Advertisment

‘ସୌନ୍ଦର୍ଯ୍ୟ ମୁହଁରେ ନୁହେଁ, ମନରେ ଥାଏ’

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସ୍‌ରତ୍‌ ଜାହାନ୍‌ଙ୍କୁ ସୋଶାଲ ମିଡିଆରେ ବେଶ୍‌ ସକ୍ରିୟ ରହନ୍ତି। ଅନେକ ସମୟରେ ସୋଶାଲ ମିଡିଆରେ ସେ ତାଙ୍କ ନିଜ ଫଟୋ ଓ ଭିଡିଓ ପୋଷ୍ଟ୍ କରି ଚର୍ଚ୍ଚାରେ ମଧ୍ୟ ରହନ୍ତି। ସେ କିଛି ଫଟୋ କିମ୍ୱା ଭିଡିଓ ପୋଷ୍ଟ କରିବା ମାତ୍ରେ ହିଁ ତାହା ଭାଇରାଲ୍‌ ହୋଇଥାଏ। ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ବନାରସୀ ଶାଢ଼ି […]

ଅଦ୍ୟତନ ହୋଇଛି
‘ସୌନ୍ଦର୍ଯ୍ୟ ମୁହଁରେ ନୁହେଁ, ମନରେ ଥାଏ’

nusrat

Advertisment

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସ୍‌ରତ୍‌ ଜାହାନ୍‌ଙ୍କୁ ସୋଶାଲ ମିଡିଆରେ ବେଶ୍‌ ସକ୍ରିୟ ରହନ୍ତି। ଅନେକ ସମୟରେ ସୋଶାଲ ମିଡିଆରେ ସେ ତାଙ୍କ ନିଜ ଫଟୋ ଓ ଭିଡିଓ ପୋଷ୍ଟ୍ କରି ଚର୍ଚ୍ଚାରେ ମଧ୍ୟ ରହନ୍ତି। ସେ କିଛି ଫଟୋ କିମ୍ୱା ଭିଡିଓ ପୋଷ୍ଟ କରିବା ମାତ୍ରେ ହିଁ ତାହା ଭାଇରାଲ୍‌ ହୋଇଥାଏ। ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ବନାରସୀ ଶାଢ଼ି ପିନ୍ଧି ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କର ଏହି ଲୁକ୍‌ ସୋଶାଲ ମିଡିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

https://www.instagram.com/p/B6N0cVlnBkw/?utm_source=ig_web_copy_link

ଫଟୋଟିକୁ ଶେଆର୍‌ କରି ନୁସ୍‌ରତ୍‌ ଲେଖିଛନ୍ତି, ‘ସୌନ୍ଦର୍ଯ୍ୟ ମୁଖରେ ନୁହେଁ, ମନରେ ହିଁ ରହିଥାଏ।’ ତାଙ୍କର ଏହି କଥାକୁ ସୋଶାଲ୍ ମିଡିଆ ୟୁଜର ବେଶ୍ ପସନ୍ଦ କରିଛନ୍ତି।

କେବଳ ଏହି ଫଟୋ ନୁହେଁ, ନିକଟ ଅତୀତରେ ସେ ସ୍ୱାମୀ ନିଖିଲ୍‌ ଜୈନଙ୍କ ସହିତ ଶେଆର୍‌ କରିଥିବା ଏକ ଫଟୋକୁ ମଧ୍ୟ ଲୋକେ ବେଶ୍‌ ପସନ୍ଦ କରିଥିଲେ। ଫଟୋରେ ନୁସ୍‌ରତ୍‌ ଏକ ଲେହେଙ୍ଗା ପିନ୍ଧିଥିଲେ। ଏଥିରେ ତାଙ୍କ ସ୍ୱାମୀଙ୍କୁ ଟ୍ରାଡିସ୍‌ନାଲ୍‌ ଆଉଟ୍‌ଫିଟ୍‌ରେ ଦେଖିବାକୁ ମିଳିଥିଲା।

Advertisment

https://www.instagram.com/p/B6PjJXHnTWa/?utm_source=ig_web_copy_link

ସୂଚନାଯୋଗ୍ୟ, ନୁସ୍‌ରତ୍‌ ୨୦୧୯ ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ। ସେ ପଶ୍ଚିମବଙ୍ଗର ବଶୀରହାଟ୍‌ ସିଟ୍‌ରୁ ନିର୍ବାଚନ ଲଢ଼ି ୩ ଲକ୍ଷ ୫ ହଜାର ଭୋଟ୍‌ରେ ଜିତି ସାଂସଦ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe