Advertisment

‘ତାକି ତାକି’ ଗୀତରେ ନୋରା ଫତେହୀଙ୍କ ଡ୍ୟାନ୍ସ ଆଇଟମ୍‌, ଦେଖନ୍ତୁ ଭିଡିଓ

ମୁମ୍ବାଇ: ମଡେଲ୍ ତଥା ଅଭିନେତ୍ରୀ ନୋରା ଫତେହୀ ଏବେ ବଲିଉଡ୍‌ର ଜଣେ ଆଗଧାଡ଼ିର ଡ୍ୟାନ୍‌ସର୍‌ ଭାବେ ଗଣା ଯାଉଛନ୍ତି। ଫିଲ୍ମ୍‌ ‘ସ୍ତ୍ରୀ’ର ‘କମରିୟା’ ଓ ‘ସତ୍ୟମେବ ଜୟତେ’ର ଦିଲ୍‌ବର ଭଳି ଆଇଟମ୍‌ ଗୀତରେ ନିଜ ଡ୍ୟାନ୍ସ ଜଲୱା ଦେଖାଇ ନୋରା ସମସ୍ତଙ୍କ ମନ ମଧ୍ୟ କିଣି ନେଇଛନ୍ତି। ନିକଟରେ ସେ ନିଜର ଏକ ଡ୍ୟାନ୍ସ ଭିଡିଓ ସୋଶାଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି।  ଏହି ଭିଡିଓରେ ସେ ଡିଜେ ସ୍ନେକ୍‌ଙ୍କ ଲ୍ୟାଟେଷ୍ଟ୍‌ ଗୀତ ‘ତାକି ତାକି’ର ଟ୍ରାକ୍‌ରେ ଦମଦାର୍‌ […]

author-image
Sangita Sahoo
ଅଦ୍ୟତନ ହୋଇଛି
ମସ୍ତି ମୁଡ୍‌ରେ ନୋରା: ଭାଇରାଲ୍‌ ହେଉଛି ଭିଡିଓ

nora

ମୁମ୍ବାଇ: ମଡେଲ୍ ତଥା ଅଭିନେତ୍ରୀ ନୋରା ଫତେହୀ ଏବେ ବଲିଉଡ୍‌ର ଜଣେ ଆଗଧାଡ଼ିର ଡ୍ୟାନ୍‌ସର୍‌ ଭାବେ ଗଣା ଯାଉଛନ୍ତି। ଫିଲ୍ମ୍‌ ‘ସ୍ତ୍ରୀ’ର ‘କମରିୟା’ ଓ ‘ସତ୍ୟମେବ ଜୟତେ’ର ଦିଲ୍‌ବର ଭଳି ଆଇଟମ୍‌ ଗୀତରେ ନିଜ ଡ୍ୟାନ୍ସ ଜଲୱା ଦେଖାଇ ନୋରା ସମସ୍ତଙ୍କ ମନ ମଧ୍ୟ କିଣି ନେଇଛନ୍ତି। ନିକଟରେ ସେ ନିଜର ଏକ ଡ୍ୟାନ୍ସ ଭିଡିଓ ସୋଶାଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି।  ଏହି ଭିଡିଓରେ ସେ ଡିଜେ ସ୍ନେକ୍‌ଙ୍କ ଲ୍ୟାଟେଷ୍ଟ୍‌ ଗୀତ 'ତାକି ତାକି'ର ଟ୍ରାକ୍‌ରେ ଦମଦାର୍‌ ଡ୍ୟାନ୍ସ କରିଛନ୍ତି। ଭିଡିଓରେ ନୋରା ତାଙ୍କ କୋରିଓଗ୍ରାଫର ରଜିତ୍‌ ଦେବ୍‌ଙ୍କ ସହ ଡ୍ୟାନ୍ସ କରୁଛନ୍ତି।

Advertisment

ଡିଜେ ସ୍ନେକ୍‌ ଓ ସେଲେନା ମୋମେଜ୍‌ଙ୍କ ଏହି 'ତାକି ତାକି' ଗୀତ ଖୁବ୍‌ ଲୋକପ୍ରିୟ ହୋଇଛି। ଖାସ୍‌କରି ଭରତୀୟ ଦର୍ଶକ ଏହାକୁ ଖୁବ୍ ପସନ୍ଦ କରିଛନ୍ତି।

ସୂଚନାଯୋଗ୍ୟ, ରିଆଲିଟି ଶୋ' ‘ବିଗ୍‌ ବସ୍‌ ୯’ରେ ନୋରା ୱାଇଲ୍ଡ୍‌ କାର୍ଡ୍ ଜରିଆରେ ଆସିଥିଲେ। କିନ୍ତୁ ତିନି ସପ୍ତାହ ପରେ ସେ ଶୋ'ରୁ ବାହାରି ଯାଇଥିଲେ। ତେଲ୍‌ଗୁ ଫିଲ୍ମ ଟେମ୍ପର, ବାହୁବଲୀ ଓ କିକ୍‌-୨ ତାଙ୍କ ଆଇଟମ୍‌ ଡ୍ୟାନ୍ସ୍‌ ନୋରାଙ୍କୁ ଖୁବ୍‌ ଲୋକପ୍ରିୟତା ଦେଇଛି।

Advertisment

https://www.instagram.com/p/Bo6v_VZhUi-/?taken-by=norafatehi