satyanjeet-purohit
କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଅବେଳରେ ଝଡ଼ି ପଡ଼ିଲେ ‘ଭୋଳା ପାଗଳ’ର ନାୟକ ସତ୍ୟଜିତ ପୁରୋହିତ। ଆଜି ତାଙ୍କର ମୃତ୍ୟୁ ଘଟିଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସତ୍ୟଜିତ ପୁରୋହିତଙ୍କ ଜନ୍ମ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଆଶ୍ରମପଡ଼ା ଗାଁରେ। ଆଜି ସକାଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନଘଟିବାରୁ ବଲାଙ୍ଗିର ହସ୍ପିଟାଲକୁ ନିଆଯାଉଥିଲା। ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୩୪ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।
ସତ୍ୟଜିତ ପୁରୋହିତ ଅନେକ ଆଲବମ୍ ଓ ଧାରା ବାହିକରେ ଅଭିନୟ କରିଛନ୍ତି। ତାଙ୍କ ଅଭିନିତ ସମ୍ବଲପୁରୀ ଆଲବମ୍ ‘ଭୋଳା ପାଗଳ’ ହିଟ୍ ହୋଇଥିଲା। ଏହି ଆଲବମ୍ ପାଇଁ ସେ ଘରେ ଘରେ ପରିଚିତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/satyanjeet-purohit.jpg)