Advertisment

ନଭେମ୍ବର ୯ରୁ ତରଙ୍ଗ ଚ୍ୟାନେଲରେ ଆସୁଛି ପୌରାଣିକ ଧାରାବାହିକ ଜୟ ମା’ ଲକ୍ଷ୍ମୀ

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ତରଙ୍ଗରେ ଖୁବଶୀଘ୍ର ଆସୁଛି ପୌରାଣିକ ସିରିଏଲ୍ ଜୟ ମା’ ଲକ୍ଷ୍ମୀ। ପୂରାଣ ବର୍ଣ୍ଣିତ ମୂଳ କାହାଣୀକୁ ନେଇ ଆଧାରିତ  ଏହା ହେଉଛି ତରଂଗ ଚ୍ୟାନେଲର ଦ୍ୱିତୀୟ ପୌରାଣିକ ଧାରାବାହିକ। ପୂର୍ବରୁ ଓଡ଼ିଆ ଟେଲିଭିଜନ ଇତିହାସରେ ପ୍ରଥମ ଥର ଲାଗି ତରଙ୍ଗ ଚ୍ୟାନେଲରେ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଶ୍ରୀ ଜଗନ୍ନାଥ  ଅଭୂତପୂର୍ବ ସଫଳତା ହାସଲ କରିଥିଲା। ଏହି ସିରିଅଲରେ ଓଲିଉଡର ଭେଟେରାନ କଳାକାର ମିହିର ଦାସ ସୂତ୍ରଧର ସାଜିଛନ୍ତି।  ସ୍ପେଶାଲ […]

ନଭେମ୍ବର ୯ରୁ ତରଙ୍ଗ ଚ୍ୟାନେଲରେ ଆସୁଛି ପୌରାଣିକ ଧାରାବାହିକ ଜୟ ମା’ ଲକ୍ଷ୍ମୀ

jay-ma-laxmi

Advertisment

jay-ma-laxmiଭୁବନେଶ୍ୱର: ଓଡ଼ିଶାର ସବୁଠୁ ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ତରଙ୍ଗରେ ଖୁବଶୀଘ୍ର ଆସୁଛି ପୌରାଣିକ ସିରିଏଲ୍ ଜୟ ମା’ ଲକ୍ଷ୍ମୀ। ପୂରାଣ ବର୍ଣ୍ଣିତ ମୂଳ କାହାଣୀକୁ ନେଇ ଆଧାରିତ  ଏହା ହେଉଛି ତରଂଗ ଚ୍ୟାନେଲର ଦ୍ୱିତୀୟ ପୌରାଣିକ ଧାରାବାହିକ। ପୂର୍ବରୁ ଓଡ଼ିଆ ଟେଲିଭିଜନ ଇତିହାସରେ ପ୍ରଥମ ଥର ଲାଗି ତରଙ୍ଗ ଚ୍ୟାନେଲରେ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଶ୍ରୀ ଜଗନ୍ନାଥ  ଅଭୂତପୂର୍ବ ସଫଳତା ହାସଲ କରିଥିଲା।

Advertisment

ଏହି ସିରିଅଲରେ ଓଲିଉଡର ଭେଟେରାନ କଳାକାର ମିହିର ଦାସ ସୂତ୍ରଧର ସାଜିଛନ୍ତି।  ସ୍ପେଶାଲ ଭିଜୁଆଲ ଇଫେକ୍ଟ, ସୁନ୍ଦର ସେଟ୍ ଡେକରେସନ ସହ ଉନ୍ନତ ଟେକନୋଲ୍ଜିର ବ୍ୟବହାର ସିରିୟଲକୁ ରୁଚିସମ୍ପନ୍ନ କରିଛି। ଜାତୀୟ ଟେଲିଭଜନ ଚ୍ୟାନେଲରେ ପ୍ରସାରିତ ପୌରାଣିକ ସିରିଅଲ ପରି ଓଡିଶାର ଦର୍ଶକଙ୍କ ପାଇଁ ଏପରି ଏକ ସୁଯୋଗ ଆଣିଦେଇଛି ତରଙ୍ଗ।

ଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟ ନାରାୟଣ ରଥଶର୍ମା କହିଛନ୍ତି ଯେ ଲୋକେ ମା’ ଲକ୍ଷ୍ମୀଙ୍କ ସଂପର୍କରେ ଜାଣିବାକୁ ପାଇବେ। ଘରେ ଘରେ ମା’ ଲକ୍ଷ୍ମୀଙ୍କ ଉପାସନା ବଢ଼ିବ। ତରଙ୍ଗ ଚ୍ୟାନେଲର ଏଭଳି ଏକ ପଦକ୍ଷେପ ସ୍ୱାଗତଯୋଗ୍ୟ। ସେହିପରି ସେବାୟତ ରାମଚନ୍ଦ୍ର ପଣ୍ଡା କହିଛନ୍ତି ଯେ ମା’ ଲକ୍ଷ୍ମୀଙ୍କ ସଂପର୍କରେ ଅନେକ କଥା ଲୋକଙ୍କ ପାଖରେ ପହଞ୍ଚି ପାରି ନାହିଁ। ଏହି ଧାରାବାହିକରୁ ଲୋକେ ସେସବୁ କଥା ଜାଣିପାରିବ।

Advertisment

ଶ୍ରୀ ଜଗନ୍ନାଥକୁ ଯେପରି ଦର୍ଶକଙ୍କ ଆଦୃତି ମିଳିଥିଲା ଜୟ ମା ଲକ୍ଷ୍ମୀ ପୂର୍ବ ଭଳି ଦର୍ଶକଙ୍କ ହୃଦୟ ଜିତିବ ବୋଲି ପୂରା ଟେଲି ୟୁନିଟ ଆଶାବାଦୀ ଅଛନ୍ତି। ଆସନ୍ତା ନଭେମ୍ୱର ୯ ତାରିଖରୁ ପ୍ରତି ସପ୍ତାହ ସୋମବାରରୁ ଗୁରୁବାର ରାତି ୯ଟା ୩୦ ମିନିଟରେ ପ୍ରସାରଣ ହେବ ଜୟ ମା’ ଲକ୍ଷ୍ମୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe