ନବୀନ ନିବାସରେ ଅଭିନେତା ଓ ଅଭିନେତ୍ରୀଙ୍କ ମେଳି; କୁଆଡ଼େ ଗଲେ ବରିଷ୍ଠ?

ନବୀନ ନିବାସ ସମ୍ମୁଖ ଚିତ୍ର। ନେତା କର୍ମୀଙ୍କ ବଦଳରେ ଓଡ଼ିଶା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀର ଅତି ଲୋକପ୍ରିୟ ଅଭିନେତା, ଅଭିନେତ୍ରୀ, କଣ୍ଠଶିଳ୍ପୀଙ୍କୁ ଦେଖିବାକୁ ମିଳିଥିଲା। ସମସ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ନବୀନ ନିବାସ ଭିତରକୁ ଯାଇଥିଲେ।

Film

ଓଡ଼ିଆ ଫିଲ୍ମ ଅଭିନେତା ଓ ଅଭିନେତ୍ରୀ(ଫାଇଲ ଫଟୋ)

Manoranjan Sial
  • Published: Friday, 12 April 2024
  • Updated: 12 April 2024, 05:43 PM IST

ନବୀନ ନିବାସରେ ଓଡ଼ିଆ ଫିଲ୍ମ ଅଭିନେତା ଓ ଅଭିନେତ୍ରୀଙ୍କ ମେଳି। ହେଲେ ଦେଖିବାକୁ ମିଳିନଥିଲା ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା, ଅଭିନେତ୍ରୀ ଓ ସୁପରଷ୍ଟାରଙ୍କୁ। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ହଠାତ୍‌ କ’ଣ ପାଇଁ ଅଭିନେତା ଓ ଅଭିନେତ୍ରୀଙ୍କୁ ଡାକିଲା ନବୀନ ନିବାସ? ଏହାକୁ ନେଇ ନାନା ଚର୍ଚ୍ଚା ହେଉଛି। ନିର୍ବାଚନ ପ୍ରଚାରରେ ବିଜେଡି ଏମାନଙ୍କୁ ନିୟୋଜିତ କରିବା ପାଇଁ ଯୋଜନା କରୁଥିବା ଆଲୋଚନା ହେଉଛି।

ସାଧାରଣତଃ ନିର୍ବାଚନ ଋତୁରେ ନବୀନ ନିବାସରେ ନେତାଙ୍କ ଭିଡି ଲାଗିଥାଏ। ହେଲେ ଆଜି ମଧ୍ୟାହ୍ନରେ ହଠାତ୍‌ ବଦଳି ଯାଇଥିଲା ନବୀନ ନିବାସ ସମ୍ମୁଖ ଚିତ୍ର। ନେତା କର୍ମୀଙ୍କ ବଦଳରେ ଓଡ଼ିଶା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀର ଅତି ଲୋକପ୍ରିୟ ଅଭିନେତା, ଅଭିନେତ୍ରୀ ଓ କଣ୍ଠଶିଳ୍ପୀଙ୍କୁ ଦେଖିବାକୁ ମିଳିଥିଲା। ସମସ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ନବୀନ ନିବାସ ଭିତରକୁ ଯାଇଥିଲେ। ନବୀନ ନିବାସ ଭିତରକୁ ଯାଇଥିବା କଳାକାରଙ୍କ ମଧ୍ୟରେ ଥିଲେ ପପୁ ପମ୍‌ପମ୍‌, ବାବୁଶାନ୍‌, ଅମ୍ଳାନ୍‌ ଦାସ, ଶୈଳେନ୍ଦ୍ର, ଅଶ୍ୱିନୀ ତ୍ରିପାଠୀ, ପ୍ରଜ୍ଞା, ଭୂମିକା, ସୁପ୍ରିୟା, ପ୍ରେରଣା, ତାରିକ ଅଜିଜ ପ୍ରମୁଖ ରହିଛନ୍ତି। ସମସ୍ତେ ଦୀର୍ଘ ସମୟ ଧରି ନବୀନ ନିବାସରେ ହୋଇଥିବା ବୈଠକରେ ଯୋଗ ଦେଇଥିଲେ। କୁହାଯାଉଛି, ଅଭିନେତା ଓ ଅଭିନେତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତା ଭି.କେ ପାଣ୍ଡିଆନ ଆଲୋଚନା କରିଥିଲେ।

Also Read

ନବୀନ ନିବାସରେ ବୈଠକ ପରେ ଅଭିନେତା ଓ ଅଭିନେତ୍ରୀ ବାହାରକୁ ଆସିଥିଲେ। ହେଲେ କୌଣସି ଅଭିନେତା ଓ ଅଭିନେତ୍ରୀ ମିଡ଼ିଆ ସମ୍ମୁଖରେ ବେଶୀ କିଛି କହି ନଥିଲେ। ସମସ୍ତେ ମାପିଚୁପି କହିଥିଲେ। ପପୁ ପମ୍‌ପମ୍‌ କହିଥିଲେ, ପ୍ରଚାର ପ୍ରସାର ପାଇଁ ଡାକିନଥିଲେ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବାବଦରେ ଆଲୋଚନା ପାଇଁ ଆସିଥିଲୁ।

