Malyagiri
ଆକ୍ସନ୍, ରୋମାନ୍ସ ଓ ସସ୍ପେନ୍ସରେ ଭରପୂର ‘ମାଲ୍ୟଗିରି’। ବହୁ ପ୍ରତିକ୍ଷା ପରେ ରିଲିଜ ହୋଇଛି। ଫିଲ୍ମ ହଲ୍ରେ ପରଦାରେ ହଇଚଇ କରୁଛି। ହଲ୍ର ଭିଡକୁ ଦେଖିଲେ ଫିଲ୍ମକୁ ପସନ୍ଦ କରୁଥିବା ଅନୁମାନ କରାଯାଉଛି।
ଓଡ଼ିଶାର ପ୍ରକୃତିର ଓ ଗାଥାକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ମାଲ୍ୟଗିରି’। ଆଜି କଟକ ବୃନ୍ଦାବନ ହଲ୍ ଫିଲ୍ମଟି ରିଲିଜ ହୋଇଛି। ଚଳଚ୍ଚିତ୍ରରେ ନାୟକ ଭାବରେ ଓଲିଉଡ୍ ସୁପର ଷ୍ଟାର ବାବୁଶାନ ମହାନ୍ତି ଓ ଅମ୍ଳାନ ଦାସଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଛି। ସେହିଭଳି ନାୟିକା ଭାବେ ଶିବାନୀ ସଙ୍ଗୀତା, ସୂର୍ୟାମୟୀ ଓ ଏଲିନା ସାମନ୍ତରାୟଙ୍କୁ ଦେଖିବାକୁ ମିଳିଛି।
ପାହାଡ଼ ପର୍ବତ ଓ ଆଦିବାସୀ ଚଳଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରରେ ଭିନ୍ନ ଭୂମିକାରେ ନଜର ଆସିଛନ୍ତି ବାବୁଶାନ୍ ଓ ଅମ୍ଳାନ। ଓଡ଼ିଶାର ପାହାଡି ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଭାଷା ଏହି ଫିଲ୍ମରେ ସ୍ଥାନିତ କରାଯାଇଛି। ଆଜି ଫିଲ୍ମର ରିଲିଜ ପରେ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳୁଥିବା କହିଛନ୍ତି ନାୟକ ଓ ନାୟିକା। ସେହିଭଳି ଫିଲ୍ମରେ ଥିବା ଭିନ୍ନ କାହାଣୀ ଓ ଭିନ୍ନ ଚରିତ୍ର ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ନିର୍ଦ୍ଦେଶ ପୃଥ୍ୱୀବିରାଜ ପଟ୍ଟନାୟକ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Malyagiri_1697733261.jpg)