'କଥାକଥାରେ ଭିଡ଼ିଓ ଛାଡ଼ୁଛନ୍ତି; ରୂପଶ୍ରୀଙ୍କ ଅଭିଯୋଗ ନେଇ ଚୁପ୍‌ କାହିଁକି ମନୋଜ ମିଶ୍ର?'

ବିବାଦ ବଢ଼ିବା ପରେ ସମାଧାନ ପାଇଁ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତା ଅନୁଭବ ମହାନ୍ତି ଅନୁରୋଧ କରିଥିଲେ। ପରେ ବାବୁଶାନ୍‌ ମହାନ୍ତି ଓ ଅରିନ୍ଦମ ରାୟ ମଧ୍ୟ ନିବେଦନ କରିଥିଲେ। ହେଲେ ମନୋଜ ମିଶ୍ର ଆସିଲେ ନାହିଁ।

Film PhotoOR

ପ୍ରଯୋଜକ ସଂଘ

Manoranjan Sial
  • Published: Monday, 30 October 2023
  • Updated: 30 October 2023, 08:23 PM IST

Sports

Latest News

କଥାକଥାରେ ଭିଡିଓ ଛାଡ଼ୁଛନ୍ତି ଅଭିନେତା ମନୋଜ ମିଶ୍ର। ହେଲେ ଅଭିନେତ୍ରୀ ରୂପଶ୍ରୀ ପଣ୍ଡାଙ୍କ ଅଭିଯୋଗ ନେଇ ଚୁପ୍‌ କାହିଁକି? ମନୋଜ ମିଶ୍ର କାହିଁକି ସେ ନେଇ ଭିଡ଼ିଓ ଛାଡୁ ନାହାନ୍ତି? ଆଜି ଏପରି ପ୍ରଶ୍ନ ପଚାରି ମନୋଜ ମିଶ୍ରଙ୍କୁ ଘେରିଛି ପ୍ରଯୋଜକ ସଂଘ।

ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ କିଏ? ଏପରି ପ୍ରଶ୍ନ କରିଥିଲେ ମନୋଜ ମିଶ୍ର ଓ ପ୍ରଯୋଜକ ଶ୍ରୀଧର ମାର୍ଥା। ଯାହାର ଉତ୍ତର ଦେବା ପାଇଁ ଆଜି ସାମ୍ନାକୁ ଆସିଥିଲା ଉତ୍କଳ ସିନେ ଚାମ୍ବର ଅଫ୍‌ କମର୍ସ(ୟୁସିସିଏ)। ସୋଶାଇଟ୍‌ ଆକ୍ଟରେ ଏହା ରେଜିଷ୍ଟ୍ରେସନ୍‌ ହୋଇଛି। ଏହାର ସଭାପତି ହେଉଛନ୍ତି ସଞ୍ଜୟ ନାୟକ(ଟୁଟୁ)। ଏଥିରେ ୧୩୦ରୁ ଅଧିକ ସଭ୍ୟ ଅଛନ୍ତି। ଆଜି ଏ ନେଇ ସୂଚନା ଦେଇଛି ୟୁସିସିଏ।

Also Read

ପ୍ରଯୋଜକ ସଂଘ ପକ୍ଷରୁ କୁହାଯାଇଛି, ଅରିନ୍ଦମ ରାୟଙ୍କ ପ୍ରଯୋଜନାରେ ତିଆରି ହୋଇଥିବା ‘ରାମ’କୁ ସମ୍ୱଲପୁରରେ ରିଲିଜ୍‌ କରିବାକୁ ଦିଆଗଲା ନାହିଁ। ଏନେଇ ଅରିନ୍ଦମ କହିବା ପରେ ପ୍ରଯୋଜକମାନେ ଏକାଠି ହୋଇଥିଲୁ। ବୈଠକ ବସିଥିବା ବେଳେ ମନୋଜ ମିଶ୍ରଙ୍କୁ ଫୋନ୍‌ କରାଯାଇଥିଲା। ଫୋନ୍‌ ରିସିଭ୍‌ କରି ସେ କହିଥିଲେ, ଫିଲ୍ମରୁ ଜିତୁ ମଙ୍ଗରାଜଙ୍କ ସିନ୍‌ କାଢ଼ି ପାରିବ କି? ତା’ସିନ୍‌ କାଢ଼ିଲେ, ଏ ଅଞ୍ଚଳରେ ଫିଲ୍ମ ଚାଲିବ। ତାଙ୍କର ଏସବୁ କଥା ଆମେ ଶୁଣିଲୁ। ତା’ ପରେ ନିଷ୍ପତ୍ତି ନେଲୁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ବିବାଦ ବଢ଼ିବା ପରେ ସମାଧାନ ପାଇଁ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତା ଅନୁଭବ ମହାନ୍ତି ଅନୁରୋଧ କରିଥିଲେ। ପରେ ବାବୁଶାନ୍‌ ମହାନ୍ତି ଓ ଅରିନ୍ଦମ ରାୟ ମଧ୍ୟ ନିବେଦନ କରିଥିଲେ। ହେଲେ ମନୋଜ ମିଶ୍ର ଆସିଲେ ନାହିଁ। ଭିଡିଓ ଜାରି କରି କହିଲେ, ମୁଁ ଯିବିନି। ଯଦି ସେ ଆସିବେନି, ବସିବେନି, କଥାହେବେନି- ତାହାହେଲେ ସମାଧାନ ହେବ କେମିତି? ଏଥିରୁ ଜଣାପଡ଼ୁଛି ମନୋଜ ମିଶ୍ର ସମସ୍ୟା ସମାଧାନ କରିବାକୁ ଚାହୁଁନାହାନ୍ତି ବୋଲି ପ୍ରଯୋଜକ ସଂଘ ପକ୍ଷରୁ କୁହାଯାଉଛି।

ପ୍ରଯୋଜକ ସଂଘ ପକ୍ଷରୁ ଆହୁରି କୁହାଯାଇଛି, ସମସ୍ୟା ସମାଧାନ ପାଇଁ ଅନୁଭବ, ବାବୁଶାନ୍‌ ଓ ଅରିନ୍ଦମ ନିବେଦନ କରୁଛନ୍ତି। କଥା ହେବା ପରିବର୍ତ୍ତେ ମନୋଜ ମିଶ୍ର ଭିଡିଓ ଛାଡୁଛନ୍ତି। ହେଲେ ହେଲେ ରୂପଶ୍ରୀ ପଣ୍ଡା ମାମଲାରେ ମନୋଜ ମିଶ୍ର କୌଣସି ଭିଡିଓ ଜାରି କରୁନାହାନ୍ତି କାହିଁକି? ଏପରିକି କୌଣସି ମତ ରଖୁନାହାନ୍ତି। ରୂପଶ୍ରୀ ପଣ୍ଡା ଆଗରୁ ବାରମ୍ୱାର ଅଭିଯୋଗ କରୁଥିଲେ ଓ ଏବେ କରୁଛନ୍ତି। ହେଲେ ତାହା ଉପରେ ମନୋଜ ମିଶ୍ର କାହିଁକି କୌଣସି ସ୍ପଷ୍ଟୀକରଣ ରଖୁନାହାନ୍ତି। ଅଭିଯୋଗ ଠିକ୍‌ ବା ଭୁଲ୍‌। କିଛି ତ କୁହନ୍ତି। କ’ଣ ପାଇଁ ରୂପଶ୍ରୀ ପଣ୍ଡା ସହିତ କଥା ହେଉନାହାନ୍ତି ବୋଲି ପ୍ରଯୋଜକ ସଂଘ ପକ୍ଷରୁ କୁହାଯାଇଛି।

ସଂଘ ପକ୍ଷରୁ କୁହାଯାଇଛି, ‘ଚାମ୍ପିଅନ୍‌’ ଫିଲ୍ମରେ ମନୋଜ ମିଶ୍ର ଅଭିନୟ କରିଥିଲେ। ସେହି ଫିଲ୍ମର ପ୍ରଯୋଜନା କରିଥିଲେ ଦୀପ୍ତି ରେଡ୍ଡୀ। ସେହି ଫିଲ୍ମ ପାଇଁ ମନୋଜ ପୁରସ୍କୃତ ହୋଇଥିଲେ। ତାହାହେଲେ ସେ କେଉଁ ଓଡ଼ିଶାରେ? ଆମର ଏଠି ଗୋଟିଏ ସରକାର। ରାଜ୍ୟ ଗୋଟିଏ, ଭାଷା ଗୋଟିଏ। ଆମେ ସମସ୍ତଙ୍କୁ ସମ୍ମାନ ଦେଉଛୁ। ପଶ୍ଚିମ ଓଡ଼ିଶା, ପୂର୍ବ ଓଡ଼ିଶା କହିବା ମନୋଜ ମିଶ୍ର ଆରମ୍ଭ କଲେ ବୋଲି ସଂଘ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story