ବାହାହେବେ ଅର୍ଦ୍ଧେନ୍ଦୁ, ଭାବି ପତ୍ନୀଙ୍କ ବିଷୟରେ କହିଲେ ଏମିତି କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହାହେବେ ଓଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ଅର୍ଦ୍ଧେନ୍ଦୁ। ପୂର୍ବରୁ ‘ବ୍ଲାକ୍‌ମେଲ୍‌’, ‘ଟପୋରୀ’ ଫିଲ୍ମରେ ତାଙ୍କୁ ଦର୍ଶକେ ଲିଡ୍‌ ରୋଲ୍‌ରେ ଦେଖିସାରିଛନ୍ତି। ନିକଟରେ ରିଲିଜ୍‌ ହୋଇଛି ତାଙ୍କ ଅଭିନୀତ ଫିଲ୍ମ ‘ମୁଁ ପରଦେଶୀ ଚଢେଇ’। ଯେଉଁଥିରେ ତାଙ୍କୁ ଓଲିଉଡ୍‌ର ଡାନ୍ସିଂ କୁଇନ୍‌ ଅନୁଭାଙ୍କ ସହ ଦେଖିବାକୁ ମିଳିଛି। ଏବେ ଖୁବ୍‌ କମ୍‌ ଦିନ ହେବ ଓଲିଉଡ୍‌ରେ ପାଦ ଦେଇଥିବା ଅର୍ଦ୍ଧେନ୍ଦୁଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବେଶ୍‌ ବଢ଼ିଯାଇଛି। ତେବେ ଇତିମଧ୍ୟରେ ଅର୍ଦ୍ଧେନ୍ଦୁଙ୍କ ଫିମେଲ୍‌ ଫ୍ୟାନ୍ସଙ୍କ ପାଇଁ ଗୋଟେ ଖରାପ […]

ardhendu

ardhendu

Biswobandita Swain
  • Published: Sunday, 12 January 2020
  • Updated: 12 January 2020, 04:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହାହେବେ ଓଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ଅର୍ଦ୍ଧେନ୍ଦୁ। ପୂର୍ବରୁ 'ବ୍ଲାକ୍‌ମେଲ୍‌', 'ଟପୋରୀ' ଫିଲ୍ମରେ ତାଙ୍କୁ ଦର୍ଶକେ ଲିଡ୍‌ ରୋଲ୍‌ରେ ଦେଖିସାରିଛନ୍ତି। ନିକଟରେ ରିଲିଜ୍‌ ହୋଇଛି ତାଙ୍କ ଅଭିନୀତ ଫିଲ୍ମ ‘ମୁଁ ପରଦେଶୀ ଚଢେଇ’। ଯେଉଁଥିରେ ତାଙ୍କୁ ଓଲିଉଡ୍‌ର ଡାନ୍ସିଂ କୁଇନ୍‌ ଅନୁଭାଙ୍କ ସହ ଦେଖିବାକୁ ମିଳିଛି। ଏବେ ଖୁବ୍‌ କମ୍‌ ଦିନ ହେବ ଓଲିଉଡ୍‌ରେ ପାଦ ଦେଇଥିବା ଅର୍ଦ୍ଧେନ୍ଦୁଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବେଶ୍‌ ବଢ଼ିଯାଇଛି। ତେବେ ଇତିମଧ୍ୟରେ ଅର୍ଦ୍ଧେନ୍ଦୁଙ୍କ ଫିମେଲ୍‌ ଫ୍ୟାନ୍ସଙ୍କ ପାଇଁ ଗୋଟେ ଖରାପ ଖବର ଆସିଛି। କାରଣ ଖୁବ୍‌ ଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ଅର୍ଦ୍ଧେନ୍ଦୁ।

ନିଜେ ଅର୍ଦ୍ଧେନ୍ଦୁ କହିଛନ୍ତି, ପ୍ରେମ ବିବାହ କରିବାକୁ ଯାଉଛନ୍ତି। ଆଉ ତାଙ୍କ ଭାବି ସ୍ତ୍ରୀ ଜଣେ ଡାକ୍ତର। ସେ ଜଣେ ପେଡିଆଟ୍ରିସିଆନ୍‌। ଭାବି ସ୍ତ୍ରୀଙ୍କ ଭଲ ଗୁଣ କହିବାକୁ ଯାଇ ଅର୍ଦ୍ଧେନ୍ଦୁ କହିଛନ୍ତି, “ସେ ସବୁବେଳେ ହସୁଥାନ୍ତି। ପରୋପକାରୀ ଝିଅଟିଏ। ଅନ୍ୟର ଦୁଃଖ ଦେଖିଲେ ସେ ସହିପାରନ୍ତିନି। ଆଉ ସେ ବହୁତ ଏନର୍ଜେଟିକ୍‌। କାମ ପ୍ରତି ତାଙ୍କର ଆଗ୍ରହ ବହୁତ ଏବଂ ସମସ୍ତଙ୍କ ମନ ଜିଣି ସେ କାମ କରିବାକୁ ପସନ୍ଦ କରନ୍ତି। ମୋଟ ଉପରେ କହିବାକୁ ଗଲେ ଗୋଟେ ପାରିବାରିକ ଝିଅ। ପରିବାରକୁ ସମ୍ଭାଳି ରଖିପାରିବ ବୋଲି ମୋର ବିଶ୍ୱାସ।”

ତେବେ ବିବାହର ତାରିଖ ଏପର୍ଯ୍ୟନ୍ତ ଠିକ୍‌ କରାଯାଇନାହିଁ। କିନ୍ତୁ ଖୁବ୍‌ ଶୀଘ୍ର ବିବାହର ନିଷ୍ପତ୍ତି ଘର ଲୋକ ନେବାକୁ ଯାଉଛନ୍ତି ବୋଲି ଅର୍ଦ୍ଧେନ୍ଦୁ କହିଛନ୍ତି।

ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ଟ୍ରାଭେଲ୍‌ ୱିଥ୍‌ ଷ୍ଟାର୍‌’ରେ ଯୋଗଦେଇ ବିବାହ ବିଷୟରେ ଜଣାଇଥିଲେ ଅର୍ଦ୍ଧେନ୍ଦୁ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos