Advertisment

ଏଇ ମାସରେ ରିଲିଜ୍‌ ହେବାକୁ ଯାଉଛି 'ନିର୍ଣ୍ଣୟ'

ଆମ ସମାଜର ମହିଳା ଓ ବୃଦ୍ଧମାନେ କିପରି ଏହି ସ୍ୱଳ୍ପ ଜୀବନରେ ନିଜର ଅନେକ ଇଚ୍ଛା ଆଉ ସ୍ୱପ୍ନକୁ ପୂରା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ "ନିର୍ଣ୍ଣୟ" ନେଉଛନ୍ତି ତାହା ଚଳଚ୍ଚିତ୍ର ମାଧ୍ୟାମରେ ଦର୍ଶକମାନେ ଦେଖିବାକୁ ପାଇବେ।

Film

Film

Advertisment

ଶ୍ରଦ୍ଧା ସବୁରୀ ପ୍ରଡକ୍ସନ ନିବେଦିତ ଓଡ଼ିଆ ଚଳଚିତ୍ର "ନିର୍ଣ୍ଣୟ" ଚଳିତ ମାସରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ଏହାର ପ୍ରଯୋଜନା ଟିକି ପଟ୍ଟନାୟକ କରୁଥିବେ ବେଳେ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଯୁବ ନିର୍ଦ୍ଦେଶକ ରାଜେନ୍ଦ୍ର ମହନ୍ତ ଅଛନ୍ତି। ଫିଲ୍ମର କାହାଣୀ ଲେଖିଛନ୍ତି ଶୁଭଶ୍ରୀ ସୁଭାସ୍ମିତା ମିଶ୍ର। ପ୍ରେମ,ସମ୍ପର୍କ, କର୍ତ୍ତବ୍ୟ, ଇଚ୍ଛା ଓ ଆଶା ଉପରେ ତିଆରି ହୋଇଛି ସିନେମା ନିର୍ଣ୍ଣୟ। 

Advertisment

ଆମ ସମାଜର ମହିଳା ଓ ବୃଦ୍ଧମାନେ କିପରି ଏହି ସ୍ୱଳ୍ପ ଜୀବନରେ ନିଜର ଅନେକ ଇଚ୍ଛା ଆଉ ସ୍ୱପ୍ନକୁ ପୂରା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ "ନିର୍ଣ୍ଣୟ" ନେଉଛନ୍ତି ତାହା ଚଳଚ୍ଚିତ୍ର ମାଧ୍ୟାମରେ ଦର୍ଶକମାନେ ଦେଖିବାକୁ ପାଇବେ।

ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ସୂର୍ଯ୍ୟମୟୀ ମହାପାତ୍ର, ଶ୍ରଦ୍ଧା ପାଣିଗ୍ରାହୀ, ନୈନା ଦାଶ, ଚୌଧୁରୀ ଜୟପ୍ରକାଶ ଦାଶ, ସୁକାନ୍ତ ରଥ, ସ୍ୱସ୍ତିକ ଚୌଧରୀ, ପ୍ରୀତିରାଜ ଶତପଥୀ, ଅଭିଜିତ ଦାଶ, ବିଜୟିନୀ ମିଶ୍ର, ଭସ୍ୱତୀ ବାସୁ, ପ୍ରିୟା ବିଶୋଇ, ପୂର୍ଣ୍ଣିମା ବରାଳ, ମୁସ୍କାନ,ଜଗବନ୍ଧୁ ପଣ୍ଡା ଏବଂ ଶିଶୁ କଳାକାର ଭାବେ ସାଇବୀର ପଣ୍ଡା ଅଭିନୟ କରିଛନ୍ତି। ନୈନା ଦାଶ ଦୀର୍ଘ ଦିନ ପରେ ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି। 

Advertisment

ଫିଲ୍ମର ସଂଳାପ ସୁମିତ ପଣ୍ଡା ରଚନା କରିଥିବା ବେଳେ କ୍ୟାମେରାରେ ଦୀପକ କୁମାର ରହିଛନ୍ତି। ସେହିପରି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୋମେଶ ଶତପଥୀ, ଗୌରବ ଆନନ୍ଦ।

ଗୀତଗୁଡିକ ଲେଖିଛନ୍ତି ସ୍ଥିତ ପଟ୍ଟନାୟକ ଓ ସୁମିତ ପଣ୍ଡା।  କଣ୍ଠଦାନ କରିଛନ୍ତି ସଞ୍ଚିତା ଶୁଭଦର୍ଶିନୀ, ଅନୁରାଧା ପାଣିଗ୍ରାହୀ, ଗୌରବ ଆନନ୍ଦ ଓ ଆଶିଷ ପ୍ରଧାନ। ଚଳଚ୍ଚିତ୍ରଟି ନିହାତି ରୂପେ ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି। 

Entertainment Ollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe