Advertisment

ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ: ବାବୁସାନ୍ ଓ ଝିଲିକ୍ ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ

କଟକ: କଟକରେ ଷଷ୍ଠ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଶ୍ରେଷ୍ଠ ଅଭିନେତା ଭାବେ ବାବୁସାନ୍ ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଝିଲିକଙ୍କୁ ପୁରସ୍କୃତ କରାଯାଇଥିଲା। ତରଙ୍ଗ ସିନେ ପ୍ରଡକ୍ସନ ନିର୍ମିତ ଫିଲ୍ମ ‘ଗପ ହେଲେ ବି ସତ’କୁ ସର୍ବାଧିକ ୭ଟି ବର୍ଗରେ ପୁରସ୍କାର ମିଳିଥିଲା। ସଙ୍ଗୀତ ନିର୍ଦ୍ଦେଶନା ପାଇଁ ପ୍ରେମାନନ୍ଦ, ପ୍ରଚ୍ଛଦପଟ ଗାୟକ ପାଇଁ ହ୍ୟୁମାନ ସାଗର, ଗୀତିକାର ଭାବେ ଅରୁଣ ମନ୍ତ୍ରୀ ଏବଂ ଶ୍ରେଷ୍ଠ ସାଉଣ୍ଡ୍ ରେକର୍ଡିଷ୍ଟ ଭାବେ ରଶ୍ମୀରଞ୍ଜନ […]

ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ: ବାବୁସାନ୍ ଓ ଝିଲିକ୍ ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ

film

Advertisment

କଟକ: କଟକରେ ଷଷ୍ଠ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଶ୍ରେଷ୍ଠ ଅଭିନେତା ଭାବେ ବାବୁସାନ୍ ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଝିଲିକଙ୍କୁ ପୁରସ୍କୃତ କରାଯାଇଥିଲା। ତରଙ୍ଗ ସିନେ ପ୍ରଡକ୍ସନ ନିର୍ମିତ ଫିଲ୍ମ ‘ଗପ ହେଲେ ବି ସତ’କୁ ସର୍ବାଧିକ ୭ଟି ବର୍ଗରେ ପୁରସ୍କାର ମିଳିଥିଲା। ସଙ୍ଗୀତ ନିର୍ଦ୍ଦେଶନା ପାଇଁ ପ୍ରେମାନନ୍ଦ, ପ୍ରଚ୍ଛଦପଟ ଗାୟକ ପାଇଁ ହ୍ୟୁମାନ ସାଗର, ଗୀତିକାର ଭାବେ ଅରୁଣ ମନ୍ତ୍ରୀ ଏବଂ ଶ୍ରେଷ୍ଠ ସାଉଣ୍ଡ୍ ରେକର୍ଡିଷ୍ଟ ଭାବେ ରଶ୍ମୀରଞ୍ଜନ ଦାସଙ୍କୁ ପୁରସ୍କୃତ କରାଯାଇଥିଲା।

Advertisment

ସହିପରି ସବ୍ୟସାଚୀଙ୍କୁ  ଲୋକଙ୍କ ପସନ୍ଦର ଶ୍ରେଷ୍ଠ ଅଭିନେତା, ଅପରାଜିତାଙ୍କୁ ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ଓ ମିହିର ଦାସଙ୍କୁ ଶ୍ରେଷ୍ଠ ଚରିତ୍ର ଅଭିନେତା ଭାବେ ପୁରସ୍କୃତ କରାଯାଇଥିଲା। ଭେଟେରାନ୍ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଲିଉଡ୍ ହାସ୍ୟ ଅଭିନେତା ରାଜପାଲ୍ ଯାଦବ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe