ନୋରାଙ୍କ କେଶରେ ଖର୍ଚ୍ଚ ହୋଇଥିଲା ୨.୫ ଲକ୍ଷ ଟଙ୍କା

ମୁମ୍ବାଇ: ଅଭିନେତ୍ରୀ ତଥା ବଲିଉଡ୍‌ର ଡ୍ୟାନ୍ସି କୁଇନ୍ ନୋରା ଫତେହିଙ୍କ ଅଭିନୀତ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’ ଜାନୁଆରୀ ୨୪ରେ ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମରେ ନୋରାଙ୍କର ଏକ ହିଟ୍‌ ଗୀତ ରହିଛି। ‘ହାୟ ଗର୍‌ମି’ରେ ନୋରାଙ୍କର ଜବରଦସ୍ତ ନାଚ ଦର୍ଶକଙ୍କୁ ଘାଇଲା କରିଥିବା ବେଳେ ଏହି ଫିଲ୍ମରେ ନୋରାଙ୍କ ହେୟାର୍‌ ଷ୍ଟାଇଲ୍‌ ପାଇଁ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ନୋରାଙ୍କ କହିବା ଅନୁଯାୟୀ, ଯେତେବେଳେ ଫିଲ୍ମର ଶୁଟିଂ ଚାଲିଥିଲା ସେତେବେଳେ ଦୁବାଇରୁ ପୋନିଟେଲ୍‌ କଷ୍ଟ୍ୟୁମ୍ ହେବ […]

nora

Biswobandita Swain
  • Published: Friday, 31 January 2020
  • , Updated: 01 February 2020, 10:17 AM IST

ମୁମ୍ବାଇ: ଅଭିନେତ୍ରୀ ତଥା ବଲିଉଡ୍‌ର ଡ୍ୟାନ୍ସି କୁଇନ୍ ନୋରା ଫତେହିଙ୍କ ଅଭିନୀତ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’ ଜାନୁଆରୀ ୨୪ରେ ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମରେ ନୋରାଙ୍କର ଏକ ହିଟ୍‌ ଗୀତ ରହିଛି। ‘ହାୟ ଗର୍‌ମି’ରେ ନୋରାଙ୍କର ଜବରଦସ୍ତ ନାଚ ଦର୍ଶକଙ୍କୁ ଘାଇଲା କରିଥିବା ବେଳେ ଏହି ଫିଲ୍ମରେ ନୋରାଙ୍କ ହେୟାର୍‌ ଷ୍ଟାଇଲ୍‌ ପାଇଁ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।

ନୋରାଙ୍କ କହିବା ଅନୁଯାୟୀ, ଯେତେବେଳେ ଫିଲ୍ମର ଶୁଟିଂ ଚାଲିଥିଲା ସେତେବେଳେ ଦୁବାଇରୁ ପୋନିଟେଲ୍‌ କଷ୍ଟ୍ୟୁମ୍ ହେବ ବୋଲି ଜଣାପଡିଥିଲା।

ନୋରା ଅହୁରି କହିଥିଲେ, ମତେ ଏବଂ ମାର୍ସଲ୍‌ (ଚୁଟି ଏବଂ  ମେକଅପ୍‌ ଷ୍ଟାଇଲିଷ୍ଟ)ଙ୍କୁ ଏମିତି ଏକ ମେନ୍ୟୁଫ୍ୟାକ୍ଚରର ମିଳିଥିଲା ଯିଏ ଖୁବ୍‌ ସୁନ୍ଦର ପୋନିଟେଲ୍‌ ପ୍ରସ୍ତୁତ କରୁଥିଲେ। ସେ ଏମିତି ହେୟାରଷ୍ଟାଇଲ୍‌ କରୁଥିଲେ ଯେମିତି ମତେ ଦରକାର ଥିଲା। ଶ୍ରଦ୍ଧାଙ୍କ ସହ ଫେସ୍‌ ଅପ୍‌ ଗୀତ ସମୟରେ ଏହି ପୋନିଟେଲ୍‌ ବ୍ୟବହାର କରିବା ପାଇଁ ଟିମ୍‌ ଚିନ୍ତା କରିଥିଲା। ଲମ୍ବା ଏବଂ ମୋଟା ପୋନିଟେଲ୍‌ ସେହି ଗୀତରେ ନିଆରା ଏକ ପ୍ରଭାବ ପକାଇଥିଲା।

ନୋରାଙ୍କ ପୋନିଟେଲ୍‌ ପ୍ରସ୍ତୁତ କରିବା ପାଇଁ ୫୦୦ଗ୍ରାମ କେଶର ଆବଶ୍ୟକ ହୋଇଥାଏ।

ତେବେ ସୂଚନା ଅନୁଯାୟୀ, ନୋରାଙ୍କ ଜନ୍ମ କାନାଡାରେ। ବଲିଉଡ୍‌ରେ ଅଭିନୟ କରିବା ସହ ନୋରା କାନାଡା ଫିଲ୍ମରେ ଅଭିନୟ କରନ୍ତି। ଏକାଧାରାରେ ସେ ଜଣେ ଡ୍ୟାନ୍ସର, ସିଙ୍ଗର ଏବଂ ଆକ୍ଟ୍ରେସ୍‌।

‘ବିଗ୍‌ ବସ୍‌’, ‘ଝଲକ୍‌ ଦିଖ୍‌ ଲାଜା’, ‘ସତ୍ୟମେବ ଜୟତେ’ ପରି ଶୋ’ରେ ମଧ୍ୟ ନୋରାଙ୍କୁ ଦେଖିବାକୁ ମିଳିଥିଲା।  ‘ରୋର୍’ ଫିଲ୍ମ ମାଧ୍ୟମରେ ନୋରା ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

Related story