Advertisment

ନୋରାଙ୍କ ଜବରଦସ୍ତ ଏକ୍ସପ୍ରେସନ୍, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଲୋକପ୍ରିୟ ଡ୍ୟାନ୍ସର ନୋରା ଫତେହୀ ନିଜ ଦମଦାର ଡ୍ୟାନ୍ସ ଏବଂ ବ୍ୟକ୍ତିତ୍ୱ ଯୋଗୁ ସବୁବେଳେ ପ୍ରଶଂସା ସାଉଁଟନ୍ତି। ସେ ପ୍ରାୟତଃ ସୋଶାଲ ମିଡିଆରେ ନିଜର ଫଟୋ, ଭିଡିଓ ଶେୟାର କରି ନିଜ ଫ୍ୟାନମାନଙ୍କ ସହ ଯୋଡ଼ିହୋଇ ରହିଥାନ୍ତି। କିଛି ଦିନ ତଳେ ନୋରାଙ୍କ ‘ନାଚ୍ ମେରୀ ରାନୀ’ ଗୀତ ରିଲିଜ୍ ହୋଇଛି, ଯାହା ଏବେ ବି ସୋଶାଲ ମିଡିଆରେ ଧମାଲ୍ କରୁଛି।   View this post on Instagram   […]

ଅଦ୍ୟତନ ହୋଇଛି
ନୋରାଙ୍କ ଜବରଦସ୍ତ ଏକ୍ସପ୍ରେସନ୍, ଭିଡିଓ ଭାଇରାଲ

nora

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଲୋକପ୍ରିୟ ଡ୍ୟାନ୍ସର ନୋରା ଫତେହୀ ନିଜ ଦମଦାର ଡ୍ୟାନ୍ସ ଏବଂ ବ୍ୟକ୍ତିତ୍ୱ ଯୋଗୁ ସବୁବେଳେ ପ୍ରଶଂସା ସାଉଁଟନ୍ତି। ସେ ପ୍ରାୟତଃ ସୋଶାଲ ମିଡିଆରେ ନିଜର ଫଟୋ, ଭିଡିଓ ଶେୟାର କରି ନିଜ ଫ୍ୟାନମାନଙ୍କ ସହ ଯୋଡ଼ିହୋଇ ରହିଥାନ୍ତି। କିଛି ଦିନ ତଳେ ନୋରାଙ୍କ 'ନାଚ୍ ମେରୀ ରାନୀ' ଗୀତ ରିଲିଜ୍ ହୋଇଛି, ଯାହା ଏବେ ବି ସୋଶାଲ ମିଡିଆରେ ଧମାଲ୍ କରୁଛି।

Advertisment
View this post on Instagram

I'm in love with this 😻❤️✨ #norafatehi

A post shared by Aleyna's Nora || صفحه طرفداران (@norafatehistar) on

ନିକଟରେ ନିଜର ଏହି ହିଟ୍ ଡ୍ୟାନ୍ସ ନଂରେ ଜବରଦସ୍ତ ଡ୍ୟାନ୍ସ ମୁଭସ୍ କରି ନୋରା ଏକ ଭିଡିଓ ସୋଶାଲ ମିଡିଆରେ ଶେୟାର କରିଛନ୍ତି। ନୋରାଙ୍କ ଏହି ଭିଡିଓ ତାଙ୍କ ଇନଷ୍ଟାଗ୍ରାମ ଫ୍ୟାନ୍ ପେଜ୍ ଆକାଉଣ୍ଟରେ ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ 3 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

Advertisment

ନୋରାଙ୍କ ଏହି ଭିଡିଓ ସବୁ ଥର ଭଳି ଲୋକଙ୍କ ପ୍ରଶଂସା ସାଉଁଣ୍ଟୁଛି। ତାଙ୍କ ଡ୍ୟାନ୍ସ ମୁଭସ୍ ଆଉ ଏକ୍ସପ୍ରେସନର ଲୋକେ ଦିଓ୍ୱାନା। ସେଥିପାଇଁ ସୋଶାଲ ମିଡିଆରେ ନୋରାଙ୍କ କୌଣସି ଭିଡିଓକୁ ତାଙ୍କ ଫ୍ୟାନମାନେ ମିସ୍ କରନ୍ତିନି।

ଅନ୍ୟପଟେ ଖୁବଶୀଘ୍ର ନୋରା ଫିଲ୍ମ 'ଭୁଜ: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ'ରେ ନଜରକୁ ଆସିବେ। ଫିଲ୍ମରେ ନୋରାଙ୍କୁ ସପୋର୍ଟିଂ ରୋଲରେ ଦେଖିବାକୁ ମିଳିବ। ଫିଲ୍ମକୁ ନେଇ ଏକ ଭିଡିଓ ନିକଟରେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା। ଗୁରୁ ରାନ୍ଧଓ୍ୱାଙ୍କ ସହ ନୋରାଙ୍କ ନାଚ ମେରୀ ରାନୀ ଭିଡିଓଟି ସୁପର୍ ହିଟ୍ ହୋଇଛି।

Bollywood Nora Fatehi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe