Advertisment

ନୁସରତ୍‌ ଜାହାନ୍‌ 'ମୋଷ୍ଟ ଡିଜାୟରେବଲ୍‌ ୱମନ୍'

ମୁମ୍ବାଇ: ବେଙ୍ଗଲୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ୍ ଜାହାନ୍ ସବୁବେଳେ କିଛି ନା କିଛି ବିଷୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ନିଜ ଷ୍ଟାଇଲ୍‌କୁ ନେଇ ତ କେତେବେଳେ ରଜନୈତିକ ଜୀବନ ଓ ବ୍ୟକ୍ତିଗତ ଜୀବନକୁ ନେଇ। ତେବେ ପୁଣିଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ ଭିନ୍ନ ଏକ ସଫଳତାର ସହ। ୨୦୧୯ର ‘ମୋଷ୍ଟ ଡିଜାୟରେବଲ୍‌ ୱମନ୍’ର ଟାଇଟଲ୍‌ ଜିତିଛନ୍ତି ନୁସରତ୍‌। https://www.instagram.com/p/B8-rylLH1Lw/?utm_source=ig_web_copy_link ନୁସରତ୍‌ଙ୍କୁ କୋଲକାତା ଟାଇମ୍ସ ‘ମୋଷ୍ଟ ଡିଜାୟରେବଲ୍‌ ୱମନ୍ ଅଫ୍‌ ୨୦୧୯’ର […]

ଅଦ୍ୟତନ ହୋଇଛି
ନୁସରତ୍‌ ଜାହାନ୍‌ 'ମୋଷ୍ଟ ଡିଜାୟରେବଲ୍‌ ୱମନ୍'

nusrat

Advertisment

ମୁମ୍ବାଇ: ବେଙ୍ଗଲୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ୍ ଜାହାନ୍ ସବୁବେଳେ କିଛି ନା କିଛି ବିଷୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ନିଜ ଷ୍ଟାଇଲ୍‌କୁ ନେଇ ତ କେତେବେଳେ ରଜନୈତିକ ଜୀବନ ଓ ବ୍ୟକ୍ତିଗତ ଜୀବନକୁ ନେଇ। ତେବେ ପୁଣିଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ ଭିନ୍ନ ଏକ ସଫଳତାର ସହ। ୨୦୧୯ର ‘ମୋଷ୍ଟ ଡିଜାୟରେବଲ୍‌ ୱମନ୍’ର ଟାଇଟଲ୍‌ ଜିତିଛନ୍ତି ନୁସରତ୍‌।

Advertisment

https://www.instagram.com/p/B8-rylLH1Lw/?utm_source=ig_web_copy_link

ନୁସରତ୍‌ଙ୍କୁ କୋଲକାତା ଟାଇମ୍ସ ‘ମୋଷ୍ଟ ଡିଜାୟରେବଲ୍‌ ୱମନ୍ ଅଫ୍‌ ୨୦୧୯’ର ଟାଇଟଲ୍‌ ଦେଇଛି। ଏହି ଟାଇଟଲ୍‌ ପାଇଁ ସେ ବେଶ୍ ଖୁସି ଅଛନ୍ତି। ସେ କହିଛନ୍ତି ଯେ ଏହା ଦେଖି ଖୁସି ଲାଗୁଛି ଯେ ଲୋକଙ୍କ ମାନସିକତା ବଦଳୁଛି। ଓ ସେମାନେ ଗ୍ରହଣ କରୁଛନ୍ତି ଯେ ଜଣେ ବିବାହିତ ମହିଳା ମଧ୍ୟ ନମ୍ବର ୱାନ୍‌ରେ ରହିପାରେ। ବିବାହ ହୋଇଗଲେ ଜଣେ ମହିଳା କମ୍‌ ଡିଜାୟରେବଲ୍ ହୋଇଯାଏ ନାହିଁ। ସେ ଆହୁରି କହିଛନ୍ତି ଯେ ବଲିଉଡ୍‌ରେ ଅଭିନେତ୍ରୀମାନେ ବିବାହିତ ହୋଇଗଲେ ବି ଡିଜାୟରେବଲ୍‌ ରୁହନ୍ତି। ତେବେ ଖୁସି ଲାଗୁଛି ଯେ ବେଙ୍ଗଲୀ ଇଣ୍ଡଷ୍ଟ୍ରିରେ ମଧ୍ୟ ଲୋକମାନେ ଏଭଳି ଚିନ୍ତାଧାରା ରଖୁଛନ୍ତି। ଏଥିସହ ସେ ତାଙ୍କୁ ଭୋଟ୍ କରିଥିବା ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ୍ ଦେଇଛନ୍ତି।

https://www.instagram.com/p/BkmdY1mAatU/?utm_source=ig_web_copy_link

ନୁସରତ୍‌ ପ୍ରାୟ ୨ ବର୍ଷ ପରେ ଫିଲ୍ମ ‘ଅସୁର୍’ ଜରିଆରେ ପୁଣିଥରେ ପରଦାକୁ ଫେରୁଛନ୍ତି। ଏହା ତାଙ୍କର ବାହାଘର ପରେ ପ୍ରଥମ ଫିଲ୍ମ ହେବ। ଗତବର୍ଷ ଜୁନ୍‌ ୧୯ ତାରିଖରେ ପଶ୍ଚିମବଙ୍ଗର ବ୍ୟବସାୟୀ ନିଖିଳ ଜୈନଙ୍କୁ ସେ ବାହା ହୋଇଥିଲେ। ତାଙ୍କ ବାହାଘର ତୁର୍କୀରେ ହୋଇଥିଲା। ନୁସରତ୍ କହିଛନ୍ତି ଯେ ବର୍ତ୍ତମାନ ସେ ବର୍ଷକୁ କେବଳ ୨ଟି ଫିଲ୍ମ କରିବେ। କାରଣ ସାଂସଦ ଭାବେ ମଧ୍ୟ ତାଙ୍କୁ ବହୁତ କିଛି କରିବାକୁ ପଡ଼ୁଛି।

Advertisment

https://www.instagram.com/p/B8dbrL4nu59/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe