Advertisment

ଅଭିନୟ ପ୍ରେମରେ ଡାକ୍ତର ପ୍ରୀତ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ବୈଶାଳୀ’। ଜୁଲାଇ ୧୯ ତାରିଖରେ ଏହା ରିଲିଜ୍‌ ହେବ। ଏହି ଫିଲ୍ମ ଜରିଆରେ ଉଭୟ ନାୟକ ଓ ନାୟିକା ଓଲିଉଡ୍‌ରେ ଡେବ୍ୟୁ କରିବେ। ଫିଲ୍ମର ନାୟକଙ୍କ ନାଁ ପ୍ରୀତ୍ ଜୈନ୍‌ ଓ ନାୟିକାଙ୍କ ନାଁ ସୁମନ ପ୍ରିୟା। ତେବେ ଜାଣିଛନ୍ତି, ପ୍ରୀତ୍‌ ଜୈନ ହେଉଛନ୍ତି ଜଣେ ଡାକ୍ତର। ଡାକ୍ତରୀ ପେସା ପାଇଁ ଦିଲ୍ଲୀରେ ରହୁଥିବା ଭବାନୀପାଟଣାର ପ୍ରୀତ୍‌ଙ୍କ ନିଶା ହେଉଛି ଅଭିନୟ। ଅଭିନୟ ପ୍ରତି ତାଙ୍କର ପିଲା […]

ଅଭିନୟ ପ୍ରେମରେ ଡାକ୍ତର ପ୍ରୀତ୍‌

preet-final

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ବୈଶାଳୀ’। ଜୁଲାଇ ୧୯ ତାରିଖରେ ଏହା ରିଲିଜ୍‌ ହେବ। ଏହି ଫିଲ୍ମ ଜରିଆରେ ଉଭୟ ନାୟକ ଓ ନାୟିକା ଓଲିଉଡ୍‌ରେ ଡେବ୍ୟୁ କରିବେ। ଫିଲ୍ମର ନାୟକଙ୍କ ନାଁ ପ୍ରୀତ୍ ଜୈନ୍‌ ଓ ନାୟିକାଙ୍କ ନାଁ ସୁମନ ପ୍ରିୟା।

Advertisment

ତେବେ ଜାଣିଛନ୍ତି, ପ୍ରୀତ୍‌ ଜୈନ ହେଉଛନ୍ତି ଜଣେ ଡାକ୍ତର। ଡାକ୍ତରୀ ପେସା ପାଇଁ ଦିଲ୍ଲୀରେ ରହୁଥିବା ଭବାନୀପାଟଣାର ପ୍ରୀତ୍‌ଙ୍କ ନିଶା ହେଉଛି ଅଭିନୟ।

ଅଭିନୟ ପ୍ରତି ତାଙ୍କର ପିଲା ଦିନରୁ ରୁଚି ଥିଲା। ସ୍କୁଲରେ ପଢ଼ୁଥିବା ସମୟରେ ସେ କିଛି ଟେଲି ଫିଲ୍ମରେ କାମ କରିଥିଲେ, ଯେଉଁ ଗୁଡ଼ିକ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। ଏବେ ଫିଲ୍ମରେ କାମ କରିବାକୁ ସୁଯୋଗ ମିଳିଥିବାରୁ ସେ ବେଶ୍ ଖୁସି ଅଛନ୍ତି। ତାଙ୍କ ଭିତରେ ଥିବା ଏହି କଳାକୁ ସେ ଘସିମାଜି ଦର୍ଶକଙ୍କ ମନୋରଞ୍ଜନ କରାଇବେ ବୋଲି ଓଟିଭିର ‘ଗପସପ’ କାର୍ଯ୍ୟକ୍ରମରେ କହିଛନ୍ତି।

Advertisment

publive-image

ସେହିପରି ସୁମନ ପ୍ରିୟା ସମ୍ୱଲପୁରୀ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ। କିନ୍ତୁ ‘ବୈଶାଳୀ’ ହେଉଛି ତାଙ୍କର ପ୍ରଥମ ଓଡ଼ିଆ ଫିଲ୍ମ। ଏଥିରେ ସେ ଡବଲ୍ ରୋଲ୍‌ରେ ଅଭିନୟ କରୁଛନ୍ତି।

‘ବୈଶାଳୀ’ ପ୍ରଡକ୍ସନ୍ସର ଏହି ଫିଲ୍ମର ନିର୍ଦ୍ଦେଶନା ଆଶୁତୋଷ ଦାସ ଦେଇଥିବା ବେଳେ ଏଥିରେ ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ଅଭିଷେକ ରଥ, ପ୍ରତିଭା ପଣ୍ତା, ପୃଥ୍ୱୀରାଜ, ପ୍ରଜ୍ଞା ଖଟୁଆ ଓ ସୂର୍ଯ୍ୟ ଆଚାର୍ଯ୍ୟ ପ୍ରମୁଖ ଅଭିନୟ କରିଛନ୍ତି।

publive-image

ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର୍‌। ସେହିପରି ଏହି ଫିଲ୍ମର ଗୀତଗୁଡ଼ିକୁ ବଲିଉଡ୍‌ ସିଙ୍ଗର୍‌ ଉଦିତ୍‌ ନାରାୟଣ ଓ ପାମେଲା ଜୈନ୍‌ ଗାଇଛନ୍ତି। ଭାରତ-ଚୀନ୍ ସୀମାରେ ଫିଲ୍ମର ଅନେକ ସିନ୍‌କୁ ସୁଟିଂ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe