/odisha-reporter/media/post_attachments/uploads/2019/09/ashutosh.jpg)
ashutosh
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଯାଇଛି। ଏଥିପାଇଁ ଭାରତବାସୀ ବେଶ୍ ଖୁସି। ଆଉ ଏହି ଧାରା ୩୭୦ ଉଚ୍ଛେଦକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରସ୍ତୁତ କରିଛି ଏକ ଗୀତ। ଗୀତର ନାଁ ରହିଛି ‘ଉଠିଗଲା ଧାରା ୩୭୦’। ଦଶହରା ପାଇଁ ତରଙ୍ଗ ସିନେ ପ୍ରଡକ୍ସନ୍ସ ନିର୍ମାଣ କରୁଥିବା ଫିଲ୍ମ ‘ମିଷ୍ଟର ମଜ୍ନୁ’ରେ ଏହା ହେଇଛି ଏକ ଡ୍ୟାନ୍ସ ନମ୍ବର। ଗୀତର ମୁଖଡା ହେଉଛି, ‘କାଶ୍ମୀରରୁ କନ୍ୟା କୁମାରୀ, ଚାଲ୍ ଟିକେ ରାଉଣ୍ଡ ମାରିବା। ଉଠିଗଲା ଧାରା ୩୭୦, କାହିଁକି ମଣି ଟେନ୍ସନ୍ ନେବା’। ଏହି ଗୀତଟିକୁ ଗାଇଛନ୍ତି ଆଶୁତୋଷ ଏବଂ ଲୋପାମୁଦ୍ରା। ଗୀତଟିକୁ ଲେଖିଛନ୍ତି ନିର୍ମଳ ନାୟକ। ସବୁବେଳେ କରେଣ୍ଟ ଟପିକ୍ ଏବଂ ଟ୍ରେଣ୍ଡିଂ କଥାକୁ ନେଇ ଗୀତ ଲେଖୁଥିବା ନିର୍ମଳ ନାୟକ ଏଥିରେ ମଧ୍ୟ ଟ୍ରେଣ୍ଡିଂ ଟପିକ୍କୁ ସାମିଲ୍ କରିଛନ୍ତି।
ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମ୍ଦାର। ଗୀତଟି ୟୁଟ୍ୟୁବ୍ରେ ଅପଲୋଡ୍ ହେବାର ୨୪ ଘଣ୍ଟା ମଧ୍ୟରେ ପାଖାପାଖି ଲକ୍ଷଥର ଏହାକୁ ଦେଖିଯାଇ ସାରିଲାଣି।
ସୂଚନା ଅନୁଯାୟୀ, ‘ମିଷ୍ଟର ମଜ୍ନୁ’ ଦଶହରାରେ ରିଲିଜ୍ ହେବ। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବାବୁସାନ୍, ଶୀତଲ୍, ସୂର୍ଯ୍ୟମୟୀ ଏବଂ ଦିବ୍ୟା। ଫିଲ୍ମରେ ୩ ଜଣ ନାୟିକା ଥିବାରୁ ଏହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
