Advertisment

ନୁସରତ୍‌ଙ୍କ ଗ୍ରାଣ୍ଡ ରିସେପ୍‌ସନ୍‌ ପାର୍ଟି: ଟ୍ରାଡିସ୍‌ନାଲ୍‌ ଲୁକ୍‌ରେ ଲାଗୁଥିଲେ ପରୀ

କୋଲକତା: ପଶ୍ଚିମବଙ୍ଗ ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ୍‌ ଜହାଁ ଗୁରୁବାର ରାତିରେ କୋଲକତାରେ ଗ୍ରାଣ୍ଡ ରିସେପ୍‌ସନ୍‌ ପାର୍ଟିର ଆୟୋଜନ କରିଥିଲେ। କୋଲକତାର ଆଇଟିସି ରୟାଲ୍‌ରେ ଏହି ପାର୍ଟିର ଆୟୋଜନ ହୋଇଥିଲା। ଏଥିରେ ସିନେ ଜଗତର ଅନେକ ଷ୍ଟାରଙ୍କ ସହିତ ବଡ଼ ବଡ଼ ବ୍ୟବସାୟୀ ଓ ବହୁ ରାଜନେତା ଯୋଗ ଦେଇଥିଲେ। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ବି ପାର୍ଟିରେ ସାମିଲ ହୋଇଥିଲେ। ରିସେପ୍‌ସନ୍‌ ପାର୍ଟିରେ ନୁସରତ୍‌ଙ୍କ ଟ୍ରାଡିସ୍‌ନାଲ୍‌ ଲୁକ୍‌ ଖୁବ୍‌ […]

author-image
Niharika Rout
ଅଦ୍ୟତନ ହୋଇଛି
ନୁସରତ୍‌ଙ୍କ ଗ୍ରାଣ୍ଡ ରିସେପ୍‌ସନ୍‌ ପାର୍ଟି: ଟ୍ରାଡିସ୍‌ନାଲ୍‌ ଲୁକ୍‌ରେ ଲାଗୁଥିଲେ ପରୀ  

nusrat-1..

କୋଲକତା: ପଶ୍ଚିମବଙ୍ଗ ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ୍‌ ଜହାଁ ଗୁରୁବାର ରାତିରେ କୋଲକତାରେ ଗ୍ରାଣ୍ଡ ରିସେପ୍‌ସନ୍‌ ପାର୍ଟିର ଆୟୋଜନ କରିଥିଲେ। କୋଲକତାର ଆଇଟିସି ରୟାଲ୍‌ରେ ଏହି ପାର୍ଟିର ଆୟୋଜନ ହୋଇଥିଲା। ଏଥିରେ ସିନେ ଜଗତର ଅନେକ ଷ୍ଟାରଙ୍କ ସହିତ ବଡ଼ ବଡ଼ ବ୍ୟବସାୟୀ ଓ ବହୁ ରାଜନେତା ଯୋଗ ଦେଇଥିଲେ। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ବି ପାର୍ଟିରେ ସାମିଲ ହୋଇଥିଲେ।

Advertisment

publive-image

ରିସେପ୍‌ସନ୍‌ ପାର୍ଟିରେ ନୁସରତ୍‌ଙ୍କ ଟ୍ରାଡିସ୍‌ନାଲ୍‌ ଲୁକ୍‌ ଖୁବ୍‌ ଷ୍ଟନିଂ ଲାଗୁଥିଲା। ମେରୁନ୍‌ କଲରର ଭେଲଭେଟ୍‌ ଲେହେଙ୍ଗାରେ ସେ ପରୀ ଭଳି ଦେଖା ଯାଉଥିଲେ। ଏଥିସହ ବ୍ରାଇଡାଲ ଲୁକ୍‌କୁ ପରଫେକ୍ଟ କରିବାକୁ ସେ ହାତରେ ଲାଲ ଚୁଡ଼ା, ହେବି ଜୁଏଲାରୀ ଓ କମ୍‌ ମେକଅପ୍‌ ନେଇଥିଲେ। ଏଥିସହ ବେକରେ ମଙ୍ଗଳସୂତ୍ର ବି ପିନ୍ଧିଥିଲେ। ନୁସରତ୍‌ଙ୍କ ଲେହେଙ୍ଗା ସବ୍ୟସାଚୀ ଡିଜାଇନ କରିଥିଲେ। ସେ ପିନ୍ଧିଥିବା ନୋଜ୍‌ ରିଙ୍ଗ ବି ଖୁବ୍‌ ଗର୍ଜିଅସ୍‌ ଲାଗୁଥିଲା।

ନୁସରତ୍‌ଙ୍କ ଲେହେଙ୍ଗାକୁ ମ୍ୟାଚ୍‌ କରି ତାଙ୍କ ସ୍ୱାମୀ ନିଖିଲ କଳା ରଙ୍ଗର ଏକ ଶେରୱାନି ପିନ୍ଧିଥିଲେ। ସେ ଖୁବ୍ ହ୍ୟାଣ୍ଡସମ୍ ଦେଖାଯାଉଥିଲେ। ଉଭୟଙ୍କ ଯୋଡ଼ି ପୂରାପୂରି ମ୍ୟାଚ୍ କରୁଥିଲା।

Advertisment

publive-image

ସେହିପରି ଟିଏମ୍‌ସି ସାଂସଦ ତଥା ନୁସରତ୍‌ଙ୍କ ଖାସ୍‌ ବନ୍ଧୁ ମିମି ଚକ୍ରବର୍ତ୍ତୀ ମଧ୍ୟ ପାର୍ଟିରେ ଖୁବ୍‌ ସୁନ୍ଦର ଲାଗୁଥିଲେ।  ରିସେପ୍‌ସନ୍‌ ପାର୍ଟିରେ  ଇଟାଲିୟାନ ଓ ବେଙ୍ଗଲିର ଖାସ୍‌ ଖାସ୍‌ ଭେଜ୍‌ ଓ ନନଭେଜ ଡିସ୍‌ ସହିତ ଭଳିକି ଭଳି ମିଠା ପରଷା ଯାଇଥିଲା।

ନୁସରତ୍‌ଙ୍କ ଶ୍ୱଶୁର ଘର ଲୋକେ ଜୈନ ଧର୍ମାବଲମ୍ୱୀ ହୋଇଥିବାରୁ ସେମାନଙ୍କ ଲାଗି ସ୍ୱତନ୍ତ୍ର ଭେଜ୍‌ ଡିସ୍‌ର ବ୍ୟବସ୍ଥା କରାଯାଇଥିଲା।  ଜୁନ୍‌ ୧୯ ତାରିଖରେ ପଶ୍ଚିମବଙ୍ଗର ବ୍ୟବସାୟୀ ନିଖିଳ ଜୈନଙ୍କୁ ନୁସରତ୍‌ ବାହା ହୋଇଥିଲେ। ତୁର୍କୀରେ ଏହି ବାହାଘର ହୋଇଥିଲା।