Advertisment

ଆମାଜୋନ୍‌ ପ୍ରାଇମ୍‌ରେ ଓଡ଼ିଆ ଫିଲ୍ମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମାଜୋନ ପ୍ରାଇମ୍‌ରେ ଓଡ଼ିଆ ଫିଚର ଫିଲ୍ମ। ପ୍ରଥମ ଓଡ଼ିଆ ଫିଚର ଫିଲ୍ମ ଭାବେ ‘କ୍ୟାପିଟାଲ୍ ଆଇ’ ଆମାଜୋନ ପ୍ରାଇମ୍‌ରେ ସ୍ଥାନ ପାଇଛି। ୮୫ ମିନିଟ୍ ଅବଧିର ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ । ସ୍ୱସ୍ତିକ ଆର୍ଟହାଉସ୍ ଏବଂ ସୁଶାନ୍ତ ମିଶ୍ର ନିବେଦିତ ଏବଂ ସ୍ୱସ୍ତିକ ଚୌଧୁରୀ ପ୍ରଯୋଜିତ ଏହି ସିନେମା ପାଇଁ ଏହା ଏକ ବଡ ସଫଳତା ପାଲଟିଯାଇଛି। ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ କହିବା ଅନୁଯାୟୀ, ସମାଜ […]

author-image
Biswobandita Swain
ଆମାଜୋନ୍‌ ପ୍ରାଇମ୍‌ରେ ଓଡ଼ିଆ ଫିଲ୍ମ

amazon-prime

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମାଜୋନ ପ୍ରାଇମ୍‌ରେ ଓଡ଼ିଆ ଫିଚର ଫିଲ୍ମ। ପ୍ରଥମ ଓଡ଼ିଆ ଫିଚର ଫିଲ୍ମ ଭାବେ ‘କ୍ୟାପିଟାଲ୍ ଆଇ’ ଆମାଜୋନ ପ୍ରାଇମ୍‌ରେ ସ୍ଥାନ ପାଇଛି। ୮୫ ମିନିଟ୍ ଅବଧିର ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ।

Advertisment

ସ୍ୱସ୍ତିକ ଆର୍ଟହାଉସ୍ ଏବଂ ସୁଶାନ୍ତ ମିଶ୍ର ନିବେଦିତ ଏବଂ ସ୍ୱସ୍ତିକ ଚୌଧୁରୀ ପ୍ରଯୋଜିତ ଏହି ସିନେମା ପାଇଁ ଏହା ଏକ ବଡ ସଫଳତା ପାଲଟିଯାଇଛି।

publive-imageନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ କହିବା ଅନୁଯାୟୀ, ସମାଜ ବଦଳୁଛି, ସମୟ ଆସିଛି ଏବେ ବିଶ୍ୱ ବଜାରରେ ଆମକୁ ଆମ ଆମର ସ୍ଥାନ ଖୋଜିବାକୁ ହେବ ଏବଂ ନିଜକୁ ସେଠାରେ ପ୍ରତିଷ୍ଠା କରିବାକୁ ହେବ।
ନିଜ କଳ୍ପନାକୁ ଭିନ୍ନ ରୂପ ଦେଇ ଓଡ଼ିଶା ଫିଲ୍ମ ଜଗତକୁ ଆଗେଇ ନେବାକୁ ପଡ଼ିବ।

Advertisment

ଖୁସି ଲାଗୁଛି ଯେ ଆମର ଏହି ଫିଲ୍ମ ଆମାଜୋନ ପ୍ରାଇମ୍‌ରେ ସାମିଲ୍‌ ହୋଇଛି। ଏବେ ଆମେରିକା ଓ ଇଂଲଣ୍ଡରେ ଦର୍ଶକ ଓଡ଼ିଆ ଫିଲ୍ମ ଦେଖିବାକୁ ପାଇବେ। ଆଠୁ ଆଉ ଖୁସିର କଥା କ’ଣ ହୋଇପାରେ।