Puskara
ରାଜ୍ୟରେ ସିନେ ପ୍ରେମୀମାନେ ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’କୁ ବହୁତ ପସନ୍ଦ କରିଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ‘ପୁଷ୍କରା’ ଗଣେଶ ପୂଜାରେ ରିଲିଜ ହୋଇଥିବା ବେଳେ ଏବେ ବି ସିନେମା ହଲ୍ରେ ହାଉସ୍ଫୁଲ୍ରେ ଚାଲିଛି।
ଆଜି ‘ପୁଷ୍କରା’ର ସଫଳତାରେ ଯୋଡ଼ି ହୋଇଛି ଆଉ ଏକ ଫର୍ଦ୍ଦ। ତାମିଲନାଡୁର ରାଜଧାନୀ ଚେନ୍ନାଇ, କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁ ଓ ମହାରାଷ୍ଟ୍ରର ଥାନେରେ ଏହାକୁ ରିଲିଜ୍ କରାଯାଇଛି। ଓଡ଼ିଆ ଦର୍ଶକଙ୍କ ଅନୁରୋଧ କ୍ରମେ ବାହାର ରାଜ୍ୟରେ ଫିଲ୍ମର ରିଲିଜ କରାଯାଇଛି ଓ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ରାଜ୍ୟରେ ‘ପୁଷ୍କରା’ ରିଲିଜ ହେବ ବୋଲି ପ୍ରଡକ୍ସନ ସଂସ୍ଥା ପକ୍ଷରୁ କୁହାଯାଇଛି।
‘ପୁଷ୍କରା’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ସବ୍ୟସାଚୀ ମିଶ୍ର କହିଛନ୍ତି, ଆଗାମୀ ଦିନରେ ହାଇଦ୍ରାବାଦ, ଦିଲ୍ଲୀ, କୋଏମ୍ବାଟୁର ଓ ମୁମ୍ବାଇ ଭଳି ସ୍ଥାନରେ ‘ପୁଷ୍କରା’ ରିଲିଜ୍ ହେବ।
ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରର ଏକ ସିନେମା ହଲ୍ ପରିସରରେ ନିଜର ଜନ୍ମଦିନ ପାଳନ କରିଛନ୍ତି ସବ୍ୟସାଚୀ ମିଶ୍ର। ଏହି ହଲ୍ରେ ‘ପୁଷ୍କରା’ ଫିଲ୍ମ ପଡ଼ିଛି। ସବ୍ୟସାଚୀ ଫିଲ୍ମ ଦେଖିବାକୁ ଆସିଥିବା ଦର୍ଶକଙ୍କ ଗହଣରେ କେକ୍ କାଟି ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Puskara_1696600543.jpg)