nushraat
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୁସରତ ଭରୁଚଙ୍କ ଆଖିକୁ ନିଦ ନାହିଁ। ଗତ ୧୦ ଦିନ ହେବ ଶୋଇ ପାରୁନାହାନ୍ତି ନୁସରତ। ତେବେ କୌଣସି ଟେନସନରେ ନୁହେଁ, ତାଙ୍କ ଅଗାମୀ ଫିଲ୍ମ ପାଇଁ ନୁସରତ ଏଭଳି କରିଛନ୍ତି।
ଅନେକ ସମୟରେ ଫିଲ୍ମ ଷ୍ଟାର୍ସମାନେ ନିଜ ଚରିତ୍ରକୁ ଜାଣିବା ପାଇଁ ଏବଂ ଏଥିରେ ନିଖୁଣ ଭାବେ ଅଭିନୟ କରିବା ପାଇଁ କଠିନ ପରିଶ୍ରମ କରିଥା'ନ୍ତି। କିଏ ଜିମ୍ ଯାଇ ସିକ୍ସ ପ୍ୟାକ୍ ଆବ୍ସ ବନାଇ ଦିଅନ୍ତି ତ ଆଉ କିଏ ଓଜନ ବଢ଼ାଇଥାନ୍ତି। ଅଭିନେତ୍ରୀ ନୁସରତ ଭରୁଚ ମଧ୍ୟ ଏବେ ଏହି ତାଲିକାରା ସାମିଲ ହୋଇଛନ୍ତି।
ନୁସରତ ତାଙ୍କ ଆଗାମୀ ଫିଲ୍ମ 'ଛୋରୀ'ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ଏକ ହରର ଫିଲ୍ମ। ଏହି ଫିଲ୍ମର ମୁଖ୍ୟ ଚରିତ୍ରକୁ ଭଲଭାବେ ଜାଣିବା ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ନୁସରତ। ନିଜକୁ ହରର ଜୋନରେ ଆଣିବା ପାଇଁ ସେ ଲଗାତର ହଲିଉଡର ୧୦ଟି ହରର୍ ଫିଲ୍ମ ଦେଖିଛନ୍ତି। ଏ ଫିଲ୍ମ ଦେଖିବା ପରେ ତାଙ୍କ ଅବସ୍ଥା ପୁରା ବିଗିଡି ଯାଇଛି। ତାଙ୍କ ଆଖିକୁ ଆଉ ନିଦ ଆସୁନି। ନୁସରତ ଏତେ ଡରି ଯାଇଛନ୍ତି ଯେ, ଚାହିଁଲେ ବି ସେ ଶୋଇ ପାରୁନାହାନ୍ତି। ନୁସରତ କୁହନ୍ତି, 'ଏହି ଫିଲ୍ମ ଦେଖିବା ପରେ ମୁଁ ଅଧିକ ଡରି ଯାଇଥିଲି। କେବଳ ସେତିକି ନୁହେଁ ମୁଁ ୧୦ ଦିନ ଯାଏଁ ଶୋଇ ମଧ୍ୟ ପାରିନଥିଲି।'
ବିଶାଲ ଫୁରିଆଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ 'ଛୋରୀ'ର ଲିଡ ରୋଲରେ ନୁସରତ ଥିବା ବେଳେ ତାଙ୍କ ଅପଜିଟରେ ଉରୀ ଫେମ ବିକି କୌଶଲଙ୍କ ଭାଇ ସନୀ କୌଶଲଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ହେଉଛି ମରାଠି ହିଟ୍ ଫିଲ୍ମ 'ଲପାଛପି'ର ହିନ୍ଦୀ ରିମେକ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/nushraat.jpg)