ଅଭିନେତ୍ରୀ ସୁପ୍ରିୟା କହିଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ୍‌ ସାର୍‌ ଡାକିଥିଲେ। ୨୦୨୪ରୁ ୨୦୩୪ ବର୍ଷ ଭିତରେ ଓଡ଼ିଶାରେ କ’ଣ ବିକାଶ ହୋଇପାରିବ, ତାହା ଉପରେ ଆଲୋଚନା ହୋଇଥିଲା।

ଅଭିନେତା ତଥା ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ କହିଛନ୍ତି, ନବୀନ ପଟ୍ଟନାୟକ ସାର ଆମ ପାଇଁ ଅନେକ କିଛି କରିଛନ୍ତି। ପୂର୍ବରୁ ଯାହା ସବୁ ହୋଇଛି, ତାହାର ପ୍ରେଜେଣ୍ଟେସନ୍‌ ହୋଇଥିଲା। ଯାହାକୁ ଆମେ ସମସ୍ତେ ଦେଖିଲୁ। ପ୍ରକୃତରେ ଓଡ଼ିଶାର ସ୍ଥିତି ଯାହା ଥିଲା, ପରିବର୍ତ୍ତନ ପରେ ଯାହା ହୋଇଛି, ସେ ବାବଦରେ ଆଲୋଚନା ହୋଇଛି। ଇଣ୍ଡଷ୍ଟ୍ରୀର ପ୍ରତ୍ୟେକ କ୍ଷେତ୍ରରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟକୁ ଦେଖିବାକୁ ମିଳିଲା। ଏହାଛଡ଼ା ଆଗକୁ ଆଉ କ’ଣ ବିକାଶ ହୋଇପାରିବ, ତାହା ଉପରେ ଅଲୋଚନା ହେଲା। ନିର୍ବାଚନ ପରେ ବାକି ଥିବା ବିକାଶ ମୂଳକ କାର୍ଯ୍ୟକୁ ଆଗକୁ ନିଆଯିବ ବୋଲି କୁହାଯାଇଥିବା ଅଶ୍ୱିନୀ କହିଛନ୍ତି।

ଦୀର୍ଘ ୨୪ ବର୍ଷ ଶାସନ କାଳ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀ ବିବାଦରେ ଆଲୋଚନା ପାଇଁ କେବେ ହେଲେ କୌଣସି କଳାକାରଙ୍କୁ ନବୀନ ନିବାସ ଡାକି ନାହାନ୍ତି? ହେଲେ ଆଜି ହଠାତ୍‌ କାହିଁକି ଡାକିଲେ? ସବୁଠାରୁ ମଜାଦାର କଥା ହେଉଛି, ଯେଉଁ ବରିଷ୍ଠ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକଙ୍କ କାନ୍ଧରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରହିଛି ଓ ଯେଉଁମାନେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଅଡୁଆ ସୂତାକୁ ସଜାଡ଼ିବା ପାଇଁ ବହୁବାର ରାଜରାସ୍ତାରେ ବସିଛନ୍ତି, ସେମାନେ ଆଜି ବୈଠକରେ ନଥିଲେ। ସବୁଠାରୁ ଆଶ୍ଚିର୍ଯ୍ୟର କଥା ହେଉଛି, ସବୁବେଳେ ବିଜେଡି ପାଇଁ ପ୍ରଚାର କରୁଥିବା ବର୍ଷା ପ୍ରିୟଦଶିର୍ନୀଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲା।

ନବୀନ ନିବାସ ଯାଇଥିବା ଅଭିନେତା ଓ ଅଭିନେତ୍ରୀଙ୍କ ଅକୁହା କଥା କ’ଣ ହୋଇପାରେ? ଶୁଣିବାକୁ ମିଳୁଛି, ଯେଉଁ ଲୋକପ୍ରିୟ ଅଭିନେତାଙ୍କ ବଳରେ ବିଜେଡି ଲୋକଙ୍କ ପାଖକୁ ଯାଉଥିଲା, ସେମାନେ ଏବେ ବିଜେପିରେ। ଅର୍ଥାତ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଅରିନ୍ଦମ ରୟ ଓ ଆକାଶ ଦାସ ନାୟକ। ପ୍ରତ୍ୟେକ ନିର୍ବାଚନରେ ଏମାନଙ୍କ ଜଲୱା ଦେଖିବାକୁ ମିଳିଥିଲା। ହେଲେ ଚଳିତ ସାଧାରଣ ନିର୍ବାଚନରେ ଏମାନେ ସମସ୍ତେ ବିଜେପିରେ। ଯାହାକୁ ନେଇ ଶାସକ ବିଜେଡି ଛାନିଆ। ତେଣୁ ସେମାନଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ବର୍ତ୍ତମାନର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story