Advertisment

ଟିଏମ୍‌ସି ସାଂସଦଙ୍କ ଛୁଆର ବାପା କିଏ? ହେଲା ଖୁଲାସା

କୋଲକାତା: ବଙ୍ଗୀୟ ଅଭିନେତ୍ରୀ ତଥା ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ। ସେ ନିକଟରେ ଏକ ପୁତ୍ର ସନ୍ତାନର ମା’ ହୋଇଛନ୍ତି। ସେ ଗର୍ଭବତୀ ହେବା ଦିନ ଠାରୁ ଛୁଆ ଜନ୍ମ ହେବା ଯାଏଁ ତାଙ୍କୁ ନେଇ ଅନେକ ବିବାଦ ଦେଖାଦେଇଛି। ତାଙ୍କ ଛୁଆର ବାପା କିଏ? ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସିଛି। ଏଭଳି କି ତାଙ୍କୁ ଏହି ପ୍ରଶ୍ନ ବାରମ୍ବାର ପଚରାଯାଇଛି। କିନ୍ତୁ ସେ ଏନେଇ କିଛି କହିବାକୁ ରାଜି ହୋଇନାହାନ୍ତି। ସେ […]

ଅଦ୍ୟତନ ହୋଇଛି
ଟିଏମ୍‌ସି ସାଂସଦଙ୍କ ଛୁଆର ବାପା କିଏ? ହେଲା ଖୁଲାସା

Nusrat

Advertisment

କୋଲକାତା: ବଙ୍ଗୀୟ ଅଭିନେତ୍ରୀ ତଥା ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ। ସେ ନିକଟରେ ଏକ ପୁତ୍ର ସନ୍ତାନର ମା' ହୋଇଛନ୍ତି। ସେ ଗର୍ଭବତୀ ହେବା ଦିନ ଠାରୁ ଛୁଆ ଜନ୍ମ ହେବା ଯାଏଁ ତାଙ୍କୁ ନେଇ ଅନେକ ବିବାଦ ଦେଖାଦେଇଛି। ତାଙ୍କ ଛୁଆର ବାପା କିଏ? ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସିଛି। ଏଭଳି କି ତାଙ୍କୁ ଏହି ପ୍ରଶ୍ନ ବାରମ୍ବାର ପଚରାଯାଇଛି। କିନ୍ତୁ ସେ ଏନେଇ କିଛି କହିବାକୁ ରାଜି ହୋଇନାହାନ୍ତି। ସେ ସିଙ୍ଗିଲ ମଦର ହେବେ ବୋଲି ସର୍ବସମ୍ମୁଖରେ କହିଥିଲେ। ଏବେ କିନ୍ତୁ ତାଙ୍କ ଛୁଆର ବାପା କିଏ? ଏହି ପ୍ରଶ୍ନ ଉପରୁ ପରଦା ହଟିଛି। ହୋଇଛି ମହାଖୁଲାସା।

Advertisment

ଶେଷରେ ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି। ନୁସରତଙ୍କ ପୁଅର ବାପା ଅଭିନେତା ୟଶ ଦାସଗୁପ୍ତା ହିଁ ବୋଲି ସ୍ପଷ୍ଟ ହୋଇଛି। ନୁସରତଙ୍କ ପୁଅର ଜନ୍ମ ପ୍ରମାଣପତ୍ରରୁ ଏହି ଖୁଲାସା ହୋଇଛି। ନୁସରତଙ୍କ ଛୁଆର ବାର୍ଥ ରେଜିଷ୍ଟ୍ରେସନର ପୂରା ତଥ୍ୟ ପବ୍ଲିକ ଡୋମେନରେ ସାମ୍ନାକୁ ଆସିଛି। ଏଥିରେ ଛୁଆର ପୂରା ନାଁ 'ଇଶାନ ଜେ ଦାସଗୁପ୍ତା' ଲେଖା ହୋଇଛି।

[caption id="attachment_676205" align="aligncenter" width="650"]nusrat-Yash ନୁସରତ ଏବଂ ୟଶ ଦାସଗୁପ୍ତା[/caption]

Advertisment

କୋଲକାତା ନଗରନିଗମରେ ଦାଖଲ କରାଯାଇଥିବା ଡକ୍ୟୁମେଣ୍ଟ ମୁତାବକ, ଏଥିରେ ବାପାଙ୍କ ନାଁ ଦେବାଶିଷ ଦାସଗୁପ୍ତା ଲେଖାଯାଇଛି। ଯାହା ଅଭିନେତା ୟଶ ଦାସଗୁପ୍ତାଙ୍କ ଅଫିସିଆଲ ନାଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ନୁସରତ ଜାହାଁଙ୍କ ପୁଅର ବାପା ଆଉ କେହି ନୁହନ୍ତି, ୟଶ ଦାସଗୁପ୍ତା ହିଁ ତାଙ୍କର ପ୍ରକୃତ ଜନକ।

ପୂର୍ବରୁ ୟଶ ଦାସଗୁପ୍ତାଙ୍କୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ଅଧିକାରୀକ ରୂପେ ଏହା ସ୍ପଷ୍ଟ ହୋଇଛି। ଦୀର୍ଘ ଦିନ ହେବ ନୁସରତ ତାଙ୍କ ସ୍ୱାମୀ ନିଖିଲ ଜେନ୍‌ଙ୍କ ଠାରୁ ଭିନ୍ନ ହୋଇଯାଇଛନ୍ତି। ଏହାପରେ ନୁସରତ ଏବଂ ଅଶ ରିଲେସନସିପ୍‌ରେ ଅଛନ୍ତି। ପୁଅ ଜନ୍ମ ହେବା ପରେ ସର୍ବପ୍ରଥମେ ୟଶ ଦାସଗୁପ୍ତା ହିଁ ନିଜ ସୋଶାଲ ମିଡିଆରେ ଖୁସି ଖବର ଜଣାଇଥିଲେ। ଏଥିସହ ନୁସରତ ଏବଂ ପୁଅ ଉଭୟ ସୁସ୍ଥ ଥିବା କହିଥିଲେ।

ସେପଟେ ନୁସରତଙ୍କ ସ୍ୱାମୀ ନିଖିଲ ଜେନ୍‌ ପୂର୍ବରୁ ହିଁ ସେ ଏହି ଛୁଆର ବାପା ନୁହନ୍ତି ବୋଲି କହିଥିଲେ। ଏଥିସହ ତାଙ୍କ ବିବାହ ଭାଙ୍ଗିବାର ମୁଖ୍ୟ କାରଣ ୟଶ ଦାସଗୁପ୍ତା ବୋଲି ସେ ହିଣ୍ଟ ମଧ୍ୟ ଦେଇଥିଲେ। ସେ କହିଥିଲେ ୨୦୨୦ ଅଗଷ୍ଟରେ ଏକ ଫିଲ୍ମର ସୁଟିଂ ପରେ ନୁସରତଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖାଦେଇଥିଲା।

୨୦୧୯ରେ ନୁସରତ ଏବଂ ନିଖିଲଙ୍କ ବିବାହ ତୁର୍କୀରେ ହୋଇଥିଲା। କିନ୍ତୁ ପରେ ନୁସରତା ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁଯାୟୀ ବିବାହ ହୋଇନଥିବା ଯୋଗୁଁ ଏହା ଅମାନ୍ୟ ବୋଲି କହିଥିଲେ। ଏହାକୁ ନେଇ ବହୁ ବିବାଦ ମଧ୍ୟ ଉପୁଜିଥିଲା। ଏପରିକି ସଂସଦ ଯାଏଁ କଥା ଯାଇଥିଲା।

Nusrat Jahan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe