍ତି ଅଭିନେତ୍ରୀ ନୋରା ଫତେହୀ। ତାଙ୍କ ପ୍ରତ୍ୟେକ ଡ୍ୟାନ୍ସ ଖାସ୍ ଆଉ ନିଆରା। ଏବେ ଦର୍ଶକଙ୍କୁ ମତୁଆଲା କରିବା ପାଇଁ ନୋରା ପୁଣି ଥରେ ଏକ ଖାସ୍‌ ଡ୍ୟାନ୍ସ ଭିଡିଓ ଶେଆର କରିଛନ୍ତି। ଯାହା ଦର୍ଶକଙ୍କୁ ବେଶ ଭଲ ଲାଗିଛି। ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମରେ ୩ କୋଟିରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଭିଡିଓ ଶେଆର କରି ନୋରା ନ୍ୟୁଜିଲାଣ୍ଡର ଜଣାଶୁଣା କୋରିଓଗ୍ରାଫର ପ୍ୟାରିସ […]

ମତୁଆଲା କଲା ନୋରାଙ୍କ ନାଚ

nora

Advertisment

ମୁମ୍ୱାଇ :  ନିଜର ଧମାକେଦାର ଡ୍ୟାନ୍ସ ପାଇଁ ବଲିଉଡରେ ଏବେ ବେଶ୍‌ ଲୋକପ୍ରିୟ ହୋଇଛନ୍ତି ଅଭିନେତ୍ରୀ ନୋରା ଫତେହୀ। ତାଙ୍କ ପ୍ରତ୍ୟେକ ଡ୍ୟାନ୍ସ ଖାସ୍ ଆଉ ନିଆରା। ଏବେ ଦର୍ଶକଙ୍କୁ ମତୁଆଲା କରିବା ପାଇଁ ନୋରା ପୁଣି ଥରେ ଏକ ଖାସ୍‌ ଡ୍ୟାନ୍ସ ଭିଡିଓ ଶେଆର କରିଛନ୍ତି। ଯାହା ଦର୍ଶକଙ୍କୁ ବେଶ ଭଲ ଲାଗିଛି। ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମରେ ୩ କୋଟିରୁ ଅଧିକ ଲୋକ ଦେଖିସାରିଲେଣି।

Advertisment

ଏହି ଭିଡିଓ ଶେଆର କରି ନୋରା ନ୍ୟୁଜିଲାଣ୍ଡର ଜଣାଶୁଣା କୋରିଓଗ୍ରାଫର ପ୍ୟାରିସ ଗୋଇବେଲଙ୍କୁ ଟ୍ୟାଗ୍‌ କରିଛନ୍ତି। ଗୋଇବେଲଙ୍କ ଡ୍ୟାନ୍ସ ତାଙ୍କୁ ବେଶ ପସନ୍ଦ। ସେ ତାଙ୍କ ଷ୍ଟାଇଲର ଡ୍ୟାନ୍ସ କରିବାକୁ ସବୁବେଳେ ଚାହୁଁଥିଲେ ବୋଲି କ୍ୟାପସନରେ ଲେଖିଛନ୍ତି।

ସବୁବେଳେ ନିଜ ଡ୍ୟାନ୍ସର ଝଲକ ଦେଖାଇବା ପାଇଁ ନୋରା ସୋସାଲ ମିଡିଆରେ ଆକ୍ଟିଭ ରହିଥାନ୍ତି। ତାଙ୍କର ଲାଟେଷ୍ଟ ଭିଡିଓ ଏବେ ଇଣ୍ଟରନେଟରେ ଧମାକା କରୁଛି। ସୂଚନାଯୋଗ୍ୟ, ନିକଟରେ ନୋରା ରେମୋ ଡିସୁଜାଙ୍କ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’ରେ ନଜର ଆସିଥିଲେ।

Advertisment

https://www.instagram.com/p/B_Cvl0BJk6A/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